ETV Bharat / bharat

ଦ୍ରୁତ ଗତିରେ ତରଳୁଛି ଗ୍ଲେସିୟର, ଦେଶ ପାଇଁ ସୃଷ୍ଟି କରିବ ବିପଦ !

author img

By

Published : Sep 9, 2022, 10:47 AM IST

Updated : Sep 9, 2022, 11:03 AM IST

ଗ୍ଲୋବାଲ ୱାର୍ମିଂ(Global warming) ଏବଂ ପ୍ରକୃତି ସହିତ ମନୁଷ୍ୟର ଖାମଖିଆଲ ଯୋଗୁଁ ହିମାଳୟରେ ଗ୍ଲେସିୟର ବର୍ଷକୁ ବର୍ଷ ତରଳିବାରେ ଲାଗିଛି, ଯେଉଁ କାରଣରୁ ଜଳ ସଙ୍କଟ ନେଇ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ହିମାଳୟ ଗ୍ଲେସିୟର ଦ୍ରୁତ ଗତିରେ ତରଳିବା କାରଣରୁ ନଦୀ ସହିତ ହିମାଳୟରେ ଜଳ ସଙ୍କଟ ଆହୁରି ଗଭୀର ହୋଇପାରେ । ଯାହା କେବଳ ଭାରତ ଉପରେ ନୁହେଁ, ଆମ ପଡୋଶୀ ଦେଶ ଉପରେ ମଧ୍ୟ ପ୍ରଭାବ ପକାଇବ। ଅଧିକ ପଢନ୍ତୁ

ହିମାଳରେ ଗ୍ଲେସିୟର ହ୍ରାସ ବୃଦ୍ଧି କରିପାରେ ଜଳ ସଙ୍କଟ!
ହିମାଳରେ ଗ୍ଲେସିୟର ହ୍ରାସ ବୃଦ୍ଧି କରିପାରେ ଜଳ ସଙ୍କଟ!

ଡେରାଡୁନ: ଯଦି ବିଶ୍ବରେ ତୃତୀୟ ବିଶ୍ୱଯୁଦ୍ଧ(third world war) ହୁଏ ତେବେ ଜଳ ସଙ୍କଟ ଏହାର ପ୍ରମୁଖ କାରଣ ହେବ ବୋଲି ବିଶ୍ବାସ କରାଯାଏ । ବୈଜ୍ଞାନିକ ମତରେ ଗ୍ଲେସିୟର ତରଳିବା କାରଣରୁ(fast melting glaciers) ଏହାର ପ୍ରତିକୂଳ ପ୍ରଭାବ ବିଶ୍ବ ଉପରେ ପଡିପାରେ ବୋଲି ଆଶଙ୍କା କରାଯାଉଛି ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେଉଁ ଗତିରେ ହିମାଳୟରେ ଗ୍ଲେସିୟର ତରଳୁଛି ତାହା ଆଗାମୀ ଦିନରେ ଜଳ ସଙ୍କଟକୁ ଗମ୍ଭୀର କରିପାରେ (Glaciers of the High Himalayas are melting)। ଫଳରେ ଏହାର ପ୍ରଭାବ ହିମାଳୟ ସହ ଏହାର ପଡୋଶୀ ରାଜ୍ୟ ଉପରେ ମଧ୍ୟ ପଡିପାରେ । ଏଥିରୁ ବର୍ତ୍ତିବା ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ଅଟେ ।

ହେମବତୀ ନନ୍ଦନ ବାହୁଗୁନା ସେଣ୍ଟ୍ରାଲ୍ ଗରୱାଲ୍ ବିଶ୍ୱବିଦ୍ୟାଳୟର ହାଇ ପାଇକ୍ ପ୍ଲାଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (Hemvati Nandan Bahuguna Central Garhwal University) ଉତ୍ତରାଖଣ୍ଡର ଉଦ୍ଭିଦ ଉପରେ ଗବେଷଣା କରିଥାଏ (High Peak Plant Research Institute) । ଏହି ଅନୁଷ୍ଠାନର ବରିଷ୍ଠ ବୈଜ୍ଞାନିକ ବିଜୟକାନ୍ତ ପୁରୋହିତ କହିଛନ୍ତି ଯେ, ‘‘ହିମାଳୟ ଅଞ୍ଚଳରେ ଜଙ୍ଗଲ ଦ୍ରୁତ ଗତିରେ ଉଚ୍ଛେଦ କରାଯାଉଛି । ଏହାର ପ୍ରମୁଖ କାରଣ ପର୍ଯ୍ୟଟନ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । କାରଣ ଲୋକମାନେ ଜଙ୍ଗଲ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଥିବା ଗଛ ସଂଖ୍ୟା ବଢିପାରି ନାହିଁ । ଯାହାକି ହିମାଳୟ ଉପରେ ପ୍ରଭାବ ପକାଉଛି । ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ, ଯୋଜନାବଦ୍ଧ ବିକାଶ ହିଁ ବିନାଶର କାରଣ ପାଲଟିଛି । ଜିଡିପି ପରି ହିମାଳୟକୁ ବଞ୍ଚାଇବା ପାଇଁ GEP (Gross Environment Product) ଉପରେ ଧ୍ୟାନ ଦେବା ଆବଶ୍ୟକ ।

