ETV Bharat / bharat

ସାଂସଦ ପଦ ହରାଇଲେ ରାହୁଲ, ୱାୟନାଡରେ ହେବ ଉପନିର୍ବାଚନ !

author img

By

Published : Mar 24, 2023, 4:30 PM IST

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମାନହାନି ମକଦ୍ଦମାରେ ଦୋଷୀ ସାବ୍ୟସ୍ତ ହେବା ପରେ ହରାଇଛନ୍ତି ଲୋକସଭା ସାଂସଦ ପଦ । ଏହି ନିଷ୍ପତ୍ତି ଆସିବା ପରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ନିର୍ବାଚନ ଲଢିପାରିବେ ନାହିଁ । ତେବେ ଏଭଳି ସ୍ଥିତିରେ ରାହୁଲ ନିର୍ବାଚନ ମଣ୍ଡଳୀ କେରଳ ୱାୟନାଡରେ ପୁଣି ହେବ କି ଉପନିର୍ବାଚନ ? ଜାଣନ୍ତୁ

Speculation of byelection in Wayanad
Speculation of byelection in Wayanad

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତାକୁ ରଦ୍ଦ କରିଛନ୍ତି ଲୋକସଭା ସଚିବାଳୟ । ସୁରଟ ସେସନ କୋର୍ଟ 'ମୋଦି' ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ତାଙ୍କୁ ଗୁରୁବାର ଦୋଷୀ ସାବ୍ୟସ୍ତ କରିବା ପରେ ଲୋକସଭା ସଚିବାଳୟ ପକ୍ଷରୁ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏବେ ରାହୁଲ ଲୋକସଭା ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସାଂସଦ ରହିଛନ୍ତି । ତେବେ ତାଙ୍କ ସାଂସଦ ପଦ ରଦ୍ଦ ହେବା ପରେ ୱାୟନାଡ଼ରେ ପୁଣି ଉପନିର୍ବାଚନ ହେବା ନେଇ ପ୍ରଶ୍ନ ଉଠିଛି ।

ଲୋକସଭା ସଚିବାଳୟ ପକ୍ଷରୁ ଏହି ନିଷ୍ପତ୍ତି ଆସିବା ପରେ ଏବେ ବି ରାହୁଲଙ୍କ ନିକଟରେ କିଛି ବିକଳ୍ପ ରହିଛି । ସର୍ବପ୍ରଥମେ ରାହୁଲ ଗାନ୍ଧୀ ସୁରଟ ସେସନ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ । ଏହାସହ ଲୋକସଭା ସଚିବାଳୟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲଗାଇବା ଲାଗି ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଅପିଲ୍‌ କରିପାରିବେ । ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ଅମେଠି ଓ ୱାୟନାଡରୁ ନିର୍ବାଚନ ଲଢିଥିଲେ । ଅମେଠିରେ ତାଙ୍କୁ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ପରାଜୟ ବରଣ କରିବାକୁ ପଡ଼ିଥିବା ବେଳେ ୱାୟନାଡ ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇଥିଲେ ରାହୁଲ ।

ଏହା ବି ପଢନ୍ତୁ- Rahul Gandhi Disqualified: ରାହୁଲଙ୍କୁ ଶକ୍ତ ଝଟକା, ରଦ୍ଦ ହେଲା ସାଂସଦ ସଦସ୍ୟତା

କେତେବେଳେ ହୁଏ ଉପନିର୍ବାଚନ ? :- କୌଣସି ବିଧାନସଭା ବା ଲୋକସଭା ନିର୍ବାଚନ ମଣ୍ଡଳୀରେ ସେତେବେଳେ ଉପନିର୍ବାଚନ କରାଯାଏ, ଯେତେବେଳେ ଉକ୍ତ ଆସନରେ କେହି ପ୍ରତିନିଧି ନଥାନ୍ତି । ଅଧିକାଂଶ ସମୟରେ ବିଧାୟକ କିମ୍ବା ସାଂସଦଙ୍କ ମୃତ୍ୟୁ ପରେ ଉକ୍ତ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କରାଯାଏ । ଏହାସହ ଯଦି ବିଧାୟକ କିମ୍ବା ସାଂସଦଙ୍କ ସଦସ୍ୟତା ପଦ ସମାପ୍ତ ହୋଇଯାଏ, ଏହି ସମୟରେ ମଧ୍ୟ ଉପନିର୍ବାଚନ କରାଯାଏ । ଜନପ୍ରତିନିଧି ଆଇନ ୧୯୫୧ର ସେକ୍ସନ ୧୫୧ (ଏ) ଅନୁସାରେ, କୌଣସି ଆସନ (ଲୋକସଭା କିମ୍ବା ବିଧାନସଭା) ଖାଲି ହେବା ପରେ ୬ମାସ ମଧ୍ୟରେ ଉକ୍ତ ଆସନରେ ଉପନିର୍ବାଚନ କରାଯିବା ନିହାତି ଜରୁରୀ । ଯେଉଁ ଦିନଠୁ ଆସନ ଖାଲି ପଡ଼ିଥାଏ, ସେହି ଦିନଠୁ ଏହି ନିୟମ ଲାଗୁ କରାଯାଇଥାଏ । ତେବେ ଯଦି ଲୋକସଭା ସଚିବାଳୟଙ୍କ ନିଷ୍ପତ୍ତି ଉପରେ ରାହୁଲଙ୍କୁ କୋର୍ଟରୁ ଆଶ୍ବସ୍ତି ନ ମିଳେ, ତେବେ ତାଙ୍କ ନିର୍ବାଚନ ମଣ୍ଡଳୀରେ ପୁଣି ଉପନିର୍ବାଚନ ହେବାର ସମ୍ଭାବନା ରହିଛି ।

ୱାୟନାଡରେ ରାହୁଲଙ୍କୁ ମିଳିଥିଲା ଦମଦାର ବିଜୟ:- କେରଳ ୱାୟନାଡ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ରାହୁଲ ଗାନ୍ଧୀ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେ ପ୍ରାୟ ୪ଲକ୍ଷ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ । ସେ CPI ପ୍ରାର୍ଥୀ ପିପି ସୁନୀରଙ୍କୁ ୪.୩୧ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ତାଙ୍କୁ ୭,୦୫,୦୩୪ ଭୋଟ ମିଳିଥିଲା । ସେପଟେ ବିପକ୍ଷ ପ୍ରାର୍ଥୀ ସୁନୀରଙ୍କୁ ୨,୭୩,୯୭୧ ଭୋଟ ମିଳିଥିଲା । ଅନ୍ୟପଟେ NDA ପ୍ରାର୍ଥୀ ତୁଷାର ବିଲ୍ଲାପେଲି ୭୮ ହଜାର ଭୋଟ ଜିତି ୩ୟ ସ୍ଥାନରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.