ETV Bharat / bharat

Russia Ukraine War: ପୁଣି ୟୁକ୍ରେନ ସାହସ ଦେଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦ

author img

By

Published : Feb 27, 2022, 12:13 PM IST

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଜଟିଳ ହେଉଛି । ସେହିପରି ବିଭିନ୍ନ ଦେଶରୁ ୟୁକ୍ରେନକୁ ଯୁଦ୍ଧ ଲାଗି ସହାୟତା ମିଳୁଛି । ଏପରି ସ୍ଥିତିରେ ପୁଣି ୟୁକ୍ରେନକୁ ସାହାସ ଦେଇଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦ । ଅଧିକ ପଢନ୍ତୁ

Russia Ukraine War: ପୁଣି ୟୁକ୍ରେନ ସାହସ ଦେଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦ
Russia Ukraine War: ପୁଣି ୟୁକ୍ରେନ ସାହସ ଦେଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଜଟିଳ ହେଉଛି । ସେହିପରି ବିଭିନ୍ନ ଦେଶରୁ ୟୁକ୍ରେନକୁ ଯୁଦ୍ଧ ଲାଗି ସହାୟତା ମିଳୁଛି । ତେବେ ଆଜି ପୁଣି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସେକ୍ରଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍‌ ୟୁ୍କ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Russia Attack: ଖାର୍କିଭରେ ଗ୍ୟାସ ପାଇପଲାଇନ ଉଡାଇଲା ଋଷ

ଅନ୍ୟପଟେ ୟୁକ୍ରେନକୁ ମାନବିକତା ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ସାହଯ୍ୟ କରାଯିବ ବୋଲି ଗୁଟେରସ୍‌ କହିଛନ୍ତି । ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସହ ଫୋନ ମାଧ୍ୟମରେ କଥା ହୋଇ ଏହା କହିଛନ୍ତି ଆଣ୍ଟୋନିଓ ଗୁଟେରସ୍‌ । ସେହିଭଳି ବିଭିନ୍ନ ଦେଶରୁ ଅସ୍ତ୍ରସସ୍ତ୍ର ସହ ସାମରିକ ସହାୟତା ୟୁକ୍ରେନକୁ ମିଳୁଥିବା ବେଳେ ଯୁଦ୍ଧ ଆଗକୁ କେଉଁ ମୋଡ ନେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.