ETV Bharat / bharat

ଜିଏନ ସାଇବାବାଙ୍କୁ ବଡ ଝଟକା, ଜେଲରୁ ମୁକୁଳିବା ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

author img

By

Published : Oct 15, 2022, 9:45 PM IST

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଜିଏନ ସାଇବାବାଙ୍କୁ ଝଟକା । ଜେଲରୁ ମୁକୁଳିବା ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଜିଏନ ସାଇବାବାଙ୍କୁ ବଡ଼ ଝଟକା, ଜେଲରୁ ମୁକୁଳିବା ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ
ଜିଏନ ସାଇବାବାଙ୍କୁ ବଡ଼ ଝଟକା, ଜେଲରୁ ମୁକୁଳିବା ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ (Delhi University)ର ପୂର୍ବତନ ପ୍ରଫେସର ଜିଏନ ସାଇବାବା (DU professor G N Saibaba)ଙ୍କୁ ବଡ଼ ଝଟକା । ଜିଏନଙ୍କ ଜେଲରୁ ମୁକୁଳିବା ନେଇ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠ ଶୁକ୍ରବାର ଜିଏନ ସାଇବାବା ଓ ଅନ୍ୟ ଅଭିଯୁକ୍ତଙ୍କୁ ମୁକ୍ତ କରିବା ପାଇଁ ଆଦେଶ ଦେଇଥିଲେ । ବମ୍ବେ ହାଇକୋର୍ଟଙ୍କ ଏହି ରାୟ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ଏହି ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮ ତାରିଖରେ ହେବ ବୋଲି କୋର୍ଟ ଘୋଷଣା କରିଛନ୍ତି । ଜିଏନଙ୍କ ସମେତ ୫ ଜଣଙ୍କ ବିରୋଧରେ ମାଓବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗ ରହିଛି । ସେମାନେ ଜେଲରେ ଥିବା ବେଳେ ପୂର୍ବତନ ପ୍ରଫେସର ସାଇବାବା ନିଜର ଅସୁସ୍ଥତାର କାରଣ ଦର୍ଶାଇ ଜେଲରୁ ମୁକୁଳିବା ଲାଗି ଆବେଦନ କରିଥିଲେ ।

କଣ ରହିଛି ଅଭିଯୋଗ ?

ଗତ ୨୦୧୪ ମସିହାରେ ନକ୍ସଲଙ୍କ ସହିତ ସମ୍ପୃକ୍ତି ଅଭିଯୋଗରେ ସାଇବାବାଙ୍କୁ ଗିରଫ କରାଯାଇଥିଲା । ସାଇବାବା ବର୍ତ୍ତମାନ ନାଗପୁର ସେଣ୍ଟ୍ରାଲ ଜେଲରେ ରହିଛନ୍ତି । ଗିରଫ ପୂର୍ବରୁ ହ୍ବିଲଚେୟାର ବ୍ୟବହାର କରୁଥିବା ପ୍ରଫେସର ସାଇବାବା ଦିଲ୍ଲୀ ବିଶ୍ବବିଦ୍ୟାଳୟରର ରାମଲାଲ ଆନନ୍ଦ କଲେଜରେ ଇଂରାଜୀ ପଢାଉଥିଲେ । ଯାଞ୍ଚ ଏଜେନ୍ସିଙ୍କ କହିବାନୁସାରେ ଛତିଶଗଡ଼ ଅବୁଜମାଡ଼ ଜଙ୍ଗଲରେ ଲୁଚି ରହିଥିବା ନକ୍ସଲ ଓ ପ୍ରଫେସରଙ୍କ ମଧ୍ୟରେ ଯୋଗାଯୋଗରେ ସେ ମାଧ୍ୟମ ସାଜୁଥିଲେ ।

ବମ୍ବେ ହାଇକୋର୍ଟ ମୁକ୍ତି ପାଇଁ ଦେଇଥିଲେ ଆଦେଶ:-

ଶୁକ୍ରବାର ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏହି ପୂର୍ବତନ ପ୍ରଫେସର ସାଇବାବା ଓ ଅନ୍ୟ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠ ସେମାନଙ୍କୁ ଜେଲରୁ ମୁକ୍ତ ହେବା ନେଇ ଆଦେଶ ଦେଇଥିଲେ । ଏହି ଅଭିଯୁକ୍ତଙ୍କୁ ମୁକ୍ତ ପାଇଁ କୋର୍ଟଙ୍କ ଆଦେଶ ଆସିବା ପରେ ଏହାକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଶନିବାର ଏହି ମାମଲା ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଏକ ବିଶେଷ ବୈଠକ ବସିଥିଲା ।

ଆଜି ଶୁଣାଣି ସମୟରେ ସରକାରଙ୍କ ଦ୍ବାରା ସୁପାରିଶ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ ସାଇବାବାଙ୍କୁ ୟୁଏପିଏ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସେ ଜମ୍ମୁ କାଶ୍ମୀରର ବିଛିନ୍ନତାବାଦୀ ଆନ୍ଦୋଳନରେ ହତ୍ୟାକାରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ନକ୍ସଲ ନେତାଙ୍କ ସହିତ ବୈଠକ କରିଥିଲେ । ଅନ୍ୟପଟେ ସାଇବାବାଙ୍କ ଓକିଲ କହିଥିଲେ ଯେ, "ସେ ସମ୍ମାନଜନକ ଜୀବନ ଅତିବାହିତ କରିଛନ୍ତି । ସାଇବାବାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ କାମ କରୁନାହିଁ । ସେ ଶୌଚାଳୟ ଯିବା ପାଇଁ ମଧ୍ୟ ସାହାରା ଖୋଜନ୍ତି । ସେ ନିଜ ହ୍ବିଲଚେୟାର ପର୍ଯ୍ୟନ୍ତ ହିଁ ସୀମିତ ।"

ଏହା ବି ପଢନ୍ତୁ- ବନ୍ଦିପୋରା-ସାପୋର ରାସ୍ତାରୁ IED ବୋମା ଉଦ୍ଧାର, ନିଷ୍କ୍ରିୟ କଲା ସ୍କ୍ୱାର୍ଡ

ସେ ନିଜ ଅସୁସ୍ଥତା ଓ ଚିକିତ୍ସିତ ହେବାର କାରଣ ଦର୍ଶାଇ ଗୃହବନ୍ଦୀର ରଖାଯାଇ ତାଙ୍କୁ ଜେଲରୁ ମୁକ୍ତ କରାଯାଉ ବୋଲି କୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ବମ୍ବେ ହାଇକୋର୍ଟ ସମ୍ମତି ପ୍ରକାଶ କରି ମୁକ୍ତ ପାଇଁ ଆଦେଶ ଦେଇଥିଲେ ମଧ୍ୟ ସର୍ବୋଚ ନ୍ୟାୟାଳୟ ଏହା ଉପରେ ରୋକ ଲଗାଇଛନ୍ତି । ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.