ଚାନ୍ଦିପୁର ସମୁଦ୍ରକୂଳ ଜୁଆରରେ ବୁଡିଲା ବୋଲେରୋ, ଗାଡ଼ି ଭିତରେ ଥିଲେ SP

author img

By

Published : Sep 23, 2021, 4:49 PM IST

ଚାନ୍ଦିପୁର ସମୁଦ୍ରକୂଳରେ ଜୁଆରରେ ବୁଡିଲା ବୋଲେରୋ, ଗାଡ଼ି ଭିତରେ ଥିଲେ SP

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ସମୁଦ୍ରକୂଳରେ ଜୁଆରରେ ବୁଡିଛି ବୋଲେରୋ । ତେବେ ଗାଡ଼ି ଭିତରେ ବାଲେଶ୍ବର ଏସପି ଥିବା ନେଇ ମିଳିଛି ସୂଚନା । ଅଧିକ ପଢନ୍ତୁ...

ବାଲେଶ୍ବର: ଜିଲ୍ଲାର ଚାନ୍ଦିପୁର ମଇଂଶାଳି ବିଚ୍ ନିକଟରେ ଘଟିଛି ଅଘଟଣ । ଏକ ବୋଲେରୋ ପିକଅପ ଗାଡି ଉପରେ ଜୁଆର ମାଡି ଯାଇଥିବା ଦେଖିବାକୁ ମିଳିଛି । ଟେଷ୍ଟିଂ ଡ୍ରାଇଭିଂ ସମୟରେ ହଠାତ ଜୁଆର ଯୋଗୁଁ ଏପରି ଘଟିଥିବା ପୋଲିସ ସନ୍ଦେହ କରୁଛି ।

ଚାନ୍ଦିପୁର ସମୁଦ୍ରକୂଳରେ ଜୁଆରରେ ବୁଡିଲା ବୋଲେରୋ, ଗାଡ଼ି ଭିତରେ ଥିଲେ SP
ଚାନ୍ଦିପୁର ସମୁଦ୍ରକୂଳରେ ଜୁଆରରେ ବୁଡିଲା ବୋଲେରୋ, ଗାଡ଼ି ଭିତରେ ଥିଲେ SP

ଗାଡିଟିକୁ ଉଦ୍ଧାର ପାଇଁ ରାତିସାରା ଓଡ୍ରାଫ ଟିମ ଲାଗିଥିବା ସତ୍ତ୍ବେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରିନଥିଲା । ତେବେ ଗାଡ଼ିଟି ବାଲେଶ୍ଵର ପୋଲିସର ବୋଲି ଜଣାପଡ଼ିଥିବାବେଳେ କେଉଁ କାରଣ ପାଇଁ ଗାଡ଼ିଟି ବିଚ୍‌ରେ ଫସିଲା, ତାହା କିଛି ସ୍ପଷ୍ଟ ହୋଇନାହିଁ । ଟେଷ୍ଟ ଡ୍ରାଇଭ୍‌ କରୁଥିବା ସମୟରେ ହଠାତ୍‌ ଜୁଆର ଯୋଗୁଁ ଏମିତି ପରିସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି । ଗାଡି଼ ଭିତରେ ବାଲେଶ୍ଵର ଏସପି ଥିବା ନେଇ ଆଲୋଚନା ହେଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.