ETV Bharat / business

GST Collection: ଏପ୍ରିଲରେ ରେକର୍ଡ ଭାଙ୍ଗିଲା ସଂଗ୍ରହ

author img

By

Published : May 2, 2022, 9:37 AM IST

GST Collection: ଏପ୍ରିଲରେ ରେକର୍ଡ ଭାଙ୍ଗିଲା ସଂଗ୍ରହ
GST Collection: ଏପ୍ରିଲରେ ରେକର୍ଡ ଭାଙ୍ଗିଲା ସଂଗ୍ରହ

ଗତ ମାସ (ଏପ୍ରିଲ) ରେ ଦେଶରେ ମୋଟ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ଯାହାକି ଜିଏସଟି ଆଇନ ଲାଗୁ ହେବା ପରଠାରୁ ସର୍ବାଧିକ ଟ୍ୟାକ୍ସ ଆଦାୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତ ମାସ (ଏପ୍ରିଲ) ରେ ଦେଶରେ ମୋଟ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର (GST revenue collected in the month of March 2022) ଜିଏସଟି ସଂଗ୍ରହ ହୋଇଛି । ଯାହାକି ଜିଏସଟି ଆଇନ ଲାଗୁ ହେବା ପରଠାରୁ ସର୍ବାଧିକ ଟ୍ୟାକ୍ସ ଆଦାୟ ।ସଂଗ୍ରହ ହୋଇଥିବା ରାଶିରୁ କେନ୍ଦ୍ରୀୟ (CGST )ର ପରିମାଣ ୩୩,୧୫୯ ରହିଥିବା ବେଳେ ରାଜ୍ୟ ଜିଏସଟି (SGST ) ପରିମାଣ ୪୧,୭୯୩ କୋଟି ଓ ଆଇଜିଏସଟି(IGST ) ପରିମାଣ ୮୧,୯୩୯ ଟଙ୍କା ରହିଛି । ଏନେଇ ଗତକାଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେସ୍ ଆକାରରେ ୧୦,୬୪୯ କୋଟି ଟଙ୍କା ସହ ଆମଦାନୀ ଉପରୁ ୮୫୭ କୋଟି ଟଙ୍କା ଆଦାୟ ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି ।

ଏହା ପୂର୍ବରୁ ମାର୍ଚ୍ଚ ୨୦୨୨ ରେ ୧,୪୨,୦୯୫ କୋଟି ଟଙ୍କା ଆଦାୟ ହୋଇଥିଲା । ତେବେ ଜିଏସଟି ଆଇନ ଲାଗୁ ହେବା ପରେ ଏହା ଗୋଟିଏ ମାସରେ ସର୍ବାଧିକ ଆଦାୟ ବୋଲି କୁହାଯାଇଛି । ୨୦୨୨ ଏପ୍ରିଲ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ଗତବର୍ଷ ସମାନ ମାସରେ ସଂଗୃହୀତ ରାଜସ୍ବ ତୁଳନାରେ ୨୦% ଅଧିକ ରହିଛି । ଏପ୍ରିଲ ୨୦୨୨ରେ ଗତବର୍ଷର ସମାନ ଅବଧି ଅର୍ଥାତ୍‌ ଏପ୍ରିଲ ୨୦୨୧ ତୁଳନାରେ ସାମଗ୍ରୀ ଆମଦାନୀରୁ ସଂଗୃହୀତ ରାଜସ୍ବ ୩୦% ଅଧିକ ଥିବା ବେଳେ ଘରୋଇ କାରବାରରୁ ସଂଗୃହୀତ ରାଜସ୍ବ ୧୭% ଅଧିକ ମିଳିଛି ।

ମାର୍ଚ୍ଚ ୨୦୨୨ରେ ମୋଟ୍‌ ୭.୭ କୋଟି ଇ-ୱେବିଲ୍‌ ଜାରିକରାଯାଇଛି, ଯାହାକି ଫେବୃଆରୀ ୨୦୨୨ ତୁଳନାରେ ଜାରି କରା ଯାଇଥିବା ୬.୮ କୋଟି ଇ-ୱେବିଲ୍‌ ତୁଳନାରେ ୧୩% ଅଧିକ । ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ରାଜସ୍ବ ସଂଗ୍ରହ ଦେଖିବାକୁ ମିଳିଛି । ୨୦ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ସର୍ବାଧିକ ରାଜସ୍ବ ସଂଗ୍ରହ କରାଯାଇଥିଲା । ୨୦ ଏପ୍ରିଲ ୨୦୨୨ରେ ୯.୫୮ ଲକ୍ଷ କାରବାର ମାଧ୍ୟମରେ ମୋଟ୍‌ ୫୭,୮୪୭ କୋଟି ଟଙ୍କାର ରାଜସ୍ବ ସଂଗୃହୀତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.