ETV Bharat / bharat

୩୦୦ ଫୁଟ ଗଭୀର ଖାଇକୁ ଖସିଲା କ୍ରୁଜର, ୭ ଶ୍ରମିକ ମୃତ

author img

By

Published : May 24, 2023, 12:04 PM IST

ଜମ୍ମୁ-କାଶ୍ମୀରରେ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଶ୍ରମିକଙ୍କୁ ନେଇ ଯାଉଥିବା ଏକ କ୍ରୁଜର ୩୦୦ ଫୁଟ ଗଭୀର ଖାଇକୁ ଖସି ପଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଜମ୍ମୁ-କାଶ୍ମୀରରେ ଭୀଷଣ ସଡକ ଦୁର୍ଘଟଣା
ଜମ୍ମୁ-କାଶ୍ମୀରରେ ଭୀଷଣ ସଡକ ଦୁର୍ଘଟଣା

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଲା କ୍ରୁଜର । ଆଖି ପିଛୁଳାକେ ଚାଲିଗଲା ୭ ଜୀବନ । ଆଜି ସକାଳେ କିସ୍ତୱାର ଜିଲ୍ଲାର ଦଙ୍ଗଦୂରୁ ଡ୍ୟାମ ପ୍ରକଳ୍ପ ନିକଟରେ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଏହି ପ୍ରକଳ୍ପରେ କାମ କରୁଥିବା ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ କ୍ରୁଜର ୩୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡିବାରୁ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ, ଆଜି ସକାଳ ସାଢେ ୮ଟା ସମୟରେ ଦୁଙ୍ଗାଦୂରୁ ଗ୍ରାମ ପାଖରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ କରି କିସ୍ତୱାର ପୋଲିସ କହିଛି, ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ କ୍ରୁଜର ଭାରସାମ୍ୟ ହରାଇ ୩୦୦ ଫୁଟ ଗଭୀର ଖାଇକୁ ଖସିପଡିଛି । କ୍ରୁଜରରେ ୧୦ ଜଣ ଶ୍ରମିକ ଥିଲେ । ସମସ୍ତେ ଦଙ୍ଗଦୂରୁ ଡ୍ୟାମ ପ୍ରକଳ୍ପରେ କାମ କରୁଥିଲେ । ଆଜି ସକାଳେ ଶ୍ରମିକମାନେ ଡଚାନ ଅଞ୍ଚଳରୁ କ୍ରୁଜରରେ ନିର୍ମାଣସ୍ଥଳକୁ ଯାଉଥିବା ସମୟରେ ବାଟରେ ‌ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ମୃତକମାନେ ହେଲେ ସୁଦେଶ କୁମାର, ଅଖତର ହୁସେନ, ଅବଦୁଲ ରସିଦ, ମୁସାର ଅହମ୍ମଦ, ଇତଭା, ରାହୁଲ ଏବଂ କରନ । ଦୁର୍ଘଟଣାରେ ଆହତ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ମୃତଦେହ ଗୁଡିକୁ ଉଦ୍ଧାର କରାଯାଇ ନିକଟସ୍ଥ ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କିସ୍ତୱାର ଡେପୁଟି କମିଶନର ଡ. ଦେବାଂଶ ଯାଦବ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: G20 summit: ଭାରତର ଭୂସ୍ବର୍ଗ ଦେଖି ବିମୋହିତ ବିଦେଶୀ ପ୍ରତିନିଧି

ଦୁର୍ଘଟଣା ସମ୍ପର୍କରେ ଖବର ପାଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଡେପୁଟି କମିଶନରଙ୍କ ଠାରୁ ଘଟଣା ସମ୍ପର୍କରେ ଅଧିକ ପଚାରି ବୁଝିବା ସହ ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ୭ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏନେଇ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ।

ଏହାମଧ୍ୟ ପଢନ୍ତୁ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଚାଲିଗଲା ୧୨ ଜୀବନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.