ETV Bharat / state

ସମ୍ବଲପୁରରେ ନାବାଳିକାକୁ ଗୋଡାଇ ଗୋଡାଇ ହତ୍ୟା, କଟାମୁଣ୍ଡ ଧରି ବୁଲିଲା ହତ୍ୟାକାରୀ

author img

By

Published : Mar 25, 2022, 11:00 AM IST

Updated : Mar 25, 2022, 12:28 PM IST

୮ ବର୍ଷୀୟ ନାବାଳିକାକୁ ଗୋଡାଇ ଗୋଡାଇ ହତ୍ୟା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା କସଡ଼ା ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ସମ୍ବଲପୁରରେ ଚାଞ୍ଚଲ୍ୟ, ନାବାଳିକାର ଗଳାକାଟି ହତ୍ୟା
ସମ୍ବଲପୁରରେ ଚାଞ୍ଚଲ୍ୟ, ନାବାଳିକାର ଗଳାକାଟି ହତ୍ୟା

ସମ୍ବଲପୁର: ସୀମା ଟପିଲା ବର୍ବରତା । ୮ ବର୍ଷୀୟ ନାବାଳିକାକୁ ଗୋଡାଇ ଗୋଡାଇ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା କସଡ଼ା ଠାରେ । ଜଣେ ୮ ବର୍ଷୀୟ ନାବାଳିକାକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିବା ପରେ ଉକ୍ତ ମୁଣ୍ଡକୁ ଧରି ଗାଁରେ ବୁଲୁଥିବା ଘଟଣା ଏବେ ସାମ୍ନାକୁ ଆସିଛି ।

ସମ୍ବଲପୁରରେ ନାବାଳିକାକୁ ଗୋଡାଇ ଗୋଡାଇ ହତ୍ୟା, କଟାମୁଣ୍ଡ ଧରି ବୁଲିଲା ହତ୍ୟାକାରୀ

ସୂଚନାଅନୁସାରେ, ଶୌଚ ହେବାକୁ ଯାଇଥିବା ସମୟରେ କସଡ଼ା ଗ୍ରାମର ପ୍ରଶାନ୍ତ ବଗାର ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ୮ ବର୍ଷୀୟ ନାବାଳିକାକୁ ଗୋଡାଇ ଗୋଡାଇ ହତ୍ୟା କରିଛି । ତେବେ ଗ୍ରାମବାସୀ ହତ୍ୟାକାରୀକୁ ଧରିବା ସହ ନିସ୍ତୁକ ମାଡ ମାରିଛନ୍ତି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

ଖବର ପାଇ ଜମନକିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । କାହିଁକି ନାବାଳିକା ଜଣଙ୍କୁ ଅଭିଯୁକ୍ତ ଜଣଙ୍କ ଏପରି ଗୋଡାଇ ଗୋଡାଇ ହତ୍ୟା କଲା, ସେନେଇ କିଛି ସୂଚନା ମିଳିପାରି ନାହିଁ । ପୋଲିସର ତଦନ୍ତ ପରେ ତଥ୍ୟା ସାମ୍ନାକୁ ଆସିବ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Mar 25, 2022, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.