ETV Bharat / business

ଏସବିଆଇ ଗ୍ରାହକ ଆଲର୍ଟ ! କାଲିଠୁ ବଦଳିବ ଏଟିଏମରୁ ଟଙ୍କା ଉଠାଣ ନିୟମ

author img

By

Published : Sep 17, 2020, 7:24 PM IST

ଆସନ୍ତା କାଲି (ସେପ୍ଟେମ୍ବର 18)ରୁ ବଦଳିବ ଦେଶର ବୃହତ୍ତମ କମର୍ସିଆଲ ବ୍ୟାଙ୍କ ଏସବିଆଇର ଏଟିଏମରୁ ଟଙ୍କା ଉଠାଣ ନିୟମ । ଏହା ଅନୁସାରେ ଓଟିପି ନଦେଲେ ଉଠିବନି ଟଙ୍କା । ଅଧିକ ପଢନ୍ତୁ..

ଏସବିଆଇ ଗ୍ରାହକ  ଆଲର୍ଟ  ! କାଲିଠୁ ବଦଳିବ ଏଟିଏମରୁ ଟଙ୍କା ଉଠାଣ ନିୟମ
ଏସବିଆଇ ଗ୍ରାହକ ଆଲର୍ଟ ! କାଲିଠୁ ବଦଳିବ ଏଟିଏମରୁ ଟଙ୍କା ଉଠାଣ ନିୟମ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କ ପଇଁ ଜରୁରୀ ଖବର । ଆସନ୍ତ କାଲି (ସେପ୍ଟେମ୍ବର 18)ରୁ ବଦଳିବ ଦେଶର ବୃହତ୍ତମ କମର୍ସିଆଲ ବ୍ୟାଙ୍କ ଏସବିଆଇର ଏଟିଏମରୁ ଟଙ୍କା ଉଠାଣ ନିୟମ । ଗ୍ରାହକଙ୍କୁ ଠକେଇରୁ ରକ୍ଷା ଓ ଟଙ୍କା ଉଠାଣକୁ ସୁରକ୍ଷିତ କରିବା ପାଇଁ ମୋବାଇଲ ଓଟିପି ହେବ ପ୍ରମୁଖ ମାଧ୍ୟମ । ଅର୍ଥାତ ବିନା ଓଟିପିରେ ଟଙ୍କା ଉଠାଣ ହୋଇପାରିବ ନାହିଁ । ତେବେ ଜାଣନ୍ତୁ କଣ ରହିଛି ନୂଆ ପଦ୍ଧତି ..

ଏସବିଆଇ ଲିଖିତ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛି କି , ସେପ୍ଟେମ୍ବର 18ରୁ ଯଦି ଏସବିଆଇର ଯେକୌଣସି ଏଟିଏମରୁ ଦୈନିକ 10,000 ଟଙ୍କା ଏବଂ ଏହା ଠାରୁ ଅଧିକ ଉଠାଉଛନ୍ତି ତେବେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଓଟିପି ଯିବ। ଆଉ ସେହି ଓଟିପି ଆସିବା ପରେ ଆପଣ ଟଙ୍କା ଉଠାଇପାରିବେ । ତେବେ ଚିନ୍ତା କରନ୍ତୁ ନାହିଁ , ଏଥିପାଇଁ ଏସବିଆଇ କୌଣସି ଟାଇମ ଲିମିଟ ରଖିନାହିଁ, ଆପଣ ଦିନ ରାତି 7 ଦିନ 24 ଘଣ୍ଟା ଏହି ସେବା ପାଇପାରିବେ । ଏହି ନିୟମ କେବଳ ଏସବିଆଇ ଡେବିଟ କାର୍ଡଧାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ।

OTP ଆଧାରିତ ATM ସେବାର ସମ୍ପ୍ରସାରଣ ନେଇ ଏସବିଆଇର ଏମଡି (ଖୁଚୁରା ଓ ଡିଜିଟାଲ ବ୍ୟାଙ୍କିଙ୍ଗ) ସିଏସ ସେଟ୍ଟୀ କହିଛନ୍ତି କି , ଏସବିଆଇ ସର୍ବଦା ନିଜ ଗ୍ରାହକଙ୍କ ପୁ଼ଞ୍ଜିକୁ ଟେକ୍ନୋଲୋଜି ମାଧ୍ୟମରେ ସୁରକ୍ଷା ଦେବା ପାଇଁ ଆଗୁଆ ରହିଛି । ଆଉ ବର୍ତ୍ତମାନ ଏହି 24x7 OTP ସେବା ଗ୍ରାହକଙ୍କୁ ଏକ ସୁରକ୍ଷିତ ଏବଂ ବିପଦମୁକ୍ତ ନଗଦ ଅଭିଜ୍ଞତା ଦେବ ବୋଲି ବିଶ୍ବାସ ରହିଛି ।

ପ୍ରକାଶ ଯେ, ଏସବିଆଇ ଏଟିଏମରୁ 10 ହଜାର ଟଙ୍କାରୁ ଅଧିକ ଉଠାଣ ନେଇ ଓଟିପି ନିୟମ 2020 ଜାନୁଆରୀ ପହିଲାରୁ ଲାଗୁ ହୋଇଛି । ତେବେ ଏହା ଅନୁସାରେ କେବଳ ରାତି 8ରୁ ସକାଳ 8 ପର୍ଯ୍ୟନ୍ତ ଏସବିଆଇ ଏଟିଏମରୁ ନଗଦ ଉଠାଣ ପାଇଁ ଓଟିପି ଆବଶ୍ୟକତା ପଡୁଥିଲା । ହେଲେ ଏବେ ଏହି ବ୍ୟବସ୍ଥା ବଦଳିଛି ।

କୋରୋନା ସଙ୍କଟରେ ଡିଜିଟାଲ ଟ୍ରାଞ୍ଜାକ୍ସନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା ବେଳେ ଠକେଇ ମଧ୍ୟ ଅଧିକ ସଂଖ୍ଯାରେ ବୃଦ୍ଧି ପାଇଛି । ସାଇବର ଠକକଙ୍କ ଫୋକସରେ ବ୍ୟାଙ୍କ ଆକାଉଣ୍ଟ ରହିଥିବାରୁ ଲକ୍ଷାଧିକ ଟଙ୍କାର ହରିଲୁଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏସବିଆଇ ପୂର୍ବରୁ ଲାଗୁ କରିଥିବା ଓଟିପି ବ୍ୟବସ୍ଥାକୁ 24 ଘଣ୍ଟା କଡାକଡି ପାଇଁ ନିଷ୍ପତ୍ତି ନେଇଛି ।

ବ୍ୟାଙ୍କର ଏହି ଓଟିପି ନିୟମ ପାଇଁ ଆପଣଙ୍କୁ ଏଟିଏମକୁ ଯିବା ବେଳେ ପଞ୍ଜିକୃତ ନମ୍ବର ପାଇଁ ସାଥୀରେ ମୋବାଇଲ ନେବାକୁ ପଡିବ । ଆଉ ଯଦି ନମ୍ବର ପଞ୍ଜିକୃତ ନାହିଁ, ତେବେ ତୁରନ୍ତ କରାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.