ETV Bharat / bharat

Delhi Liquor Scam: ପୁଣି ଡାକିଲା ED, କବିତା କହିଲେ ‘ମୋଦି ନୋଟିସ୍‌’

author img

By ETV Bharat Odisha Team

Published : Sep 14, 2023, 9:06 PM IST

ଦିଲ୍ଲୀ ଅବକାରୀ ପିଲିସି ଘୋଟାଲା ମାମଲାରେ କେ.କବିତାଙ୍କୁ ପୁଣି ଡାକିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କବିତା କହିଲେ, ନିର୍ବାଚନ ଆସୁଛି । ମୋଦି ନୋଟିସ ପାଇଲି । ଅଧିକ ପଢନ୍ତୁ

ପୁଣି ଡାକିଲା ED: କବିତା କହିଲେ ‘ମୋଦି ନୋଟିସ୍‌’
ପୁଣି ଡାକିଲା ED: କବିତା କହିଲେ ‘ମୋଦି ନୋଟିସ୍‌’

ହାଇଦ୍ରାବାଦ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ପଲିସି ଘୋଟାଲା ମାମଲାରେ ପ୍ରାୟ ବର୍ଷେ ହେବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସ୍କାନରରେ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆରଙ୍କ ଝିଅ ତଥା ରାଜ୍ୟ ବିଧାନ ପରିଷଦ ସଦସ୍ୟା କେ. କବିତାଙ୍କୁ ପୁଣି ନୋଟିସ ଜାରି କରିଛି ଇଡି । ହେଲେ ଏହାକୁ ବିଜେପି ସରକାରର ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ମୋଦି ନୋଟିସ ପାଇଲି ବୋଲି କବିତା କହିଛନ୍ତି ।

କବିତା କହିଛନ୍ତି, ଏହି ନୋଟିସ ସେମାନଙ୍କ ଦଳର ସଫଳତାର ଏକ ଅଂଶ । ତେଣୁ ଏଥିପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ନାହିଁ । ସେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ମିଳିଥିବା ନୋଟିସ ଦଳ (ବିଆରଏସ) ଲିଗାଲ ଟିମକୁ ପଠାଯାଇଛି । ଏ ସମ୍ପର୍କରେ ଆଇନଗତ ତର୍ଜମା ଜାରି ରହିଛି । ଲିଗାଲ ସେଲର ପରାମର୍ଶ ଅନୁଯାୟୀ ସେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।

ଆହୁରି ମଧ୍ୟ କବିତା କହିଛନ୍ତି,‘‘ଏହି ମାମଲାରେ ଗତ ଏକ ବର୍ଷ ଧରି ଇଡିର ତଦନ୍ତ ଚାଲିଛି । ଏବେ ନିର୍ବାଚନ ଆସିଛି । ତେଣୁ ସେମାନେ ପୁଣି ଏକ ନୂଆ ଏପିସୋଡ୍ ଆରମ୍ଭ କରିଛନ୍ତି । ତେଣୁ ଏହା ସେମାନଙ୍କ (ବିଜେପି)ର ଏକ ରାଜନୈତିକ ସଫଳତା । ଏହାକୁ ଆମେ ଗମ୍ଭୀରତାର ସହ ବିଚାର କରୁନାହୁଁ । ଏପରି ପ୍ରକ୍ରିୟା କେତେଦିନ ଚାଲିବ ତାହା ମଧ୍ୟ ମୁଁ ଜାଣେ ନାହିଁ । ମୁଁ ଏହି ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ମଧ୍ୟ ନୁହେ । କେବଳ ଆଇନଗତ ପରାମର୍ଶ ଅନୁସାରେ ଏହାକୁ ସାମ୍ନା କରିବା ଜାରି ରଖିବି ।"

ଏହା ମଧ୍ୟ ପଢନ୍ତୁ :-Delhi Liquor Policy case: କେସିଆରଙ୍କ ଝିଅଙ୍କୁ EDର ସମନ, ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟିକୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା ଅଭିଯୋଗ ଆଣିଥିଲେ । ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ଏହାପରେ ଏହି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ଅନେକ ବଡ଼ବଡ଼ ମଦ ବ୍ୟବସାୟୀଙ୍କ ନାଁ ଉଠିଥିଲା । ଗତ କିଛି ମାସ ତଳେ ସିସୋଦିଆଙ୍କୁ CBI ଗିରଫ କରିଛି । ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ସମୟ ସମୟରେ ନୋଟିସ ଜାରି କରି ଜେରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.