Veer Bal Diwas: ସୋମବାର ଦେଶ ପାଳିବ ବୀର ବଲ ଦିବସ, ଯୋଗ ଦେବେ ମୋଦି

author img

By

Published : Dec 25, 2022, 9:34 AM IST

Veer Bal Diwas

ଆସନ୍ତାକାଲି(ସୋମବାର) ବୀର ବଲ ଦିବସ ଭାବେ ପାଳନ କରିବ ଦେଶ । ଏହି ଅବସରରେ ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆସନ୍ତାକାଲି (ସୋମବାର) ଐତିହାସିକ କାର୍ଯ୍ୟକ୍ରମ ବୀର ବଲ ଦିବସ (Veer Bal Diwas) ପାଳନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଯୋଗ ଦେବେ । 300 କୀର୍ତ୍ତନକାରୀ ଦ୍ବାରା ପ୍ରସ୍ତୁତ ଶବାଦ କୀର୍ତ୍ତନରେ (Shabad Kirtan) ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ସରକାରୀ ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: Mann Ki Baat: ବର୍ଷର ଶେଷ ମନ୍ ବି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ମୋଦି

ବୀରବଲ ଦିବସ ପାଳନ ଦିବସ ଅବସରରେ 3000 ପିଲାଙ୍କ ଦ୍ବାରା ବିଶାଳ ଚାଲି ବାହାରିବ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବାର ସୂଚନା ରହିଛି । 10ମ ଶିଖ୍‌ ଗୁରୁ ଗୋବିନ୍ଦ ସିଂଙ୍କ (Guru Gobind Singh) ଚାରି ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବୀର ବଲ ଦିବସ ପାଳନ କରାଯିବ । ଚାରି ସାହିବଜାଦାଙ୍କ କାହାଣୀ, ସାହାସ ଏବଂ ଶିଖ୍‌ ଗୁରୁ ଗୋବିନ୍ଦ ସିଂଙ୍କ ପୁଅ ସମ୍ପର୍କରେ ଦେଶବାସୀ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ ଦେଶବ୍ୟାପୀ ସମସ୍ତ ସ୍କୁଲ, କଲେଜରେ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା କରାଯାଇଥିବା ସୂଚନା ମିଳିଛି । ବିଭିନ୍ନ ରେଳଷ୍ଟେସନ, ପେଟ୍ରୋଲ ପମ୍ପ ଏବଂ ବିମାନବନ୍ଦର ଭଳି ସର୍ବସାଧାରଣ ସ୍ଥାନରେ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥା କରାଯିବ । ସାରା ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଠାରେ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଶିଖ୍‌ ଗୁରୁଙ୍କ ପୁତ୍ରମାନଙ୍କ ଜୀବନୀ ଏବଂ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିବେ ।

mygov ୱେବସାଇଟ ଯାଇ ବୀର ବଲ ଦିବସ କୁଇଜ୍‌ରେ ଅଂଶ ଗ୍ରହଣ କରିପାରିବେ । ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାରେ ମୋଟ 10 ବିଜେତା ଚୟନ କରାଯିବ । ଶ୍ରେଷ୍ଠ ତିନି ବିଜେତାଙ୍କୁ 25000, 15000 ଓ 10000 ପୁରସ୍କାର ରାଶି ପ୍ରଦାନ କରାଯିବ । ଏହା ବ୍ୟତୀତ ପ୍ରଥମ ରନର୍ସ ଅପ-4ର୍ଥରୁ 13ତମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ 2000 ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ: ଡିସେମ୍ବର ୨୬କୁ ବୀର ବଲ ଦିବସ ଭାବେ ପାଳିବ ଦେଶ

ଚଳିତ ବର୍ଷ ଜାନୁୟାରୀ 9 ତାରିଖରେ 10ମ ଶିଖ୍‌ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ଚାରି ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର 26କୁ ବୀର ବଲ ଦିବସ (Veer Bal Diwas) ଭାବରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଗୁରୁ ଗୋବିନ୍ଦଜ ସିଂଙ୍କ ପୁତ୍ର ସାହିବଜାଦା ଜୋରୱାର ସିଂ ଏବଂ ସାହିବଜାଦା ଫତେହ ସିଂଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, "ଏହି ଦୁଇ ମହାନ ଆତ୍ମା ଧର୍ମର ଉତ୍ତମ ନୀତିରୁ ବିଚ୍ୟୁତ ହେବା ପରିବର୍ତ୍ତେ ମୃତ୍ୟୁକୁ ସ୍ବୀକାର କରିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ । ତେଣୁ ସେମାନଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ଓ ଅନୁକରଣୀୟ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.