ETV Bharat / bharat

ବଢିବ ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ନିର୍ବାଚନ ଶେଷଯାଏଁ ରହିପାରନ୍ତି ବିଜେପି ମୁଖ୍ୟ

author img

By

Published : Sep 27, 2022, 7:18 AM IST

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ । ୨୦୨୪ ଲୋକସଭା ନିର୍ବାଚନ ସରିବା ଯାଏଁ ସେ ବିଜେପି ମୁଖ୍ୟ ରହିବେ । ଅଧିକ ପଢନ୍ତୁ

ବଢିବ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ନିର୍ବାଚନ ସରିବା ଯାଏଁ ରହିବେ ବିଜେପି ମୁଖ୍ୟ
ବଢିବ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ନିର୍ବାଚନ ସରିବା ଯାଏଁ ରହିବେ ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ(JP Nadda To Get Extension As BJP President) । ୨୦୨୪ ଲୋକସଭା ନିର୍ବାଚନକୁ ଦୁଇ ବର୍ଷରୁ କମ୍ ସମୟ ରହିଥିବାରୁ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ । ଦଳ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ନିର୍ବାଚନ ଶେଷ ହେବା ଯାଏଁ ଅର୍ଥାତ୍ ୨୦୨୪ ଏପ୍ରିଲ-ମେ' ମାସ ପର୍ଯ୍ୟନ୍ତ ନଡ୍ଡା ବିଜେପି ମୁଖ୍ୟ ପଦବୀରେ ରହିବେ । ତେଣୁ ବର୍ତ୍ତମାନ ସମୟରେ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ସମ୍ବିଧାନ ଅନୁସାରେ, ଜଣେ ବ୍ୟକ୍ତି ଅଧ୍ୟକ୍ଷ ପଦରେ ଅନୂନ୍ୟ ୩ ବର୍ଷ ଯାଏଁ ରହିପାରିବେ । ୨୦୩୦ ଜାନୁୟାରୀ ୨୦ରେ ନଡ୍ଡାଙ୍କ ତିନି ବର୍ଷୀୟ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । କିନ୍ତୁ ନଡ୍ଡାଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ(Prime Minister Narendra Modi) ଆସ୍ଥା ରହିଥିବାରୁ ଏବଂ ତାଙ୍କର ଭଲ ପ୍ରଦର୍ଶନକୁ ଦେଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ବୋଲି ବିଜେପି ନେତା କହିଛନ୍ତି । ୨୦୧୯ ଜୁଲାଇରେ ଜେପି ନଡ୍ଡାଙ୍କୁ ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ମିଳିଥିଲା । ସେହିବର୍ଷ ଜାନୁୟାରୀ ୨୦ରେ ସର୍ବସମ୍ମତିକ୍ରମେ ସେ ତତ୍କାଳୀନ ବିଜେପି ମୁଖ୍ୟ ଅମିତ ଶାହଙ୍କ ସ୍ଥାନରେ ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ଶାହଙ୍କ ମଧ୍ୟ ୨୦୧୯ ଯାଏଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ହେବେ ସାମିଲ

ବିଜେପି ନିୟମ ଅନୁଯାୟୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ୩ ବର୍ଷ ପାଇଁ କ୍ରମାଗତ ଦୁଇଥର ନିର୍ବାଚିତ ହୋଇପାରିବେ । ଏପରି ମଧ୍ୟ ପ୍ରାବଧାନ ରହିଛି ଯେ, ଅତିକମରେ ୫୦ ପ୍ରତିଶତ ରାଜ୍ୟ ୟୁନିଟରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ପାରିବ । ଅଗଷ୍ଟରୁ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା କଥା । ହେଲେ ଏ ଯାଏଁ ତାହା ହୋଇନାହିଁ ।

ସେହିପରି ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନଥିବାରୁ ଦଳୀୟ ନେତାମାନେ ଏଥିପାଇଁ ବ୍ୟସ୍ତ ଅଛନ୍ତି । କହିରଖୁଛୁ କି, ଚଳିତ ବର୍ଷ ଗୁଜୁରାଟ, ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେହିପରି ଆସନ୍ତାବର୍ଷ ଆରମ୍ଭରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.