ETV Bharat / business

ପୁଞ୍ଜି ବଜାରରେ ଉତ୍ସାହ, ୨୭୫ ପଏଣ୍ଟ ଉଛୁଳିଲା ସେନସେକ୍ସ

author img

By

Published : Jan 4, 2022, 1:34 PM IST

ପୁଞ୍ଜି ବଜାରରେ ଜାରି ରହିଛି ଉତ୍ସାହ । ନୂଆବର୍ଷର ଦ୍ବିତୀୟ ଦିବସରେ ୨୭୫.୪୩ ପଏଣ୍ଟ ଉଛୁଳିଲା ସେନସେକ୍ସ(sensex) । ଅଧିକ ପଢନ୍ତୁ

ପୁଞ୍ଜି ବଜାରରେ ଉତ୍ସାହ, ୨୭୫ ପଏଣ୍ଟ ଉଛୁଳିଲା ସେନସେକ୍ସ
ପୁଞ୍ଜି ବଜାରରେ ଉତ୍ସାହ, ୨୭୫ ପଏଣ୍ଟ ଉଛୁଳିଲା ସେନସେକ୍ସ

ମୁମ୍ବାଇ: ପୁଞ୍ଜି ବଜାରରେ ଜାରି ରହିଛି ଉତ୍ସାହ । ନୂଆବର୍ଷର ଦ୍ବିତୀୟ ଦିବସରେ ମଧ୍ୟ କାରବାର ଉପରମୁହାଁ ରହିଛି । ଆଜି(ମଙ୍ଗଳବାର) ବମ୍ବେ ଷ୍ଟକ ଏକ୍ସସେଞ୍ଜ ସୂଚକାଙ୍କ ସେନସେକ୍ସ ୨୭୫ ପଏଣ୍ଟ ବୃଦ୍ଧି ହାସଲ କରିଛି (sensex climbs 275 points) । ପାୱାର, ଏନର୍ଜି ଏବଂ ବ୍ୟାଙ୍କିଙ୍ଗ ଆଦି କ୍ଷେତ୍ରର ଷ୍ଟକଗୁଡିକର କାରବାରରେ ଭଲ ପ୍ରଦର୍ଶନ ଯୋଗୁଁ ସେନସେକ୍ସ ୨୭୫.୪୩ ପଏଣ୍ଟ ବା ୦.୪୭ ପ୍ରତିଶତ ଉଛୁଳିଛି ।

ପୂର୍ବାହ୍ନ ପାଖାପାଖି ୧୧ଟା ୪୦ ସମୟରେ ସେନସେକ୍ସ(sensex) ୫୯,୪୫୮ ପଏଣ୍ଟରେ କାରବାର କରିଥିଲା । ଯାହା ପୂର୍ବ ଦିନ ଅପେକ୍ଷା ୨୭୫.୪୩ ପଏଣ୍ଟ ବା ୦.୪୭ ପ୍ରତିଶତ ଅଧିକ । ପୂର୍ବ କାରବାର ଦିବସରେ ବିଏସଇ ସେନସେକ୍ସ ୫୯.୧୮୩.୨୨ ପଏଣ୍ଟରେ କାରବାର ବନ୍ଦ କରିଥିଲା । ସେନସେକ୍ସ ଆଜି ୫୯.୩୪୩.୭୯ ପଏଣ୍ଟରେ ଖୋଲିଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ୦.୪୫ ପ୍ରତିଶତ ବା ୭୯.୫୦ ପଏଣ୍ଟ ବୃଦ୍ଧି ସହ ୧୭,୭୦୫.୨୦ ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ ପ୍ୟାକରେ ଆଜି ପାୱାର ଗ୍ରୀଡ୍ କର୍ପୋରେସନ, ଆକ୍ସିସ ବ୍ୟାଙ୍କ, କୋଟକ ବ୍ୟାଙ୍କ, ହିନ୍ଦୁସ୍ଥାନ ୟୁନିଲଭର, ଆଇସିଆଇସିଆଇ ବ୍ୟାଙ୍କ ଆଦି କମ୍ପାନୀ ସେୟାର ମୂଲ୍ୟରେ ବୃଦ୍ଧି ଆସିଛି । ସେହିପରି ଅଲଟ୍ରା ଟେକ୍ ସିମେଣ୍ଟ, ଇନଫୋସିସ୍, ସନ୍ ଫାର୍ମା, ଏଚସିଏଲ ଟେକ୍ନୋଲୋଜି ଆଦି କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଛି ।

ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ସୋମବାର ନୂଆବର୍ଷର ପ୍ରଥମ ଦିନରେ ସେନସେକ୍ସ ୯୧୯ ପଏଣ୍ଟ ବୃଦ୍ଧି ସହ ୫୯,୧୮୩ ପଏଣ୍ଟରେ ବନ୍ଦ ହୋଇଥିଲା । ନିଫ୍ଟି ମଧ୍ୟ ୨୭୨ ପଏଣ୍ଟ ବୃଦ୍ଧି ପାଇ ୧୭,୬୨୬ ପଏଣ୍ଟରେ ବୃଦ୍ଧି ପାଇଥିଲା । ଫଳରେ ନିବେଶକଙ୍କ ସମ୍ପତ୍ତିରେ ସାଢେ ତିନି ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.