ETV Bharat / bharat

ସମାଜବାଦୀ ପାର୍ଟି ମିଡିଆ ସେଲ ସଞ୍ଚାଳକ ଗିରଫ, ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଲେ ଅଖିଳେଶ

author img

By

Published : Jan 8, 2023, 6:04 PM IST

Updated : Jan 9, 2023, 7:07 AM IST

ସମାଜବାଦୀ ପାର୍ଟି ମିଡିଆ ସେଲ କାର୍ଯ୍ୟକର୍ତ୍ତାଙ୍କୁ ବାନ୍ଧିଲା ଲକ୍ଷ୍ନୌ ପୋଲିସ (Samajwadi Party Media Cell Twitter Account)। ଅଶ୍ଳୀଳ ଭାଷା ଓ ଧମକପୂର୍ଣ୍ଣ ଟ୍ବିଟ କରାଯାଉଥିବା ନେଇ ହୋଇଥିଲା ଏକାଧିକ ଅଭିଯୋଗ । ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିବା ସୂଚନା । ଅଧିକ ପଢନ୍ତୁ

ସାମଜବାଦୀ ପାର୍ଟି ମିଡିଆ ସେଲ ନିର୍ଦ୍ଦେଶକ ଗିରଫ
ସାମଜବାଦୀ ପାର୍ଟି ମିଡିଆ ସେଲ ନିର୍ଦ୍ଦେଶକ ଗିରଫ

ହାଇଦ୍ରାବାଦ: ଟ୍ବିଟରରେ ଅଶ୍ଳୀଳ ଭାଷା ବ୍ୟବହାର ଓ ଧମକପୂର୍ଣ୍ଣ ଟ୍ବିଟ କରିବା ଅଭିଯୋଗରେ ସମାଜବାଦୀ ପାର୍ଟି ମିଡିଆ ସେଲ ସଞ୍ଚାଳକ ମନୀଷ ଜଗନ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଛି (Samajwadi Party Media Cell Twitter Account)। ଟ୍ୱିଟରରେ ଲୋକଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବା ନେଇ ହଜରତଗଞ୍ଜ ପୋଲିସ ଷ୍ଟେସନରେ ମନୀଷ ଜଗନ ଅଗ୍ରୱାଲଙ୍କ ବିରୋଧରେ ଏକାଧିକ ଏତଲା ଦାଖଲ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଲକ୍ଷ୍ନୌ ପୋଲିସ । ଉକ୍ତ ଟ୍ବିଟର ହ୍ୟାଣ୍ଡେଲରେ ନିୟମିତ ଏପରି କିଛି ଆପତ୍ତିଜନକ ପୋଷ୍ଟ କରାଯାଉଥିବା ନେଇ 3ଟି ଲିଖିତ ଅଭିଯୋଗ ହେବା ପରେ ଗତକାଲି(ଶନିବାର) ରାତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

  • पुलिस मुख्यालय लखनऊ में मौजूद माननीय राष्ट्रीय अध्यक्ष श्री अखिलेश यादव जी, अब भी कोई जिम्मेदार व्यक्ति उपस्थित नहीं। @Uppolice pic.twitter.com/kRugHcpUms

    — Samajwadi Party (@samajwadiparty) January 8, 2023 " class="align-text-top noRightClick twitterSection" data=" ">

କାର୍ଯ୍ୟାନୁଷ୍ଠାନ ନେଇ ସମାଜବାଦୀ ପାର୍ଟି କ୍ଷୁବ୍ଧ ହେବା ସହ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ତେବେ ସେଠାରେ ତାଙ୍କ ସହ ଆଲୋଚନା କରିବା ପାଇଁ କେହି ଅଧିକାରୀ ଉପସ୍ଥିତ ନଥିବା ମଧ୍ୟ ପାର୍ଟି ଟ୍ବିଟ କରି ଅଭିଯୋଗ କରିଛି । ଅନ୍ୟପଟେ ଡିଜିପି କାର୍ଯ୍ୟାଳୟରେ ଅଖିଳେଶ ଚା ପିଇବା ପାଇଁ ମନା କରୁଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

କାର୍ଯ୍ୟାନୁଷ୍ଠାନ ନେଇ ଲକ୍ଷ୍ନୌ ସେଣ୍ଟ୍ରାଲ ଜୋନ ଡିସିପି ଅପର୍ଣ୍ଣା କୌଶିକ କହିଛନ୍ତି, ଉକ୍ତ ଆକାଉଣ୍ଟ ଅପରେଟରଙ୍କ ବିରୋଧରେ କ୍ରମାଗତ ଭାବରେ ଏପରି ଅଭିଯୋଗ ଆସିଥିଲା । ତେବେ ପୋଲିସ ଗତକାଲି ଦୁଇଟି ଟିମ୍‌ ଗଠନ କରି ଚଢାଉ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି(Manish Jagan Agarwal) ।

2022 ଡିସେମ୍ବର 26 ତାରିଖରେ ସ୍ଥାନୀୟ ଜଣେ ସାମ୍ବାଦିକ ବିଶ୍ବ ଗୌରବ ତ୍ରିପାଠୀ ଉକ୍ତ ଟୁଇଟର ହ୍ୟାଣ୍ଡେଲରେ ହୋଇଥିବା ଅଶ୍ଳୀଳତା ତଥା ଧମକକୁ ନେଇ ଅଭିଯୋଗ କରିଥିଲେ । ସାମ୍ବାଦିକ ସୂଚନା ପ୍ରଯୁକ୍ତି ଅଧିନିୟମ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ଅନୁଯାୟୀ ମନୀଷ ଜଗନ ଅଗ୍ରୱାଲ, ଆଶିଷ ଯାଦବ, ଉଦୟବୀର ସିଂଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ବିଶ୍ବ ଗୌରବ ତ୍ରିପାଠୀ । ପରେ ଅନ୍ୟ କିଛି ଅଭିଯୋଗକାରୀ ମଧ୍ୟ ସମାନ ଅଭିଯୋଗ ସହ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଏହି ଆକାଉଣ୍ଟ ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା । ଗତକାଲି ରାତିରେ ଏହି ଆକାଉଣ୍ଟ ଚଳାଉଥିବା ମନୀଷ ଜଗନ ଅଗ୍ରୱାଲଙ୍କୁ ପୋଲିସ ହେପାଜତକୁ ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2023, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.