ETV Bharat / bharat

SIKKIM ACCIDENT: ଶହୀଦ ୧୬ଯବାନଙ୍କ ଘରକୁ ପଠାଗଲା ପାର୍ଥିବ ଶରୀର

author img

By

Published : Dec 25, 2022, 6:53 PM IST

ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣା ଘଟଣା (Sikkim Army Vehicle Accident)ରେ ଶହୀଦ ହୋଇଥିବା ୧୬ଜଣ ଯବାନଙ୍କ ପାର୍ଥିବ ଶରୀରକୁ ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କ ଘରକୁ ପଠାଯାଇଛି । ଅଧିକ ପଢନ୍ତୁ

Sikkim Army Vehicle Accident
Sikkim Army Vehicle Accident

ଗାଙ୍ଗଟକ: ଗତ ଡିସେମ୍ବର ୨୩ ତାରିଖରେ ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣା ଘଟଣା (Sikkim Army Vehicle Accident)। ଏଥିରେ ଶହୀଦ ହୋଇଥିବା ୧୬ ଜଣ ଯବାନଙ୍କ ପାର୍ଥିବ ଶରୀରକୁ ଶନିବାର ସେମାନଙ୍କ ଘରକୁ ସ୍ବତନ୍ତ୍ର ବିମାନ ଯୋଗେ ପଠାଯାଇଛି । ପଶ୍ଚିମବଙ୍ଗର ବାଗଡ଼ୋଗରା ବିମାନ ବନ୍ଦରରେ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି (Tributes paid to the soldiers) ଅର୍ପଣ କରାଯିବା ପରେ ୧୫ଜଣ ଯବାନଙ୍କ ପାର୍ଥିବ ଶରୀରକୁ ଦେଶର ବିଭିନ୍ନ ବିମାନ ବନ୍ଦରକୁ ପଠାଯାଇଛି । ଏଠାରୁ ସେମାନଙ୍କ ସହରକୁ ପଠାଯିବ ।

  • A wreath-laying ceremony for Indian Army soldiers who lost their lives in a road accident in Sikkim yesterday held at Bagdogra Airport in West Bengal pic.twitter.com/2XliBmVuPW

    — ANI (@ANI) December 24, 2022 " class="align-text-top noRightClick twitterSection" data=" ">

ଏ ନେଇ ସେନାଧିକାରୀ କହିଛନ୍ତି ଯେ, ପାର୍ଥିବ ଶରୀର ଶହୀଦ ଯବାନଙ୍କ ହୋମଟାଉନ ନିକଟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏହାପରେ ତାଙ୍କ ଘରକୁ ଫଠାଯିବ । ସମ୍ପର୍କୀୟଙ୍କୁ ପାର୍ଥିବ ଶରୀର ହସ୍ତାନ୍ତର କରାଯିବା ପରେ ଶହୀଦ ଯବାନଙ୍କ ଅନ୍ତିମ ସଂସ୍କାର ସମ୍ମାନର ସହିତ କରାଯିବ । ଶନିବାର ପଶ୍ଚିମବଙ୍ଗର ସିଲିଗୁଡି ସହର ନିକଟ ବାଗଡୋଗରା ବିମାନ ବନ୍ଦରରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହାପରେ ସେମାନଙ୍କ ପାର୍ଥିବ ଶରୀରକୁ ନିଜ ବାସସ୍ଥାନକୁ ପଠାଯିବା ଲାଗି ବ୍ୟବସ୍ଥା କରାଯାଇଥିଲା ।

ଏହା ବି ପଢନ୍ତୁ- Sikkim Road Accident: ଖାଇକୁ ଖସିଲା ସେନା ଗାଡ଼ି, ୧୬ ଯବାନ ଶହୀଦ, ମୋଦିଙ୍କ ଶୋକ ପ୍ରକାଶ

ସୂଚନା ଥାଉ କି ଗତ ଶୁକ୍ରବାର ଉତ୍ତର ସିକ୍କିମର ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନା ଗାଡ଼ି (Sikkim Road Accident) । ଏହି ଦୁର୍ଘଟଣାରେ ୧୬ ଯବାନ ଶହୀଦ (16 jawans martyred) ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଉତ୍ତର ସିକ୍କିମର ଦୁର୍ଗମାଞ୍ଚଳରେ ସେନା ଗାଡ଼ି ପ୍ରାୟ ୧୦୦ ଫୁଟ ଖାଇକୁ ଖସିଥିଲା ।

ଏହା ବି ପଢନ୍ତୁ- Army Vehicle Accident: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା

ଆହତ ହୋଇଥିବା ଯବାନଙ୍କୁ ଏୟାରଲିଫ୍ଟରେ ଉତ୍ତର ବେଙ୍ଗଲର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣା ଜେମା ୩ (Zema 3)ଠାରେ ସକାଳ ପ୍ରାୟ ୮ଟା ସମୟରେ ଘଟିଥିଲା । ଏହି ଦୁର୍ଗମ ଅଞ୍ଚଳଟି ଲାକେନଠାରୁ ୧୫କିମି ଓ ରାଜଧାନୀ ଗାଙ୍ଗଟକଠାରୁ ୧୩୦କିମି ଦୂରରେ ଅବସ୍ଥିତ । ଏନେଇ ଚୁଙ୍ଗଥାଙ୍ଗ ସବଡିଭିଜନାଲ ପୋଲିସ ଅଫିସର (SDPO) ଅରୁଣ ଥାତାଲଙ୍କ ସୂଚନାନୁସାରେ ସେନା ଗାଡ଼ି ୨୦ ଜଣ ଯବାନଙ୍କୁ ନେଇ ବର୍ଡର ପୋଷ୍ଟ ଅଭିମୁଖେ ଯାତ୍ରା କରୁଥିଲା । ଜେମା ୩ ନିକଟରେ ଏକ ଟର୍ଣ୍ଣିଂ ପଏଣ୍ଟରେ ହଠାତ ଗାଡ଼ି ବୁଲିବା ସମୟରେ ଖାଇକୁ ଖସି ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.