ହିମାଳୟରେ କେତେକ ବୃକ୍ଷ ଜଳର ଉତ୍ସ(Water sources in the Himalayas) ହୋଇଥିବା ବେଳେ ତାହା ଇକୋସିଷ୍ଟମ ପାଇଁ ପ୍ରଭାବିତ ହେଉଛି । ଯାହା ଫଳରେ ଜଳ ଉତ୍ସ ଶୁଖିବା ସହ ଆଗାମୀ ଭବିଷ୍ୟତରେ ଏହା ଜଳ ସଙ୍କଟ ସୃଷ୍ଟି କରିପାରେ । ଏହି କାରଣରୁ ହିମାଳୟର ମଧ୍ୟ ଭାଗରେ ରହିଥିବା ବୃକ୍ଷଗୁଡିକ ଉଚ୍ଚ ହିମାଳୟର ପରିସ୍ଥିତି ସୃଷ୍ଟି କରୁଛି । ଏହି ପରିବର୍ତ୍ତନ ଉଚ୍ଚ ହିମାଳୟରେ ବୃକ୍ଷ ଓ ଉଦ୍ଭିଦଗୁଡିକର ଇକୋସିଷ୍ଟମ କରିପାରେ (encroachment of trees in the high himalayas)। ଯାହାର ଫଳ ସ୍ବରୂପ ଏଠାରେ ବର୍ଷା ହେବ ଏବଂ ତୁଷାରପାତ ହ୍ରାସ ପାଇବ । ଏହି କାରଣରୁ ଗ୍ଲେସିୟର ତରଳି ଯିବା ସମ୍ଭାବନା ବୃଦ୍ଧି ପାଉଛି । ଏହା ସମଗ୍ର ହିମାଳୟ ବେଲ୍ଟରେ ଜଳ ସଙ୍କଟ ସୃଷ୍ଟି କରିବ । ଏହାର ପ୍ରଭାବ ଆମ ଦେଶର ପଡୋଶୀ ଦେଶରେ ମଧ୍ୟ ଦେଖାଯିବ ।

ଗରୱାଲ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନୀ ଆଲୋକ ସାଗର ଗୌତମ କହିଛନ୍ତି ଯେ, ‘‘ହିମାଳୟରେ ବର୍ଷକୁ ବର୍ଷ କାର୍ବନ ନାନୋସୋର୍ସ ବୃଦ୍ଧି ପାଉଛି(Carbon Nano sources in the Himalayan Region) । ଏହାର କାରଣ କେବଳ ହିମାଳୟର ନିମ୍ନ ଅଞ୍ଚଳ ଅଟେ।ହିମାଳୟ ଅଞ୍ଚଳର ନିମ୍ନମାନର ଅଞ୍ଚଳରୁ କାର୍ବନ ନିର୍ଗତ ହୋଇଥାଏ । ଗୌତମ ସାଗରଙ୍କ ଦ୍ବାରା ସଂଗୃହିତ ତଥ୍ୟ ଅନୁଯାୟୀ, ଗ୍ଲେସିୟର ପାର୍ଶ୍ୱରେ 2.60 ମାଇକ୍ରୋ ଗ୍ରାମ ପ୍ରତି ମିଟରରେ 3.60 ମିଟରରେ ଅଙ୍ଗାରକାମ୍ଳ ମିଳୁଛି, ଯାହା ଚିନ୍ତାର ବିଷୟ । ଏହି କାରଣରୁ ବର୍ଷା ହେବାରେ ମଧ୍ୟ ଖରାପ ପ୍ରଭାବ ପଡୁଛି । ମାର୍ଚ୍ଚ-ଏପ୍ରିଲ-ମେ ମାସରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଜୁନ୍, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଯାଏଁ ବର୍ଷା ହୁଏ । କିନ୍ତୁ ବର୍ତ୍ତମାନ ବାୟୁ ମଣ୍ଡଳରେ ପରିବର୍ତ୍ତନ ଦେଖାଦେଉଛି । ଯାହାର ପରିଣାମ ଭୋଗୁଛନ୍ତି ଲୋକେ ।’’

ଜାନୁୟାରୀ 1ରୁ ମେ ପର୍ଯ୍ୟନ୍ତ ହେଉଥିବା ବର୍ଷା ବର୍ତ୍ତମାନ କେତେକ ସ୍ଥାନରେ କାଁ ଭାଁ ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏହା ଦେଖାଯାଉନାହିଁ । ଏହି କାରଣରୁ ବାୟୁମଣ୍ଡଳର ଆର୍ଦ୍ରତା କମିଯାଉଛି, ଯେଉଁ କାରଣରୁ ଗ୍ଲେସିର୍ ତରଳୁଛି । ହିମାଚଳ ପ୍ରଦେଶର ଜଙ୍ଗଲର ପୂର୍ବତନ ମୁଖ୍ୟ ସଂରକ୍ଷଣକାରୀ ପ୍ରବୀଣ ଥାପଲିୟାଲ କହିଛନ୍ତି ଯେ, "ହିମାଳୟ ଅଞ୍ଚଳ ପାଇଁ ସରକାର ପୃଥକ ନୀତି ପ୍ରସ୍ତୁତ କରିବା ଉଚିତ୍‌ । ଯଦି ସମ୍ଭବ, ଏଥିପାଇଁ କେନ୍ଦ୍ର ସରକାରଙ୍କ ପାଇଁ ଅଲଗା ହିମାଳୟ ମନ୍ତ୍ରଣାଳୟ ରହିବା ଉଚିତ୍ । ସରକାର ଜଳ ସଂରକ୍ଷଣ ଚଳାଉଛନ୍ତି, ଗଙ୍ଗା ବଞ୍ଚାଓ ଅଭିଯାନ କରୁଛନ୍ତି, କିନ୍ତୁ ଏହା ବେଶି ଦିନ କାମ କରିବ ନାହିଁ । ସମତଳ ଅଞ୍ଚଳରେ କରାଯାଉଥିବା ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିବା ଉଚିତ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 9, 2022, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.