ଅଟୋ ସେକ୍ଟରକୁ ସରକାର ଯୋଗାଇଲେ ଇନ୍ଧନ, ସୃଷ୍ଟି ହେବ 7.5 ଲକ୍ଷ ନିଯୁକ୍ତି

author img

By

Published : Sep 15, 2021, 4:34 PM IST

ଅଟୋ ଶିଳ୍ପକୁ ସରକାର ଯୋଗାଇଲେ ଇନ୍ଧନ, ସୃଷ୍ଟି ହେବ 7.5 ଲକ୍ଷ ନିଯୁକ୍ତି

ଅଟୋ ଏବଂ ଡ୍ରୋନ ଶିଳ୍ପ ପାଇଁ ୨୬,୦୫୮ କୋଟି ଟଙ୍କାର ପିଏଲଆଇ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବା ସହ ନିଯୁକ୍ତି ସୃଷ୍ଟି କରିବା ହେଉଛି ପିଏଲଆଇ ଯୋଜନାର ମୂଳ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଅଟୋ ଓ ଡ୍ରୋନ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା(PLI Scheme)କୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଅଟୋ ଏବଂ ଡ୍ରୋନ ଶିଳ୍ପ ପାଇଁ ୨୬,୦୫୮ କୋଟି ଟଙ୍କାର ପିଏଲଆଇ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବା ସହ ନିଯୁକ୍ତି ସୃଷ୍ଟି କରିବା ହେଉଛି ପିଏଲଆଇ ଯୋଜନାର ମୂଳ ଉଦ୍ଦେଶ୍ୟ ।

ଗତ ବର୍ଷ ଯାନବାହନ ଉପକରଣରେ ଅଟୋମେଟିକ ଟ୍ରାନ୍ସମିସନ ଆସେମ୍ବଲି, ଇଲେକ୍ଟ୍ରୋନିକ ପାୱାର ଷ୍ଟିୟରିଂ ସିଷ୍ଟମ, ସେନସର, ସୁପର କ୍ୟାପାସିଟର, ଆଡାପ୍ଟିକ ଫ୍ରଣ୍ଟ ଲାଇଟିଂ, ଅଟୋମେଟିକ ବ୍ରେକ, ସକଅବଜର୍ଭ ପ୍ରଣାଳୀକୁ ସାମିଲ କରାଯାଇଥିଲା ।

ବୈଦ୍ୟୁତିକ ଯାନ ଏବଂ ହାଇଡ୍ରୋଜେନ ଇନ୍ଧନ ଯାନ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ସରକାର ଅଟୋ ସେକ୍ଟର ପାଇଁ ପ୍ରାୟ 25,938 କୋଟି ମୂଲ୍ୟର ନୂତନ ଉତ୍ପାଦନ-ଲିଙ୍କ୍ ପ୍ରୋତ୍ସାହନ (PLI) ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ସରକାରୀ ଆକଳନ ଅନୁଯାୟୀ ଅଟୋ ସେକ୍ଟର ପାଇଁ PLI ଯୋଜନା 7.5 ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ।

ଗତ ବର୍ଷ ସରକାର ଅଟୋମୋବାଇଲ ଏବଂ ଅଟୋ କମ୍ପୋନେଣ୍ଟ ସେକ୍ଟର ପାଇଁ ପାଞ୍ଚ ବର୍ଷ ପାଇଁ 57,043 କୋଟି ଟଙ୍କାର ଯୋଜନା ଘୋଷଣା କରିଥିଲେ। ହାଇଡ୍ରୋଜେନ ଇନ୍ଧନ ଯାନ ଏବଂ ବୈଦ୍ୟୁତିକ ଯାନ ଉପରେ ଧ୍ୟାନକେନ୍ଦ୍ରୀତ ପାଇଁ କ୍ୟାବିନେଟ ଏହି ଯୋଜନା ପାଇଁ ପ୍ୟାକେଜ 25,938 କୋଟିକୁ ହ୍ରାସ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.