ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 3, 2022, 7:09 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ପ୍ରବଳ ବର୍ଷାରେ ବୁଡ଼ିଲା ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର

ସାଢେ ଚାରି କୋଟି ଓଡିଆଙ୍କ ଆରଧ୍ୟ ଦେବତା ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଶ୍ରୀମନ୍ଦିର ସିଂହଦ୍ବାର ବର୍ଷା ପାଣିରେ ଉବୁଟୁବୁ ହେଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ବେଢା ଜଳାର୍ଣ୍ଣବ ।

୨.ଏସସିବିରେ ହେବ ମଙ୍କିପକ୍ସ ଚିକିତ୍ସା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର

ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିଛି । ଏହାର ଚିକିତ୍ସା ପାଇଁ ଆସନ୍ତା ୧୦ ତାରିଖରେ ଏସସିବି ମେଡ଼ିକାଲ କଲେଜରେ ଡାକ୍ତର ମାନଙ୍କ ପାଇଁ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହେବ ।

୩.ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବାଲିପାଟଣା ଥାନା ASI

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ବାଲିପାଟଣା ଥାନାର ଏଏସଆଇ ପୁଷ୍ପଲତା ପାଇକରାୟ ।

୪.ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଭିନେତା ନିଶି କରଙ୍କ ଜୀବନ

ସଡ଼କ ଦୁର୍ଘଟଣାରେ ଅଭିନେତା ତଥା ନିର୍ଦ୍ଦେଶକ ନିଶି କରଙ୍କ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

୫.ବେଗୁନିଆରେ ଘରୁ ଲୁଟ ଘଟଣାର ପର୍ଦ୍ଦାଫାସ : କାମବାଲି ସହ ୬ ଗିରଫ

ଆଇକୁ ବାନ୍ଧିଲେ ନାତିକୁ କୁରକୁରି ଦେଇ ଘରୁ ଲୁଟିଲେ । ଘରର କାମବାଲି ରଚିଥିଲା ଲୁଟ କରିବାର ବ୍ଲୁ ପ୍ରିଣ୍ଟ ।

୬.ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED

ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ନଖୋଲିବା ପାଇଁ ନିର୍ଦ୍ଦେଶ ।

୭.ଦୁଃଖଦ ଘଟଣା: ପାଣିରେ ବୁଡି 5 ନାବାଳକ ମୃତ

ଗୁଜୁରାଟର ସୁରେନ୍ଦ୍ରନଗରରେ ଦୁଃଖଦ ଘଟଣା । ପାଣିରେ ବୁଡି 5 ନାବାଳକଙ୍କ ମୃତ୍ୟୁ ।

୮.Har Ghar Tiranga: ତ୍ରିରଙ୍ଗା ପ୍ରସ୍ତୁତିରେ ବ୍ୟସ୍ତ ସିଲାଇ କର୍ମଚାରୀ, ଦେଖନ୍ତୁ ଭିଡିଓ

ହର୍ ଘର୍ ତ୍ରିରଙ୍ଗା ପାଇଁ ସବୁଠି ଚାଲିଛି ଜୋରସୋର ପ୍ରସ୍ତୁତି । ତେଲେଙ୍ଗାନାର ସିରିସିଲ୍ଲା ଜିଲ୍ଲାରେ ତ୍ରିରଙ୍ଗା ତିଆରିରେ ଲାଗିପଡିଛନ୍ତି ଏକାଧିକ ସିଲାଇ କର୍ମଚାରୀ ।

୯.କିପରି ଥିଲା ଲନ ବଲ୍‌ରେ ସ୍ୱର୍ଣ୍ଣ ବିଜେତା ଲଭଲି ଚୌବେଙ୍କ ସଙ୍ଘର୍ଷ, ଜାଣନ୍ତୁ

ଲନ ବଲ୍‌ରେ ଇତିହାସ ରଚିଛି ଭାରତୀୟ ମହିଳା ଟିମ୍ । କିପରି ଥିଲା ଲଭଲିଙ୍କ ପ୍ରୟାସ ଏବଂ ବିବାହ ପରେ ମଧ୍ୟ କିପରି ଅଭ୍ୟାସ ଜାରି ରଖିଥିଲେ ଜାଣନ୍ତୁ ତାଙ୍କ ପରିବାରଙ୍କ ପକ୍ଷରୁ ।

୧୦.Exclusive from Birmingham: ସ୍ୱର୍ଣ୍ଣ ପଦକ ଜିତି ଖୁସି ଜାହିର କଲେ ଭାରତର ସୁନାପୁଅ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଟେବୁଲ ଟେନିସ୍‌ ଟିମ୍‌ ଇଭେଣ୍ଟରେ ପଦକ ଜିତିଛି ଭାରତୀୟ ଦଳ । ଏହାକୁ ନେଇ ଖୁସି ଜାହିର କରିଛନ୍ତି ଗଣେଶକରନ ସାଥିଆନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.