ତୈଳ ଦରରେ ନିଆଁ, ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍

author img

By

Published : Oct 2, 2021, 11:13 AM IST

Updated : Oct 2, 2021, 2:22 PM IST

ତୈଳ ଦରରେ ନିଆଁ, ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍

ଦେଶରେ ପୁଣି ବଢିଲା ତୈଳ ଦର । ଆଜି ତୈଳ କମ୍ପାନୀମାନେ ପୁନର୍ବାର ପେଟ୍ରୋଲ-ଡିଜେଲର ରେଟ୍ ବଢାଇଛନ୍ତି । ଜାଣନ୍ତୁ କ'ଣ ରହିଛି ଆଜି ଦର...

ନୂଆଦିଲ୍ଲୀ: ଦେଶର ମହଙ୍ଗା ହେଉଛି ତୈଳ ଦର । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶବ୍ୟାପୀ ପେଟ୍ରୋଲ-ଡିଜେଲର ରେଟ୍ ରେକର୍ଡ ସ୍ତରରେ ପହଞ୍ଚିଛି । ଭାରତୀୟ ତୈଳ କମ୍ପାନୀ ଲଗାତାର ତୃତୀୟ ଦିନରେ ପେଟ୍ରୋଲ-ଡିଜେଲ ଦର ବଢାଇଛନ୍ତି । ଘରୋଇ ବଜାରରେ ସରକାରୀ ତୈଳ କମ୍ପାନୀମାନେ ଆଜି(ଶନିବାର) ଡିଜେଲ ଦର ୩୦ ପଇସା ମହଙ୍ଗା କରିଛନ୍ତି । ସେହିପରି ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢିଛି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୪୪ ପଇସା ବଢିଛି । ଫଳରେ ଏଠାରେ ଏବେ ପେଟ୍ରୋଲ ଦର ୧୦୩.୦୧ ଟଙ୍କାରେ ପହଞ୍ଚିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ(IOCL) ଅନୁଯାୟୀ, ଇନ୍ଧନ ଦରରେ ତାଜା ବୃଦ୍ଧି ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨. ୧୪ ଟଙ୍କା ହୋଇଯାଇଛି । ଶୁକ୍ରବାର ଏହା ୧୦୧.୮୯ ଟଙ୍କା ଥିଲା । ଏହିପରି ଭାବେ ଡିଜେଲ ୯୦.୪୭ ଟଙ୍କାକୁ ବୃଦ୍ଧି ପାଇଛି । ବିଶେଷଭାବେ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ବିହାର, ଜମ୍ମୁ-କାଶ୍ମୀର, ଦିଲ୍ଲୀ-ଏନସିଆର ଏବଂ ପଞ୍ଜାବରେ ପେଟ୍ରୋଲ ୧୦୦ ଟଙ୍କା ଉପରେ ରହିଛି । ସେହିପରି କିଛି ସହରରେ ୧୧୦ ଟଙ୍କା ପାର୍ କରିଛି ଏହି ତୈଳ ଦର ।

ଦେଶର ପ୍ରମୁଖ ଚାରି ମହାନଗର ତୁଳନାରେ ମୁମ୍ବାଇରେ ସବୁଠୁ ଅଧିକ ମହଙ୍ଗା ହୋଇଛି ପେଟ୍ରୋଲ-ଡିଜେଲ । ସରକାରୀ ଅଏଲ ରିଫାଇନାରୀ କମ୍ପାନୀ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଏବଂ ଟଙ୍କାରେ ଅପ-ଡାଉନକୁ ଦୃଷ୍ଟିରେ ରଖି ଘରୋଇ ବଜାରରେ ଦୈନିକ ତୈଳ ଦର ଅପଡେଟ କରିଥାନ୍ତି । ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ ।

Last Updated :Oct 2, 2021, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.