ETV Bharat / bharat

ବିରୋଧୀ ମହାମେଣ୍ଟର INDIA ନାମକରଣକୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ, ପ୍ରତିକ୍ରିୟା ରଖିବାକୁ ମନା କଲେ ଜୟା

author img

By

Published : Jul 25, 2023, 5:23 PM IST

ବିରୋଧୀ ମହାମେଣ୍ଟର ନାମ ଇଣ୍ଡିଆକୁ ପରୋକ୍ଷ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ । କହିଲେ ଆତଙ୍କୀ ଗୋଷ୍ଠୀ ଓ ବ୍ରିଟିଶର ଇଷ୍ଟ-ଇଣ୍ଡିଆ କମ୍ପାନୀର ନାମକରଣରେ ମଧ୍ୟ ଥିଲା ‘ଇଣ୍ଡିଆ’ ଶବ୍ଦ । ଏହି ମେଣ୍ଟ ଏକ ଦିଗହରା ମେଣ୍ଟ । ଅଧିକ ପଢନ୍ତୁ

ବିରୋଧୀ ମହାମେଣ୍ଟ INDIA କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ, ପ୍ରତିକ୍ରିୟା ରଖିବାକୁ ମନେ କଲେ ଜୟା ବଚ୍ଚନ
ବିରୋଧୀ ମହାମେଣ୍ଟ INDIA କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ, ପ୍ରତିକ୍ରିୟା ରଖିବାକୁ ମନେ କଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ରାଜ୍ୟ ମଣିପୁରେ ଜାରି ରହିଥିବା ହିଂସା ପ୍ରସଙ୍ଗରେ ସଂସଦର ମୌସୁମି ଅଧିବେଶନ ଆରମ୍ଭରୁ ଅଚଳ ହୋଇପଡିଛି । ରାଜ୍ୟରେ ସ୍ଥିତି ଅଣାୟତ । ସରକାରଙ୍କ ଅବହେଳାକୁ ଦାୟୀ କରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା ଜାରି ରଖିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦନରେ ବିବୃତ୍ତି ରଖନ୍ତୁ ବୋଲି ବରୋଧୀ ଦାବି କରି ଗୃହ ଚଳାଇ ଦେଉନାହାନ୍ତି । ଆଜି ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିରୋଧୀ ମହାମେଣ୍ଟକୁ ସମାଲୋଚନା କରିବାକୁ ପଛାଇନାହାନ୍ତି । ବିରୋଧୀ ମହାମେଣ୍ଟର ନାମ ‘ଇଣ୍ଡିଆ’ ହେବା ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । ଆତଙ୍କବାଦୀଙ୍କ ସଗଂଠନର ନାମରେ ମଧ୍ୟ ‘ଇଣ୍ଡିଆ’ ଶବ୍ଦ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟରେ ସମାଜବାଦୀ ପାର୍ଟି ସାଂସଦ ଜୟ ବଚ୍ଚନ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି । ଜୟା କହିଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଆସନକୁ ସମ୍ମାନ କରନ୍ତି । ତେଣୁ ସେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ହେଲେ 2014 ରୁ ଯଦି ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ତର୍ଜମା କରାଯାଏ, ତେବେ ସବୁକିଛି ସ୍ପଷ୍ଟ ହୋଇଯିବ ।

ଆଜି ଦଳର ସଂସଦୀୟ ପାର୍ଟି ମିଟିଂକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଟେରର ଆଉଟଫିଟର ନାମରେ ମଧ୍ୟ ‘ଇଣ୍ଡିଆ’ ଶବ୍ଦ ବ୍ୟବହାର ହୋଇଛି । ଉଦାହରଣ ହେବାକୁ ଯାଇ ପ୍ରଧାନମନ୍ତ୍ରୀ ନିକଟରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟାନ ଘୋଷିତ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇର ନାମ ମଧ୍ୟ ଉଲ୍ଲେଖ କରିଥିଲେ । ସେହିପରି ବ୍ରିଟେନରୁ ଭାରତକୁ ବ୍ୟବସାୟ ପାଇଁ ଆସି ଭାରତକୁ ଶାସନ କରିଥିବା ଇଂରେଜଙ୍କ ପ୍ରଥମ ଉପନିବେଶବାଦର ନାମ ମଧ୍ୟ ‘ ଇଣ୍ଟ-ଇଣ୍ଡିଆ କମ୍ପାନୀ’ ଥିଲା । ଏବେ ଏକାଠି ହୋଇଥିବା ବିରୋଧୀଙ୍କ ଏହି ମହାମେଣ୍ଟ ଏକ ଦିଗହରା ମେଣ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜି ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳ ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା । ଏଥିରେ ଦଳର ସଂସଦୀୟ କମିଟି ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ, ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକାଧିକ ଭାରତ ବିରୋଧୀ ସଂଗଠନ ଓ ଆତଙ୍କୀ ସଂଗଠନର ନାମରେ ଇଣ୍ଡିଆ ଶବ୍ଦ ବ୍ୟବହାର ହୋଇଛି । କୁଖ୍ୟାତ ଆତଙ୍କୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ, ପିଏଫଆଇ ଓ ବ୍ରିଟଶ ଇଣ୍ଡିଆ କମ୍ପାନୀ ମଧ୍ୟ ଏହି ଶବ୍ଦକୁ ବ୍ୟବହାର କରିଛନ୍ତି । ତେଣୁ ଇଣ୍ଡିଆ ନାମରେ ଏକାଠି ହୋଇଥିବା ଏହି ମେଣ୍ଟର ବର୍ତ୍ତମାନ ସମୟରେ କୌଣସି ପ୍ରାସଙ୍ଗିକତା ନାହିଁ । ଏହା ଏକ ଦିଗହରା ମେଣ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଥିବା ରବିଶଙ୍କର ପ୍ରସାଦ ଗଣମଧ୍ୟମରେ ସ୍ପଷ୍ଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- BJP Parliamentary Party Meeting: ବିରୋଧୀ ମେଣ୍ଟ 'ଇଣ୍ଡିଆ' ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଦିଗହରା ବିରୋଧୀ

ଚଳିତମାସ 18 ତାରିଖରେ ବେଙ୍ଗାଲୁରୁରେ ଏକାଠି ହୋଇଥିବା 26ଟି ବିରୋଧୀ ରାଜନୈତିକ ଦଳ ଭାରତୀୟ ଜାତୀୟ ପ୍ରଗତିଶୀଳ ସମାବେଶୀ ମେଣ୍ଟ ବା ‘ଇଣ୍ଡିଆ’ ବ୍ୟାନରରେ ଆସନ୍ତା 2024 ସାଧାରଣ ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ । ଏହି ମେଣ୍ଟର ନାମକରଣ ‘ଇଣ୍ଡିଆ’ ହେବା ପରେ କ’ଣ ଭାରତୀୟ ଜନତା ପାର୍ଟି ଇଣ୍ଡିଆ ବିରୋଧରେ ଲଢିପାରିବ ବୋଲି ଏକାଧିକ ବିରୋଧୀ ନେତା ରଣହୁଙ୍କାର ଦେଇଥିଲେ । ଏବେ ଏହାର ନାମକରଣକୁ ନେଇ ବିରୋଧୀ ଭାଜପା ବିରୋଧରେ ରଣହୁଙ୍କାର ଦେଉଥିବା ବେଳେ ଭାଜପା ଓ ପ୍ରଧାନମନ୍ତ୍ରୀ ଏହି ନମକରଣର ଇତିହାସକୁ ନେଇ ବିରୋଧୀଙ୍କୁ ସମାଲୋଚନା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.