ETV Bharat / bharat

ବୀରବଲ ଦିବସ, ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ରଙ୍କ ବଳିଦାନକୁ ମନେ ପକାଇବାର ଦିନ

author img

By ETV Bharat Odisha Team

Published : Dec 26, 2023, 5:00 AM IST

Updated : Dec 26, 2023, 9:03 AM IST

Veer Bal Diwas 2023: ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହିତ ଅନୁକରଣ କରିବା ବୀର ବଲ ଦିବସର ଉଦ୍ଦେଶ୍ୟ। ଅଧିକ ପଢନ୍ତୁ

Veer Bal Diwas 2023
Veer Bal Diwas 2023

ହାଇଦ୍ରାବାଦ: ଆଜି ବୀର ବାଲ ଦିବସ। ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଗତବର୍ଷ(2022 ମସିହା) ଜାନୁଆରୀ 9 ତାରିଖରେ ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଡିସେମ୍ବର 26 ତାରିଖକୁ ବୀର ବଲ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଭାବେ ଏହି ଦିବସକୁ ଦେଶବ୍ୟାପି ପାଳନ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ଗୁରୁ ଗୋବିନ୍ଦ ସିଂ ହେଉଛନ୍ତି 10ମ ଶିଖ୍‌ ଗୁରୁ।

ବୀର ବଲ ଦିବସର ଇତିହାସ: ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂ ମୃତ୍ୟୁକୁ ଆଖି ଆଗରେ ଦେଖିବା ପରେ ମଧ୍ୟ ଧର୍ମର ଉତ୍ତମ ନୀତିରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ସ୍ବୀକାର କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ। ତେଣୁ ସେମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ଓ ଅନୁକରଣୀୟ ବୋଲି କହିବା ସହିତ ଡିସେମ୍ବର 26 ତାରିଖକୁ ବୀର ବଲ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ। ଗତବର୍ଷ ପ୍ରଥମ ଥର ଏହି ଦିବସ ପାଳନ କରାଯାଇଥିଲା।

ଆଜିର ଦିନରେ ପଞ୍ଜାବର ସରହିନ୍ଦରେ ମୋଗଲ ସେନା ଗୁରୁ ଗୋବିନ୍ଦଜ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କୁ ହତ୍ୟା କରିଥିଲେ। ସେତେବେଳେ ସାହିବଜାଦା ଜୋରୱାର ସିଂଙ୍କୁ 6 ବର୍ଷ ହୋଇଥିବା ବେଳେ ସାହିବଜାଦା ଫତେହ ସିଂଙ୍କୁ ମାତ୍ର 9 ବର୍ଷ ହୋଇଥିଲା। ଗୁରୁ ଗୋବିନ୍ଦ ସିଂଙ୍କର 4ଜଣ ପୁତ୍ର ରହିଥିଲେ। ସାହିବଜାଦା ଅଜିତ ସିଂ, ସାହିବଜାଦା ଜୁଝର ସିଂ, ସାହିବଜାଦା ଜୋରଓ୍ବାର ସିଂ ଏବଂ ସାହିବଜାଦା ଫତେହ ସିଂ। ଦଶମ ତଥା ଶେଷ ଶିଖ ଗୁରୁ ଥିଲେ ଗୁରୁ ଗୋବିନ୍ଦ ସିଂ। ତେବେ ଆନନ୍ଦପୁର ସାହିବ ଦୁର୍ଗରେ ମୋଗଲ ସେନା ଗୁରୁ ଗୋବିନ୍ଦ ସିଂଙ୍କ ସହିତ ତାଙ୍କର ସୈନ୍ୟ ଉପରେ ଆକ୍ରମଣ କରିଥିଲେ। ଆନନ୍ଦପୁର ସାହିବ ଦୁର୍ଗରେ ମୋଗଲମାନେ ମାସେ ଧରି ଅବରୋଧ ବା ବନ୍ଦୀ କରିବା ପରେ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀର ଅଭାବ ଦେଖାଯାଇଥିଲା। ଏହାପରେ ଔରଙ୍ଗଜେବ ଗୋବିନ୍ଦଜ ସିଂଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ଚେଷ୍ଚା କରିଥିଲେ।

ଗୁରୁ ଗୋବିନ୍ଦ ସିଂଙ୍କର କନିଷ୍ଠ ପୁତ୍ର ହେଉଛନ୍ତି ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂ। ତେବେ ମୋଗଲ ସେନା ସେମାନଙ୍କୁ ବନ୍ଦୀ କରିବା ସହିତ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରିଥିଲେ। ତେବେ ସେମାନେ ଧର୍ମ ପରିବର୍ତ୍ତନ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ଏହାପରେ ମୋଗଲ ସେନା ପକ୍ଷରୁ ସେମାନଙ୍କୁ ଜୀବନ୍ତ କବର ଦେବା ପାଇଁ ଆଦେଶ ଦିଆଯାଇଥିଲା।

