ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Mar 25, 2022, 1:15 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Hijab verdict: ହିଜାବ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ଆବେଦନର ଜରୁରୀ ଶୁଣାଣି ନିମନ୍ତେ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।

2.ପୁଣେରେ ଲଜ୍ଜା, ବାଳିକା ବିଦ୍ୟାଳୟ ଶୌଚାଳୟରେ ନାବାଳିକାକୁ ଯୌନ ନିର୍ଯ୍ୟାତନା !

କୁଲ ଶୌଚାଳୟରେ ନାବାଳିକାକୁ ନିର୍ଯ୍ୟାତନା ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ସ୍ଥିତ ଶିବାଜୀନଗର ଅଞ୍ଚଳରେ।

3.ମେ’ ୯ ସୁଦ୍ଧା ସରିବ ଋଷ-ୟୁକ୍ରେନ ଯୁଦ୍ଧ !

ଆସନ୍ତା ମେ ୯ ତାରିଖରେ ଋଷ ଯୁଦ୍ଧ ଶେଷ କରିବାକୁ ଚାହୁଁଥିବା ୟୁକ୍ରେନ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ କିଭ ଇଣ୍ଡିପେଡେଣ୍ଟର ଏକ ରିପୋର୍ଟରେ ପ୍ରକାଶ କରାଯାଇଛି ।

4.Birbhumi Arson: ବୀରଭୂମି ନରସଂହାର ମାମଲାର ତଦନ୍ତ କରିବ CBI

ପଶ୍ଚିମବଙ୍ଗ ବୀରଭୂମି ହିଂସା ମାମଲାର ତଦନ୍ତ କରିବ ସିବିଆଇ(CBI) । ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

5.The Kashmir Filesକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ଦେଖିବେ: କେଜ୍ରିୱାଲ

The Kashmir Files ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ମାଗଣାରେ ଦେଖିବେ । ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପାଇଁ ବିଜେପିର ଦାବିରେ ଏଭଳି ପ୍ରତିକ୍ରିୟା ରଖିଲେ ଅରବିନ୍ଦ କେଜ୍ରିୱାଲ ।

6.ବିମାନ ବନ୍ଦରରେ ଅଭାବନୀୟ ଘଟଣା, ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଉଲଗ୍ନ କରି ତଲାସି ନେଲେ CISF ସୁରକ୍ଷାକର୍ମୀ

ଗୌହାଟି ବିମାନ ବନ୍ଦରରେ ସୁରକ୍ଷାକାଳୀନ ଯାଞ୍ଚ ସମୟରେ ଜଣେ 80 ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଉଲଗ୍ନ କରାଯାଇ ତଲାସି ନିଆଯାଇଥିବା ଅଭିଯୋଗ ହୋଇଛି ।

7.ବିଜାପୁରରେ ପୋଲିସ କ୍ୟାମ୍ପକୁ ଗ୍ରାମବାସୀଙ୍କ ବିରୋଧ

ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଶିବିରକୁ ବିରୋଧ କରି ଗ୍ରାମବାସୀ ଗତ ପାଞ୍ଚ ମାସ ଧରି ବିକ୍ଷୋଭ କରୁଛନ୍ତି । ଏନେଇ ଗ୍ରାମବାସୀ ସରକାର ଓ ପୋଲିସକୁ ଦାୟୀ କରିଛନ୍ତି ।

8.ସମ୍ବଲପୁରରେ ନାବାଳିକାକୁ ଗୋଡାଇ ଗୋଡାଇ ହତ୍ୟା, କଟାମୁଣ୍ଡ ଧରି ବୁଲିଲା ହତ୍ୟାକାରୀ

୮ ବର୍ଷୀୟ ନାବାଳିକାକୁ ଗୋଡାଇ ଗୋଡାଇ ହତ୍ୟା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା କସଡ଼ା ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

9.ଥାନା ପାଲଟିଲା ରଣକ୍ଷେତ୍ର, ବିଜେଡି-ବିଜେପି ମୁହାଁମୁହିଁ

ଢେଙ୍କାନାଳ ଟାଉନ ଥାନାରେ ବିଜେପି ଓ ବିଜେଡି କର୍ମୀ ଧସ୍ତାଧସ୍ତି । ସାମାନ୍ୟ ବଚସାରୁ ଥାନା ପାଲଟିଲା ରଣକ୍ଷେତ୍ର ।

10.ଖୁବଶୀଘ୍ର ଦେଶର ପ୍ରଥମ ସ୍ନୋ ମାରାଥନ, ଭାଗ ନେବେ ୧୦୦ ପ୍ରତିଯୋଗୀ

ଦେଶରେ ପ୍ରଥମ ଥର ପାଇଁ ବରଫ ଉପରେ ମାରାଥନ ହେବା ପାଇଁ ପ୍ରସ୍ତୁତ ହିମାଚଳ ପ୍ରଦେଶ । ଲାହୋଲ ସ୍ପିଟିରେ ମାର୍ଚ୍ଚ ୨୬ରୁ ଆୟୋଜିତ ହେବ ଏହି ପ୍ରତିଯୋଗିତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.