ETV Bharat / bharat

ଧାରା 370 ଉଚ୍ଛେଦ ମାମଲା: ‘ସୁପ୍ରିମକୋର୍ଟଙ୍କ ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ, ଲଢେଇ ଜାରି ରହିବ’

author img

By ETV Bharat Odisha Team

Published : Dec 17, 2023, 8:14 PM IST

Mehbooba vows to continue struggle: ଧାରା 370 ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ ବୋଲି କହିଲେ ମେହେବୁବା ମୁଫତି । ଅଧିକ ପଢନ୍ତୁ

ଧାରା 370 ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଭଗବାନଙ୍କ ନିଷ୍ପତ୍ତି ନୁହେଁ: ମୁଫତି
ଧାରା 370 ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଭଗବାନଙ୍କ ନିଷ୍ପତ୍ତି ନୁହେଁ: ମୁଫତି

ଶ୍ରୀନଗର: ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ଧାରା-370 ଉଚ୍ଛେଦକୁ ବୈଧ ଦର୍ଶାଇ ନିକଟରେ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏହାକୁ କାଶ୍ମୀରର ଅନେକ ନେତା ନାପସନ୍ଦ କରିଥିଲେ । ତେବେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି । କୋର୍ଟଙ୍କ ରାୟକୁ ଖଣ୍ଡନ କରିବା ସେ କାଶ୍ମୀରର ରାଜ୍ୟ ପାହ୍ୟା ଫେରାଇବା ନେଇ ତାଙ୍କର ଲଢେଇ ଜାରି ରହିବ ବୋଲି କହିଛନ୍ତି ।

  • #WATCH On accused Ashwajit Anil Gaikwad allegedly running his car over his girlfriend | Victim Priya Singh says, "Last night some policemen came. They were trying to force me to sign something. I refused. Because I did not have a lawyer. Neither did anyone from my family. They… https://t.co/ynzYNd5JDG pic.twitter.com/0URTT5udUk

    — ANI (@ANI) December 17, 2023 " class="align-text-top noRightClick twitterSection" data=" ">

ଆଜି କୁପଓ୍ବାରାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁପତି କହିଛନ୍ତି,‘‘ ଆମେ ଆଶା ଛାଡିପାରିବୁ ନାହିଁ । ଆମେ ଆମ ସଂଘର୍ଷ ଜାରି ରଖିବୁ । ସର୍ବୋଚ୍ଚ କୋର୍ଟ ଇଶ୍ବର ନୁହନ୍ତି । ସୁପ୍ରିମକୋର୍ଟ ଏହା ପୂର୍ବରୁ କହିଥିଲେ ଯେ ବିଧାନସଭାର ସୁପାରିଶ ବିନା ଧାରା-370 କୁ ସଂଶୋଧନ କରାଯାଇପାରିବ ନାହିଁ । ତେବେ ପରବର୍ତ୍ତୀ ସମୟରେ ଏହି ଉଚ୍ଛେଦ ନିଷ୍ପତ୍ତିକୁ ଠିକ ଦର୍ଶାଇଲେ । ଏହି ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ । ଆମେ ଏହା ବିରୋଧରେ ଆମର ଶେଷ ନିଶ୍ବାସ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବୁ ।’’

ଚଳିତମାସ 11 ତାରିଖରେ ସର୍ବୋଚ୍ଚ କୋର୍ଟ 2019 ମସିହାରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ଏହି ବହୁଚର୍ଚ୍ଚିତ ନିଷ୍ପତ୍ତିକୁ ବୈଧ ଦର୍ଶାଇଥିଲେ । ଧାରା-370କୁ ସମ୍ବିଧାନର ଏକ ଅସ୍ଥାୟୀ ନିୟମ ଭାବେ ସର୍ବୋଚ୍ଚ କୋର୍ଟ ବିବେଚନା କରିବା ସହ କେନ୍ଦ୍ର ସରକାରଙ୍କ ଉଚ୍ଛେଦ ନିଷ୍ପତ୍ତିକୁ ଠିକ୍‌ ବୋଲି ଦର୍ଶାଇଥିଲେ । ଅନେକ ବିରୋଧୀ ଦଳ ନେତା, ସାମାଜିକ ସଂଗଠନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜି କରିଥିଲେ । ଏବେ ସେମାନଙ୍କୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି ।

ଏହା ମଧ୍ୟ ପଢନ୍ତୁ :- ଡାଟା ହ୍ୟାକ୍‌ କାରଣରୁ ନ୍ୟାୟିକ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାକୁ ବାଦ ଦିଆଯାଇ ପାରିବ ନାହିଁ: ପ୍ରଧାନ ବିଚାରପତି

ଏହାରି ମଧ୍ୟରେ ଚଳିତ ଶୀତ ଅଧିବେଶନରେ କେନ୍ଦ୍ର ସରକାର କାଶ୍ମୀର ସହ ଜଡିତ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ଅଧିନିୟମ-2023 ଓ ପୁନର୍ଗଠନ (ସଂଶୋଧନ) ଅଧିନିୟମ 2023 ପାରିତ ମଧ୍ୟ କରିସାରିଛନ୍ତି । ଜମ୍ମୁ ଓ କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ହୋଇ ଆସନ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଏହାସହ ପାକ ଅଧିକୃତ କାଶ୍ମୀର (ପିଓକେ)ରେ ମଧ୍ୟ ଆସନ ସଂରକ୍ଷଣ ରଖାଯାଇଛି । ତେଣୁ ଖୁବଶୀଘ୍ର କେନ୍ଦ୍ର ସରକାର କାଶ୍ମୀରରେ ରାଜ୍ୟ ପାହ୍ୟା ଫେରାଇବା ସହ ବିଧାନସଭା ନିର୍ବାଚନ ମଧ୍ୟ କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.