ETV Bharat / bharat

Threat to PM Modi: କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ଗୁଇନ୍ଦା ବିଭାଗର ଛାନଭିନ୍

author img

By

Published : Apr 22, 2023, 12:18 PM IST

ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ମିଳିଲା ଧମକପୂର୍ଣ୍ଣ ଚିଠି । ତଦନ୍ତ ଆରମ୍ଭ କଲା ଗୁଇନ୍ଦା ବିଭାଗ। ଅଧିକ ପଢନ୍ତୁ

Etv Bharat
Etv Bharat

ଥିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଧମକପୂର୍ଣ୍ଣ ଚିଠି ମିଳିଛି । ବିଜେପି ରାଜ୍ୟ କାର୍ଯ୍ୟଳୟକୁ ଏହି ଚିଠି ଆସିଛି । ଏନେଇ ସୂଚନା ପାଇବା ପରେ କେରଳ ପୋଲିସ ଓ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କେରଳ ଗସ୍ତ କରିବା ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏର୍ଣ୍ଣାକୁଲମ ବାସିନ୍ଦା ଜୋସେଫ ଜନ ନାଡୁମୁଥାମିଲଙ୍କ ନାମରେ ଏହି ଚିଠି ଆସିଛି । ଆସନ୍ତା 24 ତାରିଖ ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ । ତେବେ ତାଙ୍କର ଗସ୍ତ ପୂର୍ବରୁ ବିଜେପି କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ ଚିଠି ମିଳିଛି ।

ପୋଲିସର ସୂଚନା ଅନୁଯାୟୀ, ସପ୍ତାହେ ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । ବିଜେପି କର୍ମୀ ଏହାକୁ କେରଳ ପୋଲିସ ମୁଖ୍ୟଙ୍କୁ ଦେଇଥିଲେ । ଆଜି ସକାଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏବଂ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 24ରେ କେରଳ ଗସ୍ତ କରିବେ । 25 ତାରିଖରେ ସେ ଏଠାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ସନ୍ଧ୍ୟା 5ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି ନାଭାଲ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ କେରଳ ପହଞ୍ଚିବେ । ଏହାପରେ ଅପରାହ୍ନ 5.30 ସୁଦ୍ଧା ବିଜେପି ଦ୍ବାରା ଆୟୋଜିତ ଏକ ରୋଡ୍ ସୋରେ ଯୋଗ ଦେବେ । ପରେ ପରେ ଥେଭାରା ସେକ୍ରେଡ୍ ହାର୍ଟ କଲେଜ ପଡିଆରେ ବିଜେପି ଯୁବ ସଂଗଠନ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀ 'ୟୁଭମ୍'ର ଉଦଘାଟନ କରିବେ ।

ସନ୍ଧ୍ୟା 7ଟା 45 ମିନିଟ ସମୟରେ ତାଜ ମାଲାବାର ହୋଟେଲରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ । ପରଦିନ ସକାଳେ ଅର୍ଥାତ ଆସନ୍ତା ମଙ୍ଗଳବାର ସକାଳସାଢେ 10ଟାରେ ସବୁଜ ପତାକା ଦେଖାଇ ରାଜ୍ୟବାସୀଙ୍କୁ ଭେଟି ଦେବେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ୍‌ ଥିରୁଅନନ୍ତପୁରମ, କୋଲାମ,ଏର୍ଣ୍ଣାକୁଲମ, ଥ୍ରିସୁର, କୋଟାୟାମ, ପାଲକ୍କଡ଼, ପଥାନମଥିତ୍ତା, ମାଲାପୁରମ, କୋଝିକୋଡ଼, କନ୍ନୁର ଓ କସାରଗୋଡ଼ ଜିଲ୍ଲାରେ ଯାତାୟତ କରିବ । ଦିନ11ଟା ସମୟରେ ସେଣ୍ଟ୍ରାଲ ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ଏଥିସହ କୋଚି ୱାଟର ମେଟ୍ରୋକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ସେହିପରି ଥିରୁଅନନ୍ତପୁରମରେ ଡିଜିଟାଲ ସାଇନ୍ସ ପାର୍କର ମଧ୍ୟ ଶିଳାନ୍ୟାସ କରାଯିବ । ଏହି ପାର୍କର ନିର୍ମାଣରେ ପ୍ରଥମ ପର୍ଯ୍ୟାୟରେ ଦୁଇ ଶହ କୋଟି ଖର୍ଚ୍ଚ ହୋଇଛି । ପରେ ପର୍ଯ୍ୟାୟ କ୍ରମେ ପ୍ରାୟ 1515 କୋଟି ଟଙ୍କା ଖର୍ଚ୍ଚ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.