ETV Bharat / bharat

ରଜୌରୀରେ ଖାଇକୁ ଖସିଲା ବସ୍: ୬ ମୃତ, ୨୫ ଆହତ

author img

By

Published : Sep 15, 2022, 1:39 PM IST

Updated : Sep 15, 2022, 2:36 PM IST

ଜମ୍ମୁ କାଶ୍ମୀରରେ ପୁଣି ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଗୋଟିଏ ବସ୍ ଖାଇକୁ ଖସି ପଡିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ରଜୌରୀରେ ଖାଇକୁ ଖସିଲା ବସ୍: ୬ ମୃତ, ୨୦ ଆହତ
ରଜୌରୀରେ ଖାଇକୁ ଖସିଲା ବସ୍: ୬ ମୃତ, ୨୦ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣି ଖାଇକୁ ଖସିଲା ବସ୍ । ଗତକାଲି ପୁଞ୍ଚରେ ମିନି ବସ୍ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟଣାର ଦୁଃଖ ମନରୁ ଲିଭି ନଥିବା ବେଳେ ଆଜି ରଜୌରୀ ଅଞ୍ଚଳରେ ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି (Rajaouri road accident) । ପୁଞ୍ଚରୁ ରଜୌରୀ ଅଭିମୁଖେ ଆସୁଥିବାବେଳେ, ଏକ ବସ୍ ଖାଇକୁ ଖସିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରଜୌରୀରେ ଖାଇକୁ ଖସିଲା ବସ୍: 6 ମୃତ, 25 ଆହତ

ସୂଚନାଯୋଗ୍ୟ, ବସ୍‌ଟି ପୁଞ୍ଚରୁ ରଜୌରୀ ଆଡକୁ ଆସୁଥିଲା । ଏହି ସମୟରେ ମଞ୍ଜାକୋଟ ନିକଟରେ ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା । ଏନେଇ ସୂଚନା ପାଇବା ମାତ୍ରେ ମଞ୍ଜାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି । ଦୁର୍ଘଟଣାରେ ଅନେକ ଗୁରୁତର ଆହତ ହୋଇଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ସନ୍ଦେହ କରାଯାଉଛି ।

ଏହାମଧ୍ଯ ପଢନ୍ତୁ: ପୁଞ୍ଚରେ ଘାଟିକୁ ଖସିଲା ବସ, 11 ମୃତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପୁଞ୍ଚ ଜିଲ୍ଲା ମଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ବସଟି ଖାଇକୁ ଖସିଯିବାରୁ ବଡ ଦୁର୍ଘଟଣା ଘଟିଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ପ୍ରାୟ ୨୪ରୁ ୩୦ଜଣ ଯାତ୍ରୀ ନେଇ ମିନି ବସ୍‌ଟି ମଣ୍ଡିରୁ ସାଉଜିୟାନ ଅଭିମୁଖେ ଯିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବେରରି ନାଲ୍ଲାହ ରାସ୍ତାରେ ଦୁର୍ଘଟଣା ଘଟିଥିଲା ।

Last Updated : Sep 15, 2022, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.