ETV Bharat / bharat

26/11 ମାଷ୍ଟରମାଇଣ୍ଡ ଜକିଉର ରହମାନ ଲଖଭୀକୁ 15 ବର୍ଷ ଜେଲ

author img

By

Published : Jan 8, 2021, 6:26 PM IST

ଲସ୍କର-ଏ-ତୋଏବାର ଟପ କମାଣ୍ଡର ଜକିଉର ରହମାନ ଲଖଭୀ 15 ବର୍ଷ ଜେଲ । ନିକଟରେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଆତଙ୍କାବାଦୀଙ୍କୁ ଅର୍ଥ ଯୋଗାଣକୁ ନେଇ ଗିରଫ କରାଯାଇଥିଲା । ଅଧିକ ପଢନ୍ତୁ...

terrorist Zaki ur rehman lakhvi
26/11 ମାଷ୍ଟର ମାଇଣ୍ଡ ଜକିଉର ରହମାନ ଲଖଭୀଙ୍କୁ 15 ବର୍ଷ ଜେଲ

ଲାହୋର: ଲସ୍କର-ଏ-ତୋଏବାର ଟପ କମାଣ୍ଡର ଜକିଉର ରହମାନ ଲଖଭୀ 15 ବର୍ଷ ଜେଲ । ପାକିସ୍ତାନ ଲାହୋର ଏକ କୋର୍ଟ ଏହି ଦଣ୍ଡ ଶୁଣାଣି କରିଛି । ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣକୁ ନେଇ ଗତ ଶନିବାର ଗିରଫ କରାଯାଇଥିଲା ।

ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଜକିଉର ରହମାନ ଲଖଭୀ ଆତଙ୍କବାଦୀ ଘୋଷିତ ହୋଇଥିଲା । ସେ 2015ରୁ ମୁମ୍ବାଇ ଆକ୍ରମଣ ମାମଲାରେ ଗିରଫ ହୋଇ ଜାମିନରେ ଥିଲା । ଲସ୍କର ଟପ କମାଣ୍ଡର ଜକିଉର ରହମାନ ଲଖଭୀକୁ ଆତଙ୍କାବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ 15 ବର୍ଷ ଜେଲ ଘୋଷଣା କଲା ପାକିସ୍ତାନ ଲାହୋରର ଆତଙ୍କବାଦୀ ବିରୋଧ କୋର୍ଟ । ଏହା ପୂର୍ବରୁ ଗତ ବୁଧବାର ଦିନ ପାକିସ୍ତାନ ଆତଙ୍କବାଦୀ ବିରୋଧ ବିଭାଗ (ସିଟିଡି) ଦ୍ବାରା ପଚରାଉଚରା କରାଯାଇଥିଲା । ଏହା ପରେ ତାଙ୍କୁ ପାକିସ୍ତାନ ଆତଙ୍କବାଦୀ ବିରୋଧୀ କୋର୍ଟରେ ହାଜର କରାଯାଇଥିଲା ଏହା ପରେ କୋର୍ଟ ଜେଲଦଣ୍ଡ ଶୁଣାଇଛି । ସୂଚନାଥାଉକି ପାକିସ୍ତାନରେ ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି । ଆତଙ୍କବାଦୀ ଖୋଲାଖୋଲି ବୁଲୁଛନ୍ତି । ଏହାକୁ ନେଇ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ଚାପ ପଢୁଛି ।

terrorist Zaki ur rehman lakhvi
26/11 ମାଷ୍ଟର ମାଇଣ୍ଡ ଜକିଉର ରହମାନ ଲଖଭୀଙ୍କୁ 15 ବର୍ଷ ଜେଲ

ଲସ୍କରର ଏହି ଟପ କମାଣ୍ଡର ଏକ ଚିକିତ୍ସାଳୟ ନାମରେ ସଂଗୃହିତ ଆର୍ଥିକ ପାଣ୍ଠକୁ ଆତଙ୍କବାଦକୁ ସହାୟତା ଯୋଗାଉଥିବା ଅଭିଯୋଗ ଗିରଫ କରାଯାଇଛି । ଏହି ଟଙ୍କାକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ମଧ୍ୟ ବ୍ୟବହାର କରିଥିଲେ | ଏଥି ସହ ଲସ୍କର-ଏ-ତୋଏବା ଏବଂ ଅଲ-କାଏଦା ସହ ଜଡିତ ଥିବାରୁ ଆତଙ୍କବାଦ ପାଇଁ ଅର୍ଥ, ସହାୟତା ପ୍ରଦାନ ଷଡଯନ୍ତ୍ର ପାଇଁ ଲଖଭୀକୁ ମିଳିତ ଜାତିସଂଘ ଦ୍ବାରା ଡିସେମ୍ବର 2008 ରେ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ସୂଚନାଥାଉକି ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦଙ୍କ ନେତୃତ୍ବରେ ଲସ୍କର-ଏ-ତୋଏବା 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଯେଉଁଥିରେ ବିଦେଶୀ ନାଗରିକଙ୍କ ସମେତ 166 ଜଣଙ୍କର ମୃତ୍ୟୁ ଘଟିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.