ETV Bharat / business

ସୁନା ଦାମ ହ୍ରାସ, ରୂପା 1606 ଟଙ୍କା ଖସିଲା

author img

By

Published : Aug 25, 2020, 7:00 PM IST

ଦିଲ୍ଲୀର 24 କ୍ୟାରେଟ ପାଇଁ ସ୍ପଟ୍ ସୁନା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ସୁନା ଦାମ 10 ଗ୍ରାମ ପ୍ରତି 557 ଟଙ୍କା ହ୍ରାସ ପାଇଛି ବୋଲି HDFC ସିକ୍ୟୁରିଟି ସିନିୟର ଆନାଲିଷ୍ଟ (କମୋଡିଟିସ୍) ତପନ ପଟେଲ କହିଛନ୍ତି ।

ସୁନା ଦାମ ହ୍ରାସ , ରୂପା 1606 ଟଙ୍କା ଖସିଲା
ସୁନା ଦାମ ହ୍ରାସ , ରୂପା 1606 ଟଙ୍କା ଖସିଲା

ନୂଆଦିଲ୍ଲୀ: ଲଗାତାର ସୁନା ଦାମ ବୃଦ୍ଧିରେ ଲାଗିଛି ବ୍ରେକ । ମଙ୍ଗଳବାର ସୁନା ଦାମ ହ୍ରାସ ହୋଇଛି । ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପ୍ରତି 557 ଟଙ୍କା ଖସି 52,350 ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟିଜ ଏ ନେଇ ସୂଚନା ଦେଇଛି ।

ସେହିଭଳି ରୂପା ଦାମ ମଧ୍ୟ କିଲୋ ପିଛା 1,606 ଟଙ୍କା ହ୍ରାସ ହୋଇ 66,736 ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାରରେ ଏହା କିଲୋଗ୍ରାମ ପ୍ରତି 68,342 ଟଙ୍କା ରହିଥିଲା ।

ପ୍ରକାଶ ଯେ, ପୂର୍ବ କାରବାରରେ ସୁନା ଦାମ 10 ଗ୍ରାମ ପିଛା 52,907 ଟଙ୍କାରେ କାରବାର ବନ୍ଦ କରିଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଆଉନ୍ସ ପିଛା 1,930 ଡଲାର ରହିଥିବାବେଳେ ରୂପା ଦାମ ଆଉନ୍ସ ପ୍ରତି 26.45 ଡଲାର ରହିଛି ।

ମଙ୍ଗଳବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା 74.33 ରହିଛି । ତେବେ ଦୁର୍ବଳ ଡଲାର ମଧ୍ୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ସହ କାରବାର କରିଥିଲା । ଏସିଆ ଏବଂ ୟୁରୋପରେ ଭାଇରସ ମାମଲା ବୃଦ୍ଧି ହେତୁ ଚିନ୍ତା ବଢିଥିଲା। ତେବେ ଆମେରିକା-ଚୀନ୍ ବାଣିଜ୍ୟ ଆଲୋଚନାରେ ପୁନଃ ଆରମ୍ଭ ହେବାର ସଙ୍କେତ ଭିତରେ କାରବାର ସକାରାତ୍ମକ ମୂଲ୍ୟରେ ସୀମିତ ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.