ETV Bharat / bharat

ଜାତିସଂଘ ସୁରକ୍ଷା ପରିଷଦରେ ଆବଶ୍ୟକ ଜରୁରୀ ଓ ବ୍ୟାପକ ସଂସ୍କାର: ଭାରତ

author img

By

Published : Sep 24, 2022, 8:41 AM IST

ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀ ଓ ବ୍ୟାପକ ସଂସ୍କାର ନେଇ ପଣି ଦାବି ଉଠାଇଲା ଭାରତ (India demand to urgent reforms UNSC ) । ପୂର୍ବରୁ ମଧ୍ୟ ଉଠିସାରିଛି ସ୍ଥାୟୀ ସଦସ୍ୟତା ଦାବି । ଅଧିକ ପଢନ୍ତୁ

ଜାତିସଂଘ ସୁରକ୍ଷା ପରିଷଦରେ ଆବଶ୍ୟକ ଜରୁରୀ ଓ ବ୍ୟାପକ ସଂସ୍କାର: ଭାରତ
ଜାତିସଂଘ ସୁରକ୍ଷା ପରିଷଦରେ ଆବଶ୍ୟକ ଜରୁରୀ ଓ ବ୍ୟାପକ ସଂସ୍କାର: ଭାରତ

ୱାଶିଂଟନ: ବର୍ତ୍ତମାନର ବିଶ୍ବକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘରେ ଜରୁରୀ ଓ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି । ଜାତିଂସଘର ସୁରକ୍ଷା ପରିଷଦରେ (united nation security council) ଏହି ସଂସ୍କାର ଆସିବା ଫଳରେ ବର୍ତ୍ତମାନର ବିକାଶଶୀଳ ବିଶ୍ବର ଆକାଂକ୍ଷା ଓ ଦୃଷ୍ଟିକୋଣର ପ୍ରତିଫଳନ ହୋଇପାରିବ ଏକ ଯୁଗ୍ମ ବିବୃତ୍ତିରେ ଭାରତ କହିଛି (India demand to urgent reforms UNSC ) । ଭାରତ ସମେତ ମୋଟ 32 ଦେଶ ଏହି ସଂସ୍କାର ପାଇଁ ଦାବି କରି ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି (India release joint statement on reforms in unsc)।

ଏହି ଦେଶଗୁଡିକ ଜାରି କରିଥିବା ମିଳିତ ଘୋଷଣାନାମାରେ ପ୍ରକାଶ କରିଛନ୍ତି, ଜାତିଂଘର ସୁରକ୍ଷା ପରିଷଦ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଏକ ପ୍ରମୁଖ ଅଙ୍ଗ ଭାବେ କାର୍ଯ୍ୟ ଜାରି ରଖିଛି । ତେଣୁ ବର୍ତ୍ତମାନର ବୈଶ୍ବିକ ସ୍ଥିତିକୁ ଲକ୍ଷ୍ୟ କଲେ ବିକାଶଶୀଳ ଦେଶଙ୍କ ଦୃଷ୍ଟିକୋଣ ଓ ସେମାନଙ୍କ ଆକାଂକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେବାକୁ ହେବ । ତେଣୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ଜରୁରୀ ଓ ବ୍ୟାପକ ସୁଧାରମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବାର ସମୟ ଆସିଛି (comprehensive reforms in UNSC )ବୋଲି ମିଳିତ ବିବୃତ୍ତିରେ ମତ ପ୍ରକାଶ ପାଇଛି ।

ସାମ୍ପ୍ରତିକ ବିଶ୍ବରେ ଦେଖିବାକୁ ମିଳିଥିବା ବିକାଶ ପ୍ରତି ଆହ୍ବାନ, ଗରିବୀ, ମହାମାରୀ, ଜଳବାୟୁ ପରିବର୍ତ୍ତନ, ବିଶ୍ବ ଖାଦ୍ୟ ସୁରକ୍ଷା, ଆଭ୍ୟନ୍ତରୀଣ ସଙ୍କଟ ଓ ଦ୍ବନ୍ଦ୍ବ ଆଦି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ନିରପେକ୍ଷ ଭାବେ ସମାଧାନର ବାଟ ଖୋଜିବାକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନର ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ନଆସିବା ଏହି ସବୁ ପ୍ରସଙ୍ଗରେ ସମସ୍ୟା ସୃଷ୍ଟି କରୁଛି । ତେଣୁ ସୁରକ୍ଷା ପରିଷଦରେ ସୁଧାର ଆସି ପାରିଲେ ଦେଶମାନଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବା ଦିଗରେ ସହାୟକ ହେବ।

ଏହି ରାଷ୍ଟ୍ର ସମୂହର ପ୍ରତିନିଧିମଣ୍ଡଳୀର ମୁଖ୍ୟ ମିଳିତ ବିବୃତ୍ତିରେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି,‘‘ବହୁପକ୍ଷବାଦର ମୌଳିକତା ବଜାୟ ରହିବା ନେଇ ଆମେ ନିଶ୍ଚିତ ଆଶାବାଦୀ । ଏକ ବିଚାରଧାରା ଭାବେ ଆମେ ସମସ୍ତେ ସମ୍ମିଳିତ ଓ ଆଗକୁ ବଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ମଧ୍ୟ । ପ୍ରଭାବୀ ଉତ୍ତର ଦାୟିତ୍ବ ଓ ଭାଗିଦାରୀ ସହ ଅନ୍ତର୍ଜାତୀୟ ଦୃଷ୍ଟିକୋଣରେ ଆଗକୁ ବଢିବା ପାଇଁ ଆମେ ସଂକଳ୍ପବଦ୍ଧ ।’’ ପୂର୍ବରୁ ମଧ୍ୟ ଭାରତ ଏକାକି ଏପରି ସୁଧାରମୂଳକ ଦାବି ସହ ପ୍ରସ୍ତାବ ରଖି ଆସିଛି । ସଦସ୍ୟତାରେ ସଂସ୍କାର ଆସିବା ନେଇ ଭାରତ ଅନେକ ଥର ଆପତ୍ତି ମଧ୍ୟ ଉଠାଇ ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.