ETV Bharat / bharat

ରଜୌରୀ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ନିପାତ

author img

By ETV Bharat Odisha Team

Published : Nov 23, 2023, 2:03 PM IST

ଦ୍ବିତୀୟ ଦିନରେ ପହଞ୍ଚିଲା ରଜୌରୀ ଏନକାଉଣ୍ଟର । ସେନା ଗୁଳିରେ ଜଣେ ଆହଙ୍କୀ ନିପାତ।ଅଧିକ ପଢନ୍ତୁ

Rajouri encounter
Rajouri encounter

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା । ରଜୌରୀ ସେକ୍ଟରରେ ଜାରି ରହିଥିବା ଏନକାଉଣ୍ଟରରେ ସେନା ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଥିବା ସୂଚନା । ନିହତ ଆତଙ୍କୀ ହେଉଛି ପାକିସ୍ତାନର ନାଗରିକ ତଥା ଜଣେ ହାର୍ଡକୋର ଆତଙ୍କବାଦୀ । ସେ ପାକିସ୍ତାନ ଓ ଆଫଗାନିସ୍ତାନରେ ତାଲିମ ନେଇଥିବା ପ୍ରତିରକ୍ଷା ବାହିନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପିଆରଓ ଡିଫେନ୍ସ ଜମ୍ମୁ ଟ୍ବିଟ୍‌ କରି କହିଛି ଯେ, ସେନା ଗୁଳିରେ ନିପାତ ହୋଇଥିବା ଆତଙ୍କୀ ଲସ୍କର-ଏ-ତୋଇବା ସଂଗଠନର ସଦସ୍ୟ । ସେ ଜଣେ ହାର୍ଡକୋର ଆତଙ୍କବାଦୀ । ଗତ ବର୍ଷଠାରୁ ସେ ତାର ଗ୍ରୁପ ସହ ରଜୌରୀ-ପୁଞ୍ଚରେ ସକ୍ରିୟ ରହିଥିଲା । ସେ ସେ ଡାଙ୍ଗ୍ରି ଏବଂ କାଳନ୍ଦୀରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ ଜଣାପଡ଼ିଛି । ସେ ରୌଜରୀରେ ରହି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲା । ଗୁମ୍ଫା ମଧ୍ୟରେ ଲୁଚି ରହିବା ସହ ଆଇଡି ଖଞ୍ଜିବାରେ ମଧ୍ୟ ଏକ୍ସପର୍ଟ ଥିଲା ।

ଏହା ମଧ୍ୟ ପଢନ୍ତୁ-ଘାଟିରେ ଏନକାଉଣ୍ଟର: 2 ସେନାଧିକାରୀଙ୍କ ସମେତ 4 ଶହୀଦ

ବୁଧବାର ପୂର୍ବାହ୍ନରେ କାଶ୍ମୀର ରଜୌରୀ ସେକ୍ଟରର ବାଜିମଲ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଯାହା ଦ୍ବିତୀୟ ଦିନରେ ମଧ୍ୟ ଜାରି ରହିଛି । ଆତଙ୍କାବାଦୀଙ୍କ ଗୁଳି ବିନିମୟରେ ଗତକାଲି 2 ଜଣ ସେନାଧିକାରୀଙ୍କ ସମେତ 4 ଜଣ ଶହୀଦ ହୋଇଥିଲେ। ରଜୌରୀର ବାଜିମଲ ଫରେଷ୍ଟ ଏରିଆରେ ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ପରେ ସେନାର ସ୍ପେଶାଲ ଫୋର୍ସ ଓ ସ୍ଥାନୀୟ ପୋଲିସର ଟିମ୍‌ ଏହି ମିଳିତ ଅପରେସନ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଘାଟିରେ ଏନକାଉଣ୍ଟର ଆରମ୍ଭ, ଆତଙ୍କୀଙ୍କୁ କର୍ଡନ କରିଛି ସୁରକ୍ଷାବଳ

ଶହୀଦ ସେନାଧିକାରୀ ଦୁଇ ଜଣ କ୍ୟାପଟେନ ପାହ୍ୟାର ଅଧିକାରୀ ଥିଲେ । ଏଥିରେ ଏକାଧିକ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଥିଲେ । ଏମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପର୍ଯ୍ୟାୟକ୍ରମେ ଗୁରୁତର 2 ଯବାନ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଥିଲେ । ଶହୀଦ ଯବାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇ ନାହିଁ । ଅପରେସନରେ ସେନା, CRPF ଓ ସ୍ଥାନୀୟ ପୋଲିସର ଯବାନ ନିୟୋଜିତ ରହିଛନ୍ତି । ନିକଟରେ କାଶ୍ମୀରରେ ଜଣେ ପୋଲିସ ଅଧିକାରୀ କ୍ରିକେଟ ଗ୍ରାଉଣ୍ଡରେ ପ୍ରାକ୍ଟିସ କରୁଥିବା ବେଳେ ଆତଙ୍କୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ସୁରକ୍ଷାବଳ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.