ETV Bharat / bharat

ମୁସଲମାନ ଶୂନ୍ୟ ଗାଁରେ ନିଆରା ମହରମ, ହିନ୍ଦୁ ସମ୍ପ୍ରଦାୟ ପାଳୁଛନ୍ତି ବଳିଦାନର ପର୍ବ

author img

By

Published : Jul 30, 2023, 7:47 AM IST

ହିନ୍ଦୁ ସମ୍ପ୍ରଦାୟର ଲୋକେ ମହରମ ପାଳନ କରିଛନ୍ତି । ହରଲାପୁର ଗାଁରେ କେହି ବି ମୁସଲମାନ ବସବାସ କରୁନଥିଲେ ବି ହିନ୍ଦୁ ସମ୍ପ୍ରଦାୟର ଲୋକେ ପାଳନ କରିଛନ୍ତି ଏହି ପର୍ବ । ଅଧିକ ପଢନ୍ତୁ

ମୁସଲମାନ ଶୂନ୍ୟ ଗାଁରେ ନିଆରା ମହରମ
ମୁସଲମାନ ଶୂନ୍ୟ ଗାଁରେ ନିଆରା ମହରମ

ବେଙ୍ଗାଲୁରୁ: ମୁସଲମାନ ସମ୍ପ୍ରଦାୟ ପାଳୁଛନ୍ତି ତ୍ୟାଗ ଓ ବଳିଦାନର ପର୍ବ ମହରମ । ବିଭିନ୍ନ ସ୍ଥାନରେ ଭାଇଚାରା ସଦୃଶ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକେ ମିଳିମିଶି ଏହି ପର୍ବକୁ ପାଳନ କରିଥାଆନ୍ତି । ହେଲେ ଏହାରି ଭିତରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକରେ । କର୍ଣ୍ଣାଟକରେ ଥିବା ଏକ ମୁସଲମାନ ବିହୀନ ଗାଁରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏହି ମହରମ ପାଳନ କରିଛନ୍ତି ।

ସୂଚନା ଅନୁସାରେ, ବେଲାଗାଭି ଜିଲ୍ଲାର ହରଲାପୁର ଗାଁରେ ରହିଛି ଫକିରସ୍ବାମୀ ଦରଘା । ଏଠାରେ କୌଣସି ବି ମୁସଲମାନ ବସବାସ କରୁନଥିଲେ ବି ହିନ୍ଦୁ ସମ୍ପ୍ରଦାୟର ଲୋକେ ଏହି ଦରଘାର ନିର୍ମାଣ କରି ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, ବହୁ ବର୍ଷ ପୂର୍ବେ ସେଠାରେ ମୁସଲମାନ ସମ୍ପ୍ରଦାୟର ଜଣେ ଫକୀର ରହୁଥିଲେ । ସେ ପ୍ରତିଦିନ ହିନ୍ଦୁ ଦେବାଦେବୀଙ୍କୁ ପୂଜା ମଧ୍ୟ କରୁଥିଲେ । ତେବେ ଫକୀରଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ଦାହ କରାଯାଇଥିଲା ଏବଂ କବର ମଧ୍ୟ ନିର୍ମାଣ କରାଯାଇଥିଲା । ନିର୍ମାଣ ହୋଇଥିବା କବରସ୍ଥାନ ନିକଟରେ ଏକ ଦରଘା ପ୍ରତିଷ୍ଠା ହୋଇଛି । ପ୍ରାୟ 11 ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇଥିବା ଏହି ଦରଘାରେ ନିୟମିତ ଇସଲାମ ରୀତିନୀତି ଅନୁସାରେ ପୂଜାପାଠ ମଧ୍ୟ କରାଯାଉଛି ।

ଏହା ବି ପଢନ୍ତୁ...୩୬୦ ବର୍ଷର ନିଆରା ପରମ୍ପରା, ମହରମରେ ହିନ୍ଦୁ ଘରୁ ବାହାରୁଛି ତାଜିଆ ଶୋଭାଯାତ୍ରା

ଆଖ ପାଖ ଅଞ୍ଚଳରେ ରହୁଥିବା ମୁସଲମାନ ସମ୍ପ୍ରଦାୟଙ୍କ ଅପେକ୍ଷା ହରଲାପୁର ଗାଁର ହିନ୍ଦୁ ଧର୍ମାବାଲମ୍ବୀମାନେ ଖୁବ ଧୁମଧାମରେ ମହରମ ପର୍ବ ପ୍ରତିବର୍ଷ ପାଳନ କରିଥାନ୍ତି । ଇସଲାମ ସମ୍ପ୍ରଦାୟର ସମସ୍ତ ରୀତି ନୀତି ବିଷୟରେ ଅବଗତ ନଥିଲେ ବି ଅତ୍ୟନ୍ତ ଶ୍ରଦ୍ଧାର ସହ ମହରମ ପର୍ବକୁ ପାଳନ କରିଆସୁଥିବା କହିଛନ୍ତି ଗ୍ରାମବାସୀ । ମନ୍ତ୍ରପାଠ ଜାଣିନଥିବା କାରଣରୁ ''ହର ହର ମହାଦେବ' ଧ୍ବନିରେ ପୂଜାର୍ଚ୍ଚନା କରୁଥିବା ନେଇ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ତେବେ ଗତକାଲି ମୁସଲମାନ ସମ୍ପ୍ରଦାୟ ପାଳିଛନ୍ତି ପବିତ୍ର ମହରମ ପର୍ବ । ଏହି ତ୍ୟାଗ ଓ ବଳିଦାନର ପର୍ବକୁ ଦେଶବ୍ୟାପୀ ପାଳନ କରାଯାଉଛି । ଅନେକ ସ୍ଥାନରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ମିଳିମିଶି ପାଳନ କରିବା ସହ ଭାଇଚାରା ଉଦାହରଣ ସାଜିଛନ୍ତି । ଅନ୍ୟପକ୍ଷେ ମୁସଲିମ ବିହୀନ ଗାଁରେ ଏଭଳି ନିଆରା ଢଙ୍ଗରେ ମହରମ ପର୍ବ ପାଳନ ଚର୍ଚ୍ଚାର ବିଷୟ ପାଲଟିଛି । 11 ବର୍ଷ ପୂର୍ବେ ପ୍ରତିଷ୍ଠା କରାଯାଇଥିବା ଏହି ଦରଘାରେ ନିୟମିତ ପୂଜାର୍ଚ୍ଚନା କରଯାଉଥିବାବେଳେ ପବିତ୍ର ମହରମରେ ଉତ୍ସବମୁଖର ହୋଇଉଠିଛି ଏହି ଧାର୍ମିକ ସ୍ଥଳୀ । ଆଜିର ଦିନରେ ହରଲାପୁର ଗାଁରେ ଉତ୍ସବର ମାହୋଲ ଥିବା ଦେଖିବାକୁ ମିଳିଛି । ଏହପରି ଭାବେ ପ୍ରତିବର୍ଷ ଏଠାରେ ଧୁମଧାମରେ ମହରମ ପାଳନ କରିଥାନ୍ତି ହରଲାପୁର ଗ୍ରାମବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.