ETV Bharat / city

ମୌଳିକ ସୁବିଧାରୁ ବଞ୍ଚିତ ମାର୍‌ଓ୍ବାଡ଼ି ଛକ ୩ ନମ୍ବର ୱାର୍ଡବାସୀ: ନା ଅଛି ସ୍କୁଲ୍‌, ନା ଅଛି ଅଙ୍ଗନୱାଡ଼ି କେନ୍ଦ୍ର

author img

By

Published : Nov 25, 2021, 9:37 PM IST

ସରକାରୀ ସୁବିଧାରୁ ବଞ୍ଚିତ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ତୁଣ୍ଡରା ପାହି ମାର୍‌ଓ୍ବାଡ଼ି ଛକ ୩ ନମ୍ବର ୱାର୍ଡବାସିନ୍ଦା । ରାସ୍ତା ମରାମତି ସହ ଅନ୍ୟ ମୌଳିକ ସୁବିଧା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କଲେ ସୁଦ୍ଧା କିଛି ଲାଭ ହେଉନି । ଅଧିକ ପଢ଼ନ୍ତୁ

ମୌଳିକ ସୁବିଧାରୁ ବଞ୍ଚିତ ମାର୍‌ଓ୍ବାଡ଼ି ଛକ ୩ ନମ୍ବର ୱାର୍ଡବାସୀ, ନା ଅଛି ସ୍କୁଲ୍‌, ନା ଅଛି ଅଙ୍ଗନୱାଡ଼ି କେନ୍ଦ୍ର
ମୌଳିକ ସୁବିଧାରୁ ବଞ୍ଚିତ ମାର୍‌ଓ୍ବାଡ଼ି ଛକ ୩ ନମ୍ବର ୱାର୍ଡବାସୀ, ନା ଅଛି ସ୍କୁଲ୍‌, ନା ଅଛି ଅଙ୍ଗନୱାଡ଼ି କେନ୍ଦ୍ର

ବାଲେଶ୍ବର: ସମସ୍ୟା ଘେରରେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ତୁଣ୍ଡରା ପାହି ମାର୍‌ଓ୍ବାଡ଼ି ଛକ ୩ ନମ୍ବର ୱାର୍ଡବାସୀ । ୱାର୍ଡକୁ ଯାଇଥିବା ଏକ ମାତ୍ର ରାସ୍ତାର ଅବସ୍ଥା କହିଲେ ନସରେ । ରାସ୍ତା ଏତେମାତ୍ରାରେ କାଦୁଅ ଭର୍ତ୍ତି ହୋଇଛି ଯେ, ଗାଡ଼ି ଆସିବା ତ ଦୂରର କଥା ଚାଲିବା ମୁସ୍କିଲ ହୋଇ ପଡ଼ୁଛି । ଏଠାକାର ଲୋକେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ବାରମ୍ବାର ଜନ ପ୍ରତିନିଧି ଓ ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ହେଉନି ।

ମୌଳିକ ସୁବିଧାରୁ ବଞ୍ଚିତ ମାର୍‌ଓ୍ବାଡ଼ି ଛକ ୩ ନମ୍ବର ୱାର୍ଡବାସୀ, ନା ଅଛି ସ୍କୁଲ୍‌, ନା ଅଛି ଅଙ୍ଗନୱାଡ଼ି କେନ୍ଦ୍ର

କାଦୁଅ ରାସ୍ତା ଖରାଦିନେ ଶୁଖି ଟାଣ ହୋଇଯାଏ । ଫଳରେ ବାଇକ କିମ୍ବା ସାଇକେଲ ଚଲାଇ ସେହି ରାସ୍ତା ଦେଇ ଯିବା କଷ୍ଟକର ହୋଇପଡ଼େ । ଏଥିପାଇଁ ବିଭିନ୍ନ ସମୟରେ ଗ୍ରାମବାସୀ ସାଇକେଲ ଟେକି ରାସ୍ତା ପାର ହେଉଥିବା ନଜର ଆସିଛି ।

ରାସ୍ତା ସମସ୍ୟା ଯୋଗୁଁ ୱାର୍ଡରୁ ଦୁଇ କିମି ଦୂରରେ ଦୁଇ ଚକିଆ ଯାନ ରଖିବାକୁ ପଡ଼ୁଛି । ଫଳରେ ଗାଡ଼ିରୁ ତେଲ ଚୋରି ଓ ଗାଡ଼ି ଭଙ୍ଗାରୁଜା ଭଳି ସମସ୍ୟା ଦେଖା ଦେଉଛି । ଗାଁକୁ ଆମ୍ବୁଲାନ୍ସ୍ ଗୋଟିଏ ପଶିପାରେ ନାହିଁ । ରୋଗୀମାନେ ଠେଲା କିମ୍ବା ଖଟିଆରେ ବୁହା ହୁଅନ୍ତି । ରୋଗୀ ବୋହିବା ପାଇଁ ଗାଁ ମୁଣ୍ଡରେ ଏକ ସ୍ବତନ୍ତ୍ର ଠେଲା ମଧ୍ୟ ରଖାଯାଇଛି । ଗାଁରୁ ବାହାରି ମୁଖ୍ୟ ରାସ୍ତାକୁ ଯିବା ପାଇଁ ଏତେ ସଂର୍ଘଷ କରିବାକୁ ପଡ଼େ ଯେ ଗ୍ରାମବାସୀ ବାହାରିବାକୁ ବିରକ୍ତି ପ୍ରକାଶ କରନ୍ତି ।

ଖାଲି ସେତିକି ନୁହେଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ନାହିଁ । ଫଳରେ ଗାଁର ପିଲାମାନେ ଏକ ଭଙ୍ଗା ପମ୍ପ ହାଉସ୍ ଘରେ ପାଠ ପଢ଼ୁଛନ୍ତି । ସେମିତି ଗାଁରେ ସ୍କୁଲ ଥାଇ ମଧ୍ୟ ପାଣିଘେରରେ ରହୁଥିବାରୁ ଆଶ୍ରୟସ୍ଥଳୀ ଘରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ୬୦ ବର୍ଷରୁ ଅଧିକ ସମୟ ହେଲା ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଠାକାର ବାସିନ୍ଦା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.