ETV Bharat / business

ଆଜି ବି ମହଙ୍ଗା ସୁନା -ରୂପା

author img

By

Published : Jan 19, 2021, 5:13 PM IST

ବଢିଚାଲିଛି ସୁନା ଓ ରୂପା ଦାମ । ସୋମବାର ସୁନା ଦାମ ବୃଦ୍ଧିର ସହ ବନ୍ଦ ହୋଇଥିବା ବେଳେ ଆଜି ବି ସୁନା ଓ ରୂପା ଦାମ ବଢିଛି । ଅଧିକ ପଢନ୍ତୁ..

ଆଜି ବି ମହଙ୍ଗା ସୁନା -ରୂପା
ଆଜି ବି ମହଙ୍ଗା ସୁନା -ରୂପା

ନୂଆଦିଲ୍ଲୀ: ଆଜି ବି ବୃଦ୍ଧି ପାଇଲା ସୁନା ଦାମ । ଚାହିଦା ବଢିବା ଯୋଗୁଁ ମଙ୍ଗଳବାର ପୁଣି ମହଙ୍ଗା ହୋଇଛି ସୁନା । କେବଳ ସୁନା ନୁହେଁ ରୂପା ଦାମ ମଧ୍ୟ ବଢିଛି ।

ଆଜି ସୁନା ଦାମ ଦେଶର ରାଜଧାନୀ ଦିଲ୍ଲୀରେ 10 ଗ୍ରାମ ପ୍ରତି 198 ଟଙ୍କା ବୃଦ୍ଧି ହୋଇ 48,480 ଟଙ୍କା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ମୂଲ୍ୟବାନ ଧାତୁ ଦାମ ବଢିବା ଯୋଗୁଁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖାଦେଇଛି । ଏ ନେଇ ଏଚଡିଏଫସି ସିକ୍ୟୁରିଟିଜ ସୂଚନା ଦେଇଛି ।

ତେବେ ପୂର୍ବ କାରବାରୀ ଅଧିବେଶନରେ ସୁନା ଦାମ 10 ଗ୍ରାମ ପ୍ରତି 48,282 ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ରୂପା ଦାମ କିଲୋ ପିଛା 1,008 ଟଙ୍କା ବଢି 65,340 ଟଙ୍କାରେ ପହଞ୍ଚିଛି । ପୂର୍ବ ଟ୍ରେଡରେ ଏହାର ଦାମ 64,332 ଟଙ୍କା ଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ଉଭଯ ସୁନା ଓ ରୂପା ଦାମ ବୃଦ୍ଧି ହୋଇ ଆଉନ୍ସ, ପ୍ରତି ଯଥାକ୍ରମେ 1,843 ଓ 25.28 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.