ETV Bharat / bharat

Delhi Liquor Scam: ସୁପ୍ରିମକୋର୍ଟରୁ ବିଆରଏସ ନେତ୍ରୀ କବିତାଙ୍କୁ ଆଶ୍ବସ୍ତି, ୨୬ ଯାଏଁ ଜେରା କରିପାରିବନି ଇଡି

author img

By ETV Bharat Odisha Team

Published : Sep 16, 2023, 8:39 AM IST

ସୁପ୍ରିମକୋର୍ଟରୁ ବିଆରଏସ ନେତ୍ରୀ କବିତାଙ୍କୁ ଆଶ୍ବସ୍ତି । ସେପ୍ଟେମ୍ବର ୨୬ ଯାଏଁ ଜେରା କରିପାରିବନି ଇଡି । ଅଧିକ ପଢନ୍ତୁ

Delhi Liquor Scam
Delhi Liquor Scam

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ୍ ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି । ସେପ୍ଟେମ୍ବର ୨୬ ଯାଏଁ ଇଡିରେ ହାଜର ହେବନି କବିତା । ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ବିରୋଧରେ କରିଥିବା ଆବେଦନର ଶୁଣାଣି ୨୬ ତାରିଖ ଯାଏଁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ସେ ପର୍ଯ୍ୟନ୍ତ ତାଙ୍କୁ ଇଡି ହାଜର ହେବାକୁ ବାଧ୍ୟ କରିବ ନାହିଁ ବୋଲି କୋର୍ଟକୁ ଜଣାଇଛନ୍ତି ।

ମଦ ଦୁର୍ନୀତି ମାମଲାରେ ଇଡି ସ୍କାନରରେ ଅଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ ତଥା ବିଧାନ ପରିଷଦ ସଦସ୍ୟା କବିତା । ଏହି ମାମଲାରେ ପଚରାଉଚରା ପାଇଁ ସେପ୍ଟେମ୍ବର ୧୫(ଗତକାଲି)ରେ ତାଙ୍କୁ ପୁଣିଥରେ ହାଜର ହେବାକୁ ଇଡି ସମନ କରିଥିଲା । କିନ୍ତୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ କରିଥିବା ଆବେଦନ ବିଚାରଧୀନ ଥିବାରୁ ପୂର୍ବରୁ ମଧ୍ୟ ହାଜର ହେବାକୁ ମନା କରିଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: Delhi Liquor Scam: ପୁଣି ଡାକିଲା ED, କବିତା କହିଲେ ‘ମୋଦି ନୋଟିସ୍‌’

ଗତକାଲି ଜଷ୍ଟିସ ସଞ୍ଜୟ କିଶାଲ କୌଲ ଓ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ତାଙ୍କର ଆବେଦନ ଉପରେ ଶୁଣାଣି କରିଥିଲେ । ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ କହିଥିଲେ ଯେ, କବିତା ପୂର୍ବରୁ ଇଡିରେ ହାଜର ହୋଇସାରିଛନ୍ତି । ଯଦି ଏବେ ହାଜର ହେବାରେ କିଛି ସମସ୍ୟା ଅଛି ତାହାହେଲେ ସମନ ଅବଧି ବୃଦ୍ଧି କରାଯାଇପାରିବ । ତେବେ ଆଜି ହିଁ ପଚରାଉଚରା ପାଇଁ ଇଡି ଡକାଇଥିବା କବିତାଙ୍କ ଓକିଲ ପୀଠକୁ ସୂଚିତ କରିଥିଲେ । ଏହାପରେ ଖଣ୍ଡପୀଠ ଏହି ମାମଲାର ଶୁଣାଣିକୁ ଆସନ୍ତା ୨୬ ଯାଏଁ ସ୍ଥଗିତ ରଖିଥିଲେ । ତେଣୁ ସେ ପର୍ଯ୍ୟନ୍ତ ଇଡି ସମନକୁ ଟାଳିବାକୁ କବିତାଙ୍କ ଓକିଲ ନିବେଦନ କରିଥିଲେ । ପରବର୍ତ୍ତୀ ଶୁଣାଣି ଯାଇ ଇଡି ବିଆରଏସ ନେତ୍ରୀଙ୍କୁ ହାଜର ହେବାକୁ ବାଧ୍ୟ କରିପାରିବ ନାହିଁ ବୋଲି କୋର୍ଟରେ କହିଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ପ୍ରଥମେ ମାର୍ଚ୍ଚ ୮ରେ କବିତାକୁ ନୋଟିସ କରିଥିଲା । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲ୍ଲାଇଙ୍କୁ ସାମ୍ନାସାମ୍ନି ବସାଇ ୯ ଘଣ୍ଟା ମାରାଥନ ଜେରା କରିଥିଲା । ଏହାପରେ ପୁଣିଥରେ ମାର୍ଚ୍ଚ ୧୬ରେ ହାଜର ହେବାକୁ ଇଡିର ସମନ ମିଳିବା ପରେ ଏହାକୁ ବିଆରଏସ ନେତ୍ରୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏଥିସହ ମାମଲା କୋର୍ଟରେ ବିଚାରଧୀନ ଥିବା କହି ସେ ଇଡିରେ ହାଜର ହୋଇନଥିଲେ । ଏହି ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୯ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡି ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.