ETV Bharat / bharat

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

author img

By ETV Bharat Odisha Team

Published : Dec 24, 2023, 10:25 AM IST

Terrorists Killed Retired Police Officer: ମସଜିଦରେ ପ୍ରାର୍ଥନା କରୁଥିବା ବେଳେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ । ଅଧିକ ପଢନ୍ତୁ

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
Terrorists kill retired Police officer

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା । ମସଜିଦରେ ପ୍ରାର୍ଥନା କରୁଥିବା ବେଳେ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଏହି ଅଭାବନୀୟ ଘଟଣା ଘଟିଛି ବାରମୂଲା ଜିଲ୍ଲାରେ । ଏନେଇ ଜମ୍ମୁ-କାଶ୍ମୀର ପୋଲିସ ସୂଚନା ଦେଇଛି । ମୃତ ଅବସରପ୍ରାପ୍ତ ପୋଲିସ ଅଧିକାରୀ ହେଉଛନ୍ତି ମହମ୍ମଦ ଶାଫି । ଆଜି ସକାଳ ସମୟରେ ଏହି ହତ୍ୟାକାଣ୍ଡ ଘଟିଛି ।

ଜମ୍ମୁ-କାଶ୍ମୀର ପୋଲିସ ସୂଚନା ଅନୁଯାୟୀ, ଆଜି ସକାଳେ ବାରମୂଲା ଜିଲ୍ଲାର ଗାଣ୍ଟମୁଲ୍ଲା ଶେରିରେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ମହମ୍ମଦ ଶାଫିଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ସେ ମସଜିଦରେ ପ୍ରାର୍ଥନା କରୁଥିବା ବେଳେ ଆତଙ୍କବାଦୀ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆତଙ୍କବାଦୀଙ୍କୁ ଧରିବା ପାଇଁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ, ଆତଙ୍କବାଦୀ ବ୍ୟବହାର କରିଥିଲେ ଆମେରିକା ରାଇଫଲ

ଆଜି ସକାଳ ସମୟରେ ମହମ୍ମଦ ଶାଫି ଗାଣ୍ଟମୁଲ୍ଲା ଶେରିରେ ଥିବା ଏକ ମସଜିଦରେ ପ୍ରାର୍ଥନା କରୁଥିଲେ । ହଠାତ କିଛି ଆତଙ୍କବାଦୀ ଆସି ତାଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ସେ ଗୁରୁତର ଆହତ ହେବା ପରେ ମୃତ୍ୟୁ ହୋଇଥିଲା । ଏହାପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ ଜମ୍ମୁ-କାଶ୍ମୀର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଆକ୍ରମଣକାରୀଙ୍କୁ ଧରିବାକୁ ଗାଣ୍ଟମୁଲ୍ଲା ଶେରିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇନି ପୋଲିସ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତ ଅକ୍ଟୋବର ମାସରେ ଶ୍ରୀନଗର ଇଦଗାହ ଏରିଆରେ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ ଆତଙ୍କବାଦୀ । ସବ ଇନ୍ସପେକ୍ଟର ମନସୁର ଅହମ୍ମଦ ପୋଲିସ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିବା ବେଳେ ଅଜଣା ଆତଙ୍କବାଦୀ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା ।

ଗୁରୁବାର ଦିନ ପୁଞ୍ଚରେ ଆତଙ୍କବାଦୀ ମାନେ ସେନା ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଦୁଇଟି ସେନା ଗାଡିରେ ସୁରକ୍ଷାକର୍ମୀମାନେ ଆତଙ୍କୀ ନିରୋଧି ଅପରେସନ ପାଇଁ ଯାଉଥିବା ବେଳେ ଥାନାମଣ୍ଡି ନିକଟରେ ଲୁଚି ରହିଥିବା ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ । ଆତଙ୍କୀଙ୍କ ଗୁଳିମାଡ଼ରେ ଗାଡିରେ ଥିବା 5 ଜଣ ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.