ETV Bharat / bharat

Wrestlers Protest: ଚିଠି ମାଧ୍ୟମରେ ସ୍ମୃତି ଇରାନୀଙ୍କ ସମର୍ଥନ ଲୋଡିଲେ କୁସ୍ତି ଯୋଦ୍ଧା

author img

By

Published : May 15, 2023, 12:11 PM IST

ଧାରଣାକୁ ସମର୍ଥନ କରିବାକୁ ସମସ୍ତ ମହିଳା ସାଂସଦଙ୍କୁ ଚିଠି ଲେଖିବେ କୁସ୍ତିଯୋଦ୍ଧା । ଅଧିକ ପଢନ୍ତୁ

Wrestlers Protest
Wrestlers Protest

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ ଦାବିରେ ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତି ଯୋଦ୍ଧା । 23 ଦିନରେ ଧାରଣା ପହଞ୍ଚିଥିବା ବେଳେ ଗତକାଲି(ରବିବାର) ସାମ୍ବାଦିକ ସମ୍ମିଳନୀ କରି ଚିଠି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମର୍ଥନ ଲୋଡିଛନ୍ତି କୁସ୍ତିଯୋଦ୍ଧା । କେବଳ ସ୍ମୃତି ଇରାନୀ ନୁହଁନ୍ତି ସମସ୍ତ ମହିଳା ସାଂସଦଙ୍କ ସମର୍ଥନ ପାଇଁ ଚିଠି ଲେଖାଯିବ ବୋଲି କହିଥିଲେ କୁସ୍ତିଯୋଦ୍ଧା । ଏଥିସହ ଆସନ୍ତା 16 ତାରିଖରେ ସମସ୍ତ ଜିଲ୍ଲାରେ ଡିଏମଙ୍କ କାର୍ଯ୍ୟାଳୟରେ ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ କୁସ୍ତିଯୋଦ୍ଧାମାନେ ଦେଶବାସୀଙ୍କୁ ଅପିଲ କରିଛନ୍ତି ।

ଡିଏମଙ୍କୁ ସ୍ମାରକପତ୍ର ଦାଖଲ କରିବାକୁ ନିବେଦନ: ଗତ ଶନିବାର ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ବ୍ରିଜ୍ ଭୂଷଣ ଶରଣ ସିଂଙ୍କୁ ରେସ୍‌ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର କାର୍ଯ୍ୟ ନ ଦେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏଥିରେ ଖୁସି ବ୍ୟକ୍ତ କରି ଭାରତୀୟ ଅଲମ୍ପିକ୍ ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ବର୍ତ୍ତମାନ ସଂଗ୍ରାମ ଜାରି ରହିଛି, ଯେଉଁମାନେ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ସମର୍ଥନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ, ଆଗକୁ ମଧ୍ୟ ଆପଣଙ୍କ ସମର୍ଥନ ଲୋଡା ବୋଲି କହିଥିଲେ ବଜରଙ୍ଗ ପୁନିଆ । ବିନେଶ ଫୋଗାଟ କହିଥିଲେ ଯେ, ଆମେ ଦେଶବାସୀଙ୍କୁ ନିବେଦନ କରୁଛୁ, ଆସନ୍ତା ମେ 16 ତାରିଖରେ ସମସ୍ତ ଜିଲ୍ଲାରେ ମାଆ ଉଉଣୀ ଓ ଭାଇମାନେ ଆମକୁ ସମର୍ଥନ ଜଣାଇ ଡିଏମଙ୍କ ଅଫିସରେ ସ୍ମାରକପତ୍ର ପ୍ରଦାନ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ-ତାମିଲନାଡୁରେ ବିଷାକ୍ତ ମଦ ପିଇ 12 ମୃତ, 24ରୁ ଅଧିକ ଗୁରୁତର

ଅନ୍ୟପଟେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କହିଛନ୍ତି, "ଧାରଣାକୁ 22 ଦିନ ବିତିଗଲାଣି । କୌଣସି ବିଜେପି ନେତା ଆମ ପାଖକୁ ଏପର୍ଯ୍ୟନ୍ତ ଆସିନାହାନ୍ତି । ଆମେ ବିଜେପିର ମହିଳା ନେତ୍ରୀମାନଙ୍କୁ ଚିଠି ଲେଖିଛୁ । ଆମକୁ ସମର୍ଥନ କରିବାକୁ ଇ-ମେଲ ଜରିଆରେ ମଧ୍ୟ ଚିଠି ପଠାଇବୁ । ଏହା ହେଉଛି ପ୍ରତ୍ୟେକ ଝିଅଙ୍କ ସଂଗ୍ରାମ ଯିଏ ନ୍ୟାୟ ଅପେକ୍ଷାରେ ରହିଛନ୍ତି ।"

ଗତ ଏପ୍ରିଲ ୨୧ ତାରିଖରେ ଜଣେ ନାବାଳିକା ସମେତ ୭ଜଣ କୁସ୍ତି ଯୋଦ୍ଧା ରେସ୍‌ଲିଂ ଫେଡେରେସନ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦେଇଥିଲେ କୁସ୍ତିଯୋଦ୍ଧା । ପୋଲିସ ଏହି ମାମଲା ପଞ୍ଜିକୃତ ନକରିବାରୁ କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହାପରେ ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ୨ଟି ମାମଲା ଦାଖଲ କରିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.