ETV Bharat / bharat

Delhi Hit and Run Repeat: ସ୍କୁଟି ଚାଳକଙ୍କୁ ୩୫୦ ମିଟର ଘୋଷାଡି ନେଲା କାର, ଯୁବକ ମୃତ

author img

By

Published : Jan 28, 2023, 8:48 AM IST

ସ୍କୁଟି ଚାଳକଙ୍କୁ ଧକ୍କା ଦେବା ପରେ ଘୋଷାଡି ନେଲା କାର । ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Youth dragged for 350 meters in Delhi Keshavpuram
Youth dragged for 350 meters in Delhi Keshavpuram

ନୂଆଦିଲ୍ଲୀ: ଦିଲ୍ଲୀରେ ପୁନରାବୃତ୍ତି ହେଲା କଞ୍ଝାୱାଲା ଘଟଣା । ସ୍କୁଟି ଚାଳକଙ୍କୁ ଏକ କାର ଧକ୍କା ଦେବା ପରେ ୩୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଦିଲ୍ଲୀର କେଶବପୁରମ ଅଞ୍ଚଳରେ । ପାଞ୍ଚ ମଦ୍ୟପ ବ୍ୟକ୍ତି କାରରେ ବସିଥିବା ବେଳେ ଏପରି କାଣ୍ଡ ଘଟାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: Delhi Hit and Run Repeat: ଡେଲିଭରି ବୟଙ୍କୁ ୫୦୦ ମିଟର ଘୋଷାଡି ନେଲା ଟ୍ୟାକ୍ସି

ପୋଲିସର ସୂଚନା ଅନୁଯାୟୀ, "ଶୁକ୍ରବାର ରାତିରେ କେଶବପୁରମ୍ ପୋଲିସର ଦୁଇଟି ପିସିଆର ଭ୍ୟାନ୍ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ କାହ୍ନାୟା ନଗର ଅଞ୍ଚଳରେ ପ୍ରେଣା ଛକରେ ଏକ କାର ସ୍କୁଟିକୁ ଧକ୍କା ଦେଇଥିବା ଦେଖିବାକୁ ପାଇଥିଲେ । ଦୁଇ ଜଣ ଯୁବକ ସ୍କୁଟିର ବସିଥିବା ବେଳେ ସାମ୍ନା ପଟୁ ଏକ କାର ଆସି ଧକ୍କା ଦେଇଥିଲା । ଫଳରେ ଜଣେ ଯୁବକ ଛିଟିକି ହୋଇ ରାସ୍ତା କଡରେ ପଡିଯାଇଥିବା ବେଳେ ଅନ୍ୟ ଜଣେ ଯୁବକ କାରର ବୋନେଟରେ ଲାଗି ଯାଇଥିଲେ । ଏହା ଦେଖିବା ପରେ ମଧ୍ୟ କାରରେ ଥିବା ବ୍ୟକ୍ତି ଅଟକି ନଥିଲେ । ଫଳରେ କାରଟି ଯୁବକ ଜଣଙ୍କୁ ଘୋଷାଡି ଘୋଷାଡି ୩୫୦ ମିଟର ପର୍ଯ୍ୟନ୍ତ ନେଇଯାଇଥିଲା । ଏହାପରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଚମ୍ପଟ ମାରିବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା ।"

  • #WATCH | Delhi: A car rammed into a scooty & dragged a rider on its roof for about 350 m when he landed on it after being thrown into the air due to the impact of the collision. 5 accused arrested. FIR registered at Keshav Puram PS.

    One scooty rider died, other is hospitalised pic.twitter.com/ktnnzyjLZQ

    — ANI (@ANI) January 27, 2023 " class="align-text-top noRightClick twitterSection" data=" ">

ଏକ କାରରେ ପାଞ୍ଚ ଜଣ ବ୍ୟକ୍ତି ମଦ୍ୟପାନ କରି ଯାତ୍ରା କରୁଥିଲେ । ପ୍ରେଣା ଛକରେ ଦୁଇ ଯୁବକ ସ୍କୁଟିରେ ଯାଉଥିବା ବେଳେ କାରଟି ସେମାନଙ୍କୁ ଧକ୍କା ଦେଇଥିଲା । ଏହାପରେ ଜଣେ ଯୁବକଙ୍କୁ କାରଟି ଘୋଷାଡି ନେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଯୁବକ ଆହତ ହୋଇଥିବାରୁ ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରାଯାଇ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ଏକ ବିବାହରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟାଇଥିଲେ । ମୃତକ ଜଣଙ୍କ ହେଉଛନ୍ତି କୈଲାଶ ଭଟ୍ଟନଗର ଓ ଆହତ ଜଣଙ୍କ ହେଉଛନ୍ତି ସୁମିତ ଖୈର । କିଛି ଦିନ ପୂର୍ବେ ଜଣେ ଡେଲିଭରି ବୟଙ୍କୁ ଏକ ଟ୍ୟାକ୍ସି ୫ଶହ ମିଟର ଘୋଷାଡି ନେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.