ଦିବସ ପାଳନ ପଛର ଉଦ୍ଦେଶ୍ୟ: ତେବେ ଦଶମ ଶିଖ ଗୁରୁ ଗୋବିନ୍ଦ ସିଂସାହିବଜାଦା ନାମରେ ଜଣାଶୁଣା ଥିଲେ। ତେବେ ଆଜି ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କ ବଳିଦାନକୁ ମନେ ପକାଇବାର ଦିନ। ପ୍ରଥମେ କନିଷ୍ଠ ପୁତ୍ରକୁ ଜୀବନ୍ତ କବର ଦିଆଯାଇଥିବା ବେଳେ ପରବର୍ତ୍ତି ସମୟରେ ଆଉ ଦୁଇ ପୁଅଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: Veer Bal Diwas: ସୋମବାର ଦେଶ ପାଳିବ ବୀର ବଲ ଦିବସ, ଯୋଗ ଦେବେ ମୋଦି

ବୀର ବଲ ଦିବସର ତଥ୍ୟ:

  • ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂ ଶିଖ ଧର୍ମର ପବିତ୍ର ସହିଦ ଭାବେ ସର୍ବଦା ପୂଜନୀୟ।
  • ଦଶମ ଶିଖ ଗୁରୁ ସାହିବଜାଦା ନାମରେ ଜଣାଶୁଣା ଥିଲେ।
  • ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂ ଗୁରୁଙ୍କ କନିଷ୍ଠ ପୁତ୍ର ରହିଥିବା ବେଳେ ସାହିବଜାଦା ଅଜିତ ସିଂ, ସାହିବଜାଦା ଜୁଝର ସିଂ ଜ୍ୟେଷ୍ଠ ପୁତ୍ର ଥିଲେ।
  • ଗୁରୁ ଗୋବିନ୍ଦ ସିଂଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ରଙ୍କର ସମସ୍ତ ଦାୟିତ୍ବ ନେଇଥିଲେ ତାଙ୍କ ମାଆ।
  • ଯେତେବେଳେ ଗୁରୁ ଗୋବିନ୍ଦ ସିଂ 1699 ରେ ଖାଲସା ପନ୍ଥ ପ୍ରତିଷ୍ଠା କରିଥିଲେ, ସେତେବେଳେ ତାଙ୍କ ପୁତ୍ରମାନେ ଆନନ୍ଦପୁରରେ ବସବାସ କରୁଥିଲେ।
  • ସରସା ନଦୀ ନିକଟରେ ମୋଗଲ ଏବଂ ଗୁରୁ ଗୋବିନ୍ଦ ସିଂ ଏବଂ ତାଙ୍କ ପରିବାର ମଧ୍ୟରେ ରକ୍ତ ସଂଘର୍ଷ ଆରମ୍ଭ ହୋଇଥିଲା। ତେବେ ସରସା ନଦୀ ପାର ହେବା ସମୟରେ ଗୁରୁଜୀଙ୍କ ପରିବାରର ସଦସ୍ୟମାନେ ବିଭାଜିତ ହୋଇଯାଇଥିଲେ।
  • ପ୍ରାୟ 1704 ମସିହାରେ ମୋଗଲ ସମ୍ରାଟ ଔରଙ୍ଗଜେବ ଆନନ୍ଦପୁର ଉପରେ ଆକ୍ରପଣ କରିବା ସହିତ ଘେରାବନ୍ଦୀ କରିଥିଲେ।
  • ମାସେ ଧରି ଦୁର୍ଗରେ ବନ୍ଦୀ ହେବା ପରେ ଖାଦ୍ୟ ଏବଂ ଅତ୍ୟାବଶୀୟ ସାମଗ୍ରୀର ଅଭାବ ଦେଖାଯାଇଥିଲା। ଏଭଳି ପରିସ୍ଥତିରେ ଗୁରୁଜୀଙ୍କ ପୁତ୍ର ଔରଙ୍ଗଜେବଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ଏହି ସମୟରେ ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କୁ କାବୁ କରାଯାଇଥିବା ବେଳେ 10 ବର୍ଷରୁ କମ ବୟସରେ ତାଙ୍କୁ ଜୀବନ୍ତ କବର ଦିଆଯାଇଥିଲା।
  • 1704 ମସିହା ଡିସେମ୍ବର 23 ତାରିଖରେ ଯେତେବେଳେ ଗୁରୁ ଗୋବିନ୍ଦ ସିଂଙ୍କ ନେତୃତ୍ବରେ ସେନାବାହିନୀ ଚମକୌରରେ ପହଞ୍ଚିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲେ। 10000 ମୋଗଲ ସୈନ୍ୟ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଥିବା ବେଳେ ଗୁଳି ଚାଳନାରେ ଦୁଇ କନିଷ୍ଠ ପୁତ୍ରଙ୍କର ପ୍ରାଣ ଯାଇଥିଲା।
  • 10ମ ଶିଖ୍‌ ଗୁରୁ ଗୋବିନ୍ଦ ସିଂଙ୍କ ଚାରି ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବୀର ବଲ ଦିବସ ପାଳନ ପାଳନ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା।
Last Updated : Dec 26, 2023, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.