ETV Bharat / bharat

ମୃତ୍ୟୁ ପରେ ବି ଜୀବିତ ସନ୍ତୋଷ, ଅଙ୍ଗଦାନ କରି 4 ଜଣଙ୍କୁ ଦେଲେ ନୂଆ ଜୀବନ

author img

By ETV Bharat Odisha Team

Published : Oct 16, 2023, 9:51 AM IST

ମୃତ୍ୟୁ ପରେ ବି 4 ଜଣଙ୍କ ଶରୀରରେ ଜୀବିତ ଉତ୍ତରପ୍ରଦେଶ ଆଲିଗଡର ସନ୍ତୋଷ କୁମାର । ପରିବାର ଲୋକଙ୍କ ଅଙ୍ଗଦାନ ନିଷ୍ପତି ତାଙ୍କୁ ଅନ୍ୟମାନଙ୍କୁ ବଞ୍ଚାଇବାର ମାଧ୍ୟମ ବନାଇଛି । ପଢନ୍ତୁ ପୁରା ଖବର

ମୃତ୍ୟୁ ପରେ ବି ଜୀବିତ ସନ୍ତୋଷ, ଅଙ୍ଗଦାନ କରି 4 ଜଣଙ୍କୁ ଦେଲେ ନୂଆ ଜୀବନ
ମୃତ୍ୟୁ ପରେ ବି ଜୀବିତ ସନ୍ତୋଷ, ଅଙ୍ଗଦାନ କରି 4 ଜଣଙ୍କୁ ଦେଲେ ନୂଆ ଜୀବନ

ନୂଆଦିଲ୍ଲୀ: ମୃତ୍ୟୁ ପରେ ବି ଅମର । ଜୀବନ ଯାଇଛି ସତ ହେଲେ ଅନେକ ଜଣଙ୍କ ଶରୀରରେ ସେ ଏବେବି ଜୀବିତ । ଅନେକ ଜଣଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ପାରିଛନ୍ତି । ଅଙ୍ଗଦାନ କରି ଅନେକଙ୍କୁ ନୂଆ ଜୀବନ ଦେଇ ଆରପାରିକୁ ଚାଲିଯାଇଛନ୍ତି ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲାର ସନ୍ତୋଷ କୁମାର । ସନ୍ତୋଷ କୁମାରଙ୍କ ବ୍ରେନ ଡେଡ୍ ହେବା ପରେ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତି ନେଇ ପରିବାରଲୋକେ ତାଙ୍କୁ ପୁଣି ଅନ୍ୟମାନଙ୍କ ଶରୀରରେ ଜୀବିତ ରଖିପାରିଛନ୍ତି । ତେବେ ପରିବାର ଲୋକଙ୍କ ଧୈର୍ଯ୍ୟର ସହ ଏଭଳି ଉଚ୍ଚକୋଟିର ନିଷ୍ପତିକୁ ବିଭିନ୍ନ ମହଲରେ ଭୁରି ଭୁରି ପ୍ରଂଶସା କରାଯାଉଛି ।

ମୃତ୍ୟୁ ପରେ ବି ଜୀବିