Encounter In Chhattisgarh: ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ

author img

By

Published : Nov 26, 2022, 10:17 AM IST

ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ

ବିଜାପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ରାୟପୁର: ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ବିଜାପୁରର ମିରଟୁର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବିଜାପୁର ଏସପି ଅଞ୍ଜାନେୟା ଭାରଶନୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଜେଲରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବୈଠକ, ଭାଇରାଲ ହେଉଛି ଭିଡିଓ

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡରେ ଦିନକୁ ଦିନ ନକ୍ସଲ ଆତଙ୍କ ବଢିବାରେ ଲାଗିଛି । ଏନେଇ ସିଆରପିଏଫ, ଡିଆରଜି ଓ ଏସଟିଏଫ ଯବାନଙ୍କ ଦ୍ବାରା ଆଣ୍ଟି-ନକ୍ସଲ ଅପରେସନ୍ ଆରମ୍ଭ ହୋଇଛି । ବିଜାପୁରରର ଏକ ଜଙ୍ଗଲରେ ଆଣ୍ଟି-ନକ୍ସଲ ଅପରେସନ୍ ଚାଲିଥିବା ବେଳେ ମାଓବାଦୀ ଗୁଳିତାଳନା କରିଥିଲେ । ଜବାବରେ ସୁରକ୍ଷାକର୍ମୀ ଗୁଳିଚାଳନା କରିବାରୁ ଘଟଣାସ୍ଥଳରେ ୩ଜଣ ମାଓବାଦୀ ନିହତ ହୋଇଥିଲେ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.