ETV Bharat / bharat

Amritpal Singh New Video: ମୁଁ ପଳାତକ ନୁହେଁ ଖୁବ ଶୀଘ୍ର ସାମ୍ନାକୁ ଆସିବି କହିଲା ଅମ୍ରିତପାଲ ସିଂ

author img

By

Published : Mar 31, 2023, 7:52 AM IST

ପୁଣି ଭିଡିଓ ଜାରି କଲା ପଳାତକ ଅମ୍ରିତପାଲ ସିଂ । ବର୍ତ୍ତମାନ ଲାଇଭ ଆସି ବାର୍ତ୍ତା ଦେଇଛି ପଳାତକ । କଣ କହିଛି ଭିଡିଓରେ ପଢନ୍ତୁ ।

ଅମ୍ରିତପାଲ ସିଂ
ଅମ୍ରିତପାଲ ସିଂ

ଚଣ୍ଡିଗଡ: ଓ୍ବାରିସ ପଞ୍ଜାବ ଦେର ମୁଖ୍ୟ ତଥା ଖଲିସ୍ତାନ ପ୍ରଚାରକ ଅମ୍ରିତପାଲ ସିଂଙ୍କୁ ଧରିବାରେ ବିଫଳ ପୋଲିସ । ଫେରାରକୁ ୧୩ ଦିନ ବିତିଯାଇଥିଲେ ସୁଦ୍ଧା ତା ପାଖରେ ପହଞ୍ଚିବାକୁ ଟେର ପାଉନି ପୋଲିସ । ପୋଲିସକୁ ଚକମା ଦେବା ପାଇଁ ଅନେକ ସହରରେ ବେଶ ବଦଳାଇ ବୁଲୁଛି ଅମ୍ରିତପାଲ । ଏହାରି ଭିତରେ ଭିଡିଓ ଅଡିଓ ଭାଇରାଲ ହେବାରେ ଲାଗିଛି । ଏହି ଅଡିଓ ପଳାତକ ଅମ୍ରିତପାଲ ସିଂଙ୍କର ବୋଲି ଜଣାପଡିଛି । ଏଥିରେ ସେ ଶିଖ ସଂଗଠନକୁ ଅନେକ କଥା କହିଛି । ଏହି ଅଡିଓ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମନରେ ଅନେକ ଆଶଙ୍କା ସୃଷ୍ଟି ହେଉଛି ।

ତେବେ ଗତକାଲି ଲାଇଭ ଭିଡିଓ ଜାରି କରି ଅମ୍ରିତ କହିଛି, "ମୁଁ ପଳାତକ ନୁହେଁ, ମୁଁ ଶୀଘ୍ର ଦୁନିଆ ସାମ୍ନାକୁ ଆସିବି । ମୁଁ କେବେ ବି ସରକାରଙ୍କୁ ଡରେ ନାହିଁ । ଆପଣଙ୍କର ଯାହା ଇଚ୍ଛା କରନ୍ତୁ । ଯଥେଦାରଙ୍କ ପାଇଁ ଏକ ପରୀକ୍ଷାର ସମୟ । ଗୁରୁ ସବୁବେଳେ ରକ୍ଷା କରି ଆସୁଛନ୍ତି । ଆଗକୁ ମଧ୍ୟ ରକ୍ଷା କରିବେ ।

ଏମିତି ଅଡିଓ ଭାଇରାଲ ହେଉଛି: ଅମ୍ରିତପାଲ ସିଂଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ସେ ଭିଡିଓରେ କହିଛି ଯେ, " ମୋର ଭିଡିଓ ଭାଇରାଲ ହେବା ପରେ ଏହି ଭିଡିଓ ପୋଲିସ ହିଁ କରିଛି ବୋଲି ସନ୍ଦେହ କରାଯାଉଛି, କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ । କ୍ୟାମେରା ସାମ୍ନାରେ ଭିଡିଓ ତିଆରି କରିବାରେ ମୋର ଅଭ୍ୟାସ ନାହିଁ । ମୋର ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଯୋଗୁଁ ମୁଁ ଟିକେ ଦୁର୍ବଳ ହୋଇଯାଇଛି । ମୋତେ ଗିରଫ ପରେ ଅତ୍ୟାଚାର ନକରିବା ପାଇଁ ମୁଁ ସରକାରଙ୍କୁ ଏପରି କିଛି ଦାବି କରିନି । କିଛି ଲୋକ ଭିତ୍ତିହୀନ କଥା କହୁଛନ୍ତି ।"

ସେ ଆହୁରି ମଧ୍ୟ କହିଛି, "ପୋଲିସ ମୋତେ ଡରାଇବା ପାଇଁ ଚେଷ୍ଟା କରୁଛି । କିନ୍ତୁ ମୁଁ ଜେଲ ଯିବା ପାଇଁ ଭୟ କରୁନାହିଁ । ଅକାଳ ତଖତର ଜଥେଦାର ହରପ୍ରୀତ ସିଂହଙ୍କୁ ବୈଶାଖୀରେ ସରବତ ଖାଲାସା ଡକାଇ ନିଜେ ଜଥେଦାର ହେବାର ପ୍ରମାଣ ଦେବି ।"

ପ୍ରକାଶଥାଉକି, ପୋଲିସର ଗିରଫଦାରିକୁ ଭୟ କରି ଲୁଚିରହିଖିବା ଅମ୍ରିତପାଲ ସିଂଙ୍କର ଏକ ଭିଡିଓ ବୁଧବାର ମଧ୍ୟ ଭାଇରାଲ ହୋଇଥିଲା । ସେ କହିଥିଲା,"ମୋର ଗିରଫ ପ୍ରସଙ୍ଗ ବଡ କଥା ନୁହେଁ, ଶିଖମାନଙ୍କୁ ଆକ୍ରମଣ ପ୍ରସଙ୍ଗ ବଡ ଅଟେ । ଯଦି ସରକାରଙ୍କ ଉଦ୍ଦେଶ୍ୟ କେବଳ ମୋତେ ଗିରଫ କରିବାରଥାନ୍ତା ତାହାଲେ ସେ ମୋତେ ଘରୁ ମଧ୍ୟ ଗିରଫ କରିପାରିଥାନ୍ତେ । କିନ୍ତୁ ଯେତେବେଳେ ଇଣ୍ଟରନେଟ ବନ୍ଦ କରିଦିଆଗଲା ସେତେବେଳେ ଶିଖ ସମ୍ପ୍ରଦାୟ କାହା ସହ ସମ୍ପର୍କ ହୋଇପାରିଲା ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.