ETV Bharat / business

ଡିସେମ୍ବରରେ 18 ଦିନ ବନ୍ଦ ରହିବ ବ୍ୟାଙ୍କ, ଛୁଟି ତାଲିକା ଜାରି କଲା ଆରବିଆଇ

author img

By ETV Bharat Odisha Team

Published : Nov 27, 2023, 11:00 PM IST

Bank Holiday: ଡିସେମ୍ବର ମାସ ପାଇଁ ମଧ୍ୟ ଛୁଟି ତାଲିକା ପ୍ରକାଶ କରିଛି ଆରବିଆଇ । କେନ୍ଦ୍ରୀୟ ବ୍ୟାଙ୍କ ନିଜ ୱେବସାଇଟରେ ଏହି ସୂଚନା ଜାରି କରିଛି । ଡିସେମ୍ବର 2023 ମାସ ପାଇଁ ଛୁଟିଦିନର କ୍ୟାଲେଣ୍ଡର ଅନୁଯାୟୀ, ବ୍ୟାଙ୍କିଂ କାର୍ଯ୍ୟକଳାପ କିଛି ଦିନ ବନ୍ଦ ରହିବ । ଅଧିକ ପଢ଼ନ୍ତୁ

ଡିସେମ୍ବର ମାସ ବ୍ୟାଙ୍କ ଛୁଟି
ଡିସେମ୍ବର ମାସ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ: ପ୍ରତି ମାସରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥାଏ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଏନେଇ ଡିସେମ୍ବର ମାସ ପାଇଁ ମଧ୍ୟ ଛୁଟି ତାଲିକା ପ୍ରକାଶ କରିଛି ଆରବିଆଇ । କେନ୍ଦ୍ରୀୟ ବ୍ୟାଙ୍କ ନିଜ ୱେବସାଇଟରେ ଏହି ସୂଚନା ଜାରି କରିଛି । ଡିସେମ୍ବର 2023 ମାସ ପାଇଁ ଛୁଟିଦିନର କ୍ୟାଲେଣ୍ଡର ଅନୁଯାୟୀ, ବ୍ୟାଙ୍କିଂ କାର୍ଯ୍ୟକଳାପ କିଛି ଦିନ ବନ୍ଦ ରହିବ । କେତେକ ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ ଛୁଟି ଗୁଡିକୁ ବର୍ଗୀକୃତ କରାଯାଇଛି ଅର୍ଥାତ୍ କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରାଜ୍ୟରେ ଏହି ଛୁଟି ଦିନ ଗୁଡିକ ପାଳନ କରିବେ । ଏହା ମଧ୍ୟରେ ଡିସେମ୍ବର ମାସରେ ବ୍ୟାଙ୍କ ଗୁଡିକ ମୋଟ 18 ଦିନ ପାଇଁ ବନ୍ଦ ରହିବ । ଏହା ସତ୍ତ୍ବେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା କାର୍ଯ୍ୟ ଜାରି ରଖିବ । ତେବେ ଯଦି ଆପଣମାନେ ବ୍ୟଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଏହି ଛୁଟି ଦିନ ଗୁଡ଼ିକ ବିଷୟରେ ଜାଣନ୍ତୁ ।

ତେବେ ଡିସେମ୍ବରରେ 18 ଦିନ ବ୍ୟାଙ୍କ ବନ୍ଦ ରହିବ । ପ୍ରତି ରାଜ୍ୟରେ ଅଲଗା ଅଲଗା ପର୍ବ ପାଇଁ ସେହି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମୋଟ 11 ଦିନ ବିଭିନ୍ନ ରାଜ୍ୟର ପର୍ବ ପାଇଁ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ 5ଟି ରବିବାର ବ୍ୟାଙ୍କ ବନ୍ଦ ରହିବ । ସେହି ପରି ସବୁ ମାସ ପରି ଡ଼ିସେମ୍ବର ମାସରେ ମଧ୍ୟ ମାସର ଦ୍ବିତୀୟ ଶନିବାର ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ । ତେବେ ବ୍ୟାଙ୍କର ଛୁଟିକୁ ନେଇ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ କାରଣ ବ୍ୟାଙ୍କର ସମସ୍ତ ସୁବିଧା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେବ । ଏହାଦ୍ବାରା ଆପଣମାନେ ଘରେ ବସି ବ୍ୟାଙ୍କ ସହିତ ଜଡିତ କୌଣସି ବି କାମ ସହଜରେ କରିପାରିବେ । ଏହା ବ୍ୟତୀତ ନେଟ୍‌ ବ୍ୟାଙ୍କିଂ ମଧ୍ୟ ଏକ ଭଲ ବିକଳ୍ପ ।

ଡିସେମ୍ବର 2023 ସାପ୍ତାହିକ ଅବକାଶ

ତାରିଖଦିନ କାରଣରାଜ୍ୟ
3 ଡିସେମ୍ବରରବିବାର ସାପ୍ତାହିକ ଅବକାଶସମସ୍ତ ରାଜ୍ୟ
9 ଡିସେମ୍ବରଶନିବାର ମାସର ଦ୍ବିତୀୟ ଶନିବାର ସମସ୍ତ ରାଜ୍ୟ
10 ଡିସେମ୍ବରରବିବାର ସାପ୍ତାହିକ ଅବକାଶ ସମସ୍ତ ରାଜ୍ୟ
17 ଡିସେମ୍ବରରବିବାର ସାପ୍ତାହିକ ଅବକାଶ ସମସ୍ତ ରାଜ୍ୟ
23 ଡିସେମ୍ବରଶନିବାର ମାସର ଚତୁର୍ଥ ଶନିବାର ସମସ୍ତ ରାଜ୍ୟ
24 ଡିସେମ୍ବରରବିବାର ସାପ୍ତାହିକ ଅବକାଶ ସମସ୍ତ ରାଜ୍ୟ
31 ଡିସେମ୍ବରରବିବାର ସାପ୍ତାହିକ ଅବକାଶ ସମସ୍ତ ରାଜ୍ୟ

ଏହା ମଧ୍ୟ ପଢ଼ନ୍ତୁ....ଭାରତୀୟ ଅର୍ଥନୀତି ପାର କଲା 4000 କୋଟି ଡଲାର, ଜାଣନ୍ତୁ ଭାଇରାଲ ପୋଷ୍ଟର ସତ୍ୟତା

ଡିସେମ୍ବର 2023 ଛୁଟି ତାଲିକା

ତାରିଖଦିନ କାରଣରାଜ୍ୟ
1 ଡିସେମ୍ବରଶୁକ୍ରବାର ସ୍ବଦେଶୀ ଦିବସଅରୁଣାଚଳ ପ୍ରଦେଶ
4 ଡିସେମ୍ବରସୋମବାରସେଣ୍ଟ୍‌ ଫ୍ରାନ୍ସିସ କ୍ସାଭିୟର ପର୍ବଗୋଆ
12 ଡିସେମ୍ବରମଙ୍ଗଳବାର ପା-ତୋଗନ ନେଙ୍ଗମିଞ୍ଜ ସଙ୍ଗମମେଘାଳୟ
13 ଡିସେମ୍ବରବୁଧବାର ଲୋସୂଙ୍ଗ/ ନାମସୂଙ୍ଗସିକ୍କିମ
14 ଡିସେମ୍ବରଗୁରୁବାର ଲୋସୂଙ୍ଗ/ ନାମସୂଙ୍ଗସିକ୍କିମ
18 ଡିସେମ୍ବରସୋମବାର ୟୁ ସୋସୋ ଥାମଙ୍କ ଶ୍ରାଦ୍ଧ ବାର୍ଷିକ ମେଘାଳୟ
19 ଡିସେମ୍ବରମଙ୍ଗଳବାର ଗୋଆ ମୁକ୍ତି ଦିବସ ଗୋଆ
25 ଡିସେମ୍ବରସୋମବାର ଖ୍ରୀଷ୍ଟମାସସମସ୍ତ ରାଜ୍ୟ
26 ଡିସେମ୍ବରମଙ୍ଗଳବାର ଖ୍ରୀଷ୍ଟମାସ ସେଲିବ୍ରେସନ

ଅରୁଣାଚଳ ପ୍ରଦେଶ,

ମେଘାଳୟ

27 ଡିସେମ୍ବରବୁଧବାର ଖ୍ରୀଷ୍ଟମାସଅରୁଣାଚଳ ପ୍ରଦେଶ
30 ଡିସେମ୍ବରଶନିବାର ୟୁ କିଆଙ୍ଗ ନାଙ୍ଗବାହମେଘାଳୟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.