ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 21, 2022, 1:01 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଲିଭିବନି ଅମର ଯବାନ ଜ୍ୟୋତି, ବିରୋଧୀଙ୍କ ଟାର୍ଗେଟ ପରେ ସ୍ପଷ୍ଚ କଲା କେନ୍ଦ୍ର

ଲିଭିବନି ୫୦ ବର୍ଷ ଧରି ପ୍ରଜ୍ବଳିତ ହୋଇ ଆସୁଥିବା ଅମର ଯବାନ ଜ୍ୟୋତି । ଏହା ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶ୍ରଣ ହେବ । ଅମର ଯବାନ ଜ୍ୟୋତି ଲିଭିବା ନେଇ ବିବାଦ ସୃଷ୍ଟି ହେବା ପରେ ଏପରି କିଛି ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର (Amar Jawan Jyoti not being extinguished says Govt) ।

2.ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।

3. 5 ବର୍ଷରୁ କମ୍ ଶିଶୁଙ୍କ ପାଇଁ ମାସ୍କ ଆବଶ୍ୟକତା ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ । ଗୁରୁବାର କୋଭିଡ ପରିଚାଳନା ପାଇଁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।

4.UP Polls: ନିର୍ବାଚନ ଲଢିବେ ନିର୍ଭୟାଙ୍କ ଓକିଲ, BSPରେ ଦେଲେ ଯୋଗ

ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶ ଦଳମାନଙ୍କରେ ମିଶ୍ରଣ ପର୍ବ ଜାରି ରହିଛି । ବିଭିନ୍ନ ଦଳରେ ସାମିଲ ହେଉଛନ୍ତି ବହୁ ଚର୍ଚ୍ଚିତ ଚେହେରା । ଏହାରି ଭିତରେ ରାଜନୀତି କରିବାକୁ ମନ ବଳାଇଛନ୍ତି ଓକିଲ ସୀମା କୁଶୱାହ ।

5.ଅଳ୍ପ ମାତ୍ରାର ମଦ ଔଷଧ ଭଳି କାମ ଦେଇଥାଏ: ସ୍ବାଧୀ ପ୍ରଜ୍ଞା

ମଦକୁ ନେଇ ବିଜେପି ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁରଙ୍କ ଅଜବ ବୟାନ । କମ ପରିମାଣର ମଦପାନ କଲେ ଏହା ଔଷଧ ଭଳି କାମ ଦେବ । କିନ୍ତୁ ଯଦି ଏହାକୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ବିଷ ଭଳି କାମ ଦେବ ବେଲି କହିଲେ ପ୍ରଜ୍ଞା ଠାକୁର ।

6.DELHI ELECTRIC BUS SERVICE: ରାଜଧାନୀ ରାସ୍ତାରେ ଖୁବଶୀଘ୍ର ଗଡ଼ିବ ୧୫୦୦ ବସ୍‌

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆରମ୍ଭ ହୋଇଛି ଇଭି ବସ୍‌ ସେବା । ଏହାରି ମଧ୍ୟରେ ଆଗକୁ ଦିଲ୍ଲୀରେ ପ୍ରାୟ ୧୫୦୦ଟି ବସ୍‌ ଗଡ଼ିବ ବୋଲି ଜଣାପଡ଼ିଛି ।

7.Vaccination Drive: ଟୀକାକରଣରେ BMCର ଆଉ ଏକ ମାଇଲ ଖୁଣ୍ଟ

କୋରୋନା ଟୀକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି BMC । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାନୁଆରୀ ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି ।

8.Flight Services Affected: ରାଜଧାନୀରେ ଘନ କୁହୁଡି ରାଜ୍‌, ବିମାନ ଚଳାଚଳ ବାଧାପ୍ରାପ୍ତ

ଘନ କୁହୁଡି ଯୋଗୁଁ ବିମାନସେବା ବାଧାପ୍ରାପ୍ତ । ସକାଳ 9 ଟା ପର୍ଯ୍ୟନ୍ତ ଚଳାଚଳ କରିନଥିଲା କୌଣସି ବିମାନ।

9.ଆଶା ଆଶଙ୍କାରେ ବାରବାଟୀରେ ହେବାକୁ ଥିବା ମ୍ୟାଚ, ସ୍ଥିତି ଦେଖି ହେବ ନିଷ୍ପତ୍ତି

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ହେବା ନ ହେବା ନେଇ ପ୍ରଶ୍ନବାଚୀ ଘେରରେ ରହିଛି । ଏହା ସହିତ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତରେ ମଧ୍ୟ ଗୋଟିଏ ମ୍ୟାଚ କଟକରେ ହେବାକୁ ଥିବା ବେଳେ ତାହା ମଧ୍ୟ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି । ତେବେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତ ଓସିଏ ଯୁଗ୍ମ ସମ୍ପାଦକ ମହତାବ ଖାଁ ।

10.SSR Birth Anniversary: ସ୍ମୃତିରେ ସୁଶାନ୍ତ, ଝୁରୁଛି ବଲିଉଡ ଝୁରୁଛନ୍ତି ଫ୍ୟାନ୍ସ

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ବାର୍ଷିକୀ sushant singh rajput birth anniversary । ସୁଶାନ୍ତ ମାତ୍ର 35 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ, କିନ୍ତୁ ଏହି ଛୋଟ କ୍ୟାରିୟରରେ ସୁଶାନ୍ତ ଅନେକ ବଡ ବଡ ପଦବୀ ହାସଲ କରିଥିଲେ। ଅନେକ ଶାନଦାର ଚଳଚ୍ଚିତ୍ରର କାମ କରିଥିବା ସୁଶାନ୍ତଙ୍କ କାହାଣୀ ସେହି ବ୍ୟକ୍ତିଙ୍କୁ ପ୍ରେରଣା ଦେବ, ଯେଉଁମାନେ ଛୋଟ ସହରରୁ ଆସି ବଲିଉଡରେ ନିଜର ନାମ ବନାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.