ETV Bharat / business

Repo Rate Unchanged: ଅପରିବର୍ତ୍ତିତ ରହିଲା ରେପୋ ରେଟ୍, ବଢିବନି EMI

author img

By

Published : Apr 6, 2023, 12:22 PM IST

୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ

ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ବଦଳିଲାନି ରେପୋ ରେଟ୍ । ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି । ଦୁଇ ଦିନର ବୈଠକ ପରେ ଆଜି(ଗୁରୁବାର) ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ରେପୋ ରେଟ୍ ଅପରିବର୍ତ୍ତିତ ରହିବାରୁ ଲୋକଙ୍କ ଉପରେ ଆଉ EMI ବୋଝ ମଧ୍ୟ ବଢିବ ନାହିଁ ।

ଗତ ଫେବୃୟାରୀରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ଏହାସହିତ ସୁଧହାର ୬.୫ ପ୍ରତିଶତରେ ପହଞ୍ଚିଥିଲା । ଗତବର୍ଷ ମେ' ମାସ ଠାରୁ ରେପୋ ରେଟ ବଢିବାର ଏହା ଷଷ୍ଠ ଥର ଥିଲା । ରେପୋ ରେଟ ବଢିଲେ ସାଧାରଣତଃ ବ୍ୟାଙ୍କ ଲୋନ ଓ EMI ଅଧିକ ମହଙ୍ଗା ହୋଇଥାଏ । ତେବେ ଗତ ମେ' ଠାରୁ ଲଗାତାର ୬ ଥର ସୁଧହାର ବଢିବା ପରେ ମୁଦ୍ରାନୀତି କମିଟି ଚଳିତ ମାସ ଏହି ବୃଦ୍ଧିରେ ବ୍ରେକ ଲଗାଇଛି । ଏହାସହିତ ଆରବିଆଇ ଷ୍ଟାଣ୍ଡିଂ ଡିପୋଜିଟ ଫାସିଲିଟି(SDF) ୬.୨୫ ପ୍ରତିଶତ, ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି(MSF) ଏବଂ ବ୍ୟାଙ୍କ ରେଟ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ଗତ ୩ ତାରିଖରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ତତ୍ତ୍ବାବଧାନରେ ମୁଦ୍ରାନୀତି ବୈଠକ ଚାଲିଥିଲା ।

ଏହାମଧ୍ୟ ପଢନ୍ତୁ: GST Collection: ଜିଏସଟି ଆଦାୟ ୧୮ ଲକ୍ଷ କୋଟି ପାର, ଗତ ବର୍ଷ ତୁଳନାରେ ୨୨% ବୃଦ୍ଧି

କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରି ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ସାଧାରଣତଃ ସୁଧହାର ବଢିଲେ ଚାହିଦା କମିଥାଏ । ଯାହାକି ମୁଦ୍ରାସ୍ଫୀତି ହ୍ରାସ କରିବାରେ ସହାୟକ ହୁଏ । ସେହିପରି ସୁଧହାର ବୃଦ୍ଧି ହେଲେ ଋଣ ମହଙ୍ଗା ହୋଇଥାଏ । ଫଳରେ ବଜାରରେ ମୁଦ୍ରା ଯୋଗାଣ ଏବଂ ନିବେଶ ମଧ୍ୟ ହ୍ରାସ ପାଏ । ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡେ । ତେବେ ଜାନୁୟାରୀରୁ ଦେଶର ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ ଲକ୍ଷ୍ୟ ୬ ପ୍ରତିଶତ ଉପରେ ରହିଛି । ଗତ ଫେବୃୟାରୀରେ ଏହି ହାର ୬.୪୪ ପ୍ରତିଶତ ଥିବାବେଳେ ଜାନୁୟାରୀରେ ୬.୫୨ ପ୍ରତିଶତ ରହିଥିଲା ।

ଏହାମଧ୍ୟ ପଢନ୍ତୁ: Asia's Richest Man: ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.