ETV Bharat / business

ସୁକନ୍ୟା ସମୃଦ୍ଧି ଯୋଜନାରେ ପାଇବେ 50 ଲକ୍ଷ, କେମିତି କରିବେ ବିନିଯୋଗ ? ଜାଣନ୍ତୁ

author img

By ETV Bharat Odisha Team

Published : Dec 23, 2023, 8:03 PM IST

Sukanya Samriddhi Yojana: ସୁକନ୍ୟା ସମୃଦ୍ଧି ଯୋଜନାରେ 15 ବର୍ଷ ପର୍ଯ୍ୟନ୍ତ ବାର୍ଷିକ 1,11,370 ଟଙ୍କା କରନ୍ତୁ ବିନିଯୋଗ । ପରିପକ୍ବ ପରେ ପାଇବେ 50 ଲକ୍ଷ ଟଙ୍କା । ଅଧିକ ପଢ଼ନ୍ତୁ

ସୁକନ୍ୟା ସମୃଦ୍ଧି ଯୋଜନା
ସୁକନ୍ୟା ସମୃଦ୍ଧି ଯୋଜନା

ନୂଆଦିଲ୍ଲୀ: ସୁକନ୍ୟା ସମୃଦ୍ଧି ଯୋଜନା (SSY) ହେଉଛି ଏକ କମ୍ପିଟେଟିଭ ସୁଧ ହାର ସହିତ ଟିକସ ମୁକ୍ତ ସରକାରୀ ସଞ୍ଚୟ ଯୋଜନା । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ଝିଅର ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପାଇଁ ଅର୍ଥ ସଞ୍ଚୟ କରିପାରିବେ । ପ୍ରତି ପରିବାରର ପିତାମାତାମାନେ ଏକ ବର୍ଷରୁ ଅଧିକ ଓ 10 ବର୍ଷରୁ କମ୍ ବୟସର ଦୁଇ ଝିଅଙ୍କ ନାମରେ ସର୍ବାଧିକ ଦୁଇଟି ଆକାଉଣ୍ଟ୍ ଖୋଲି ପାରିବେ । କିନ୍ତୁ ଯାଆଁଳା ଏବଂ ତିନୋଟି ଛୁଆ ଜନ୍ମ ହେବା କ୍ଷେତ୍ରରେ ପ୍ରତି ପରିବାରର ଦୁଇଟିରୁ ଅଧିକ SSY ଆକାଉଣ୍ଟ ଖୋଲି ପାରିବେ ।

ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ 8 ପ୍ରତିଶତ ସୁଧ ପ୍ରଦାନ କରୁଛି । ଏହାସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଗୋଟିଏ ଆକାଉଣ୍ଟରେ ଜମା ହେବାର ସର୍ବାଧିକ ରାଶି ହେଉଛି 1.5 ଲକ୍ଷ ଟଙ୍କା । ସୁକନ୍ୟା ସମୃଦ୍ଧି ଯୋଜନାରେ ଜମା ହୋଇଥିବା ରାଶି ଉପରେ ମିଳୁଥିବା ସୁଧହାର ବାର୍ଷିକ ହାରରେ ଚକ୍ରବର୍ତ୍ତୀ ହୋଇଥାଏ । ଖାତା ଖୋଲିବା ଦିନ ଠାରୁ 21 ବର୍ଷ ପର୍ଯ୍ୟନ୍ତ ପରିପକ୍ବ ହୋଇଥାଏ । ଅନ୍ୟପକ୍ଷେ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ଖୋଲିବା ଦିନ ଠାରୁ କେବଳ 15 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରାଯାଇ ପାରିବ ।

ଏହା ମଧ୍ୟ ପଢ଼ନ୍ତୁ .....ସ୍ବାବଲମ୍ବୀ କଲା ପିଏମ୍‌ ସ୍ୱନିଧି ଯୋଜନା, ଆତ୍ମନିର୍ଭରଶୀଳ ହେଲେ ଦୁଇ କିନ୍ନର

ଏହା ମଧ୍ୟ ପଢ଼ନ୍ତୁ.....Post Office Monthly Income Schemes: ଟଙ୍କା ପାଇଁ ହେବନି ସମସ୍ୟା, ଡାକଘରେ ଏହି ଯୋଜନାରେ କରନ୍ତୁ ବିନିଯୋଗ

ପ୍ରାୟ 50 ଲକ୍ଷ ଟଙ୍କା ପାଣ୍ଠି ସଂଚୟ କରିବା ପାଇଁ ଆପଣଙ୍କୁ 15 ବର୍ଷ ପର୍ଯ୍ୟନ୍ତ ବାର୍ଷିକ 1,11,370 ଟଙ୍କା ବିନିଯୋଗ କରିବାକୁ ପଡିବ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ଝିଅର ବର୍ତ୍ତମାନ ବୟସ ମାତ୍ର ଏକ ବର୍ଷ ତେବେ ଆପଣଙ୍କୁ 2038 ମସିହା ପର୍ଯ୍ୟନ୍ତ ବିନିଯୋଗ କରିବାକୁ ପଡିବ । ଏହାର ଅର୍ଥ ହେଉଛି 15 ବର୍ଷରେ ଆପଣ ଆପଣଙ୍କର ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟରେ ସମୁଦାୟ 16,70,550 ଟଙ୍କା ଜମା କରିବେ । ବାର୍ଷିକ 8 ପ୍ରତିଶତ ସୁଧହାରରେ ସୁକନ୍ୟା ସମୃଦ୍ଧି ଯୋଜନା ବିନିଯୋଗରେ ସମୁଦାୟ 33,29,617 ଟଙ୍କା ସୁଧ ପାଇବେ । ମ୍ୟାଚୁରିଟ ଉପରେ ଆପଣ ବିନିଯୋଗ ହୋଇଥିବା ରାଶି 16,70,550 ଟଙ୍କା ଏବଂ ସୁଧ ରାଶି 33,29,617 ଟଙ୍କା ପାଇବେ । ଏହା ଅନୁଯାୟୀ, ଆପଣ ସମୁଦାୟ 50,00,167 ଟଙ୍କା (50 ଲକ୍ଷ ଟଙ୍କା) ପାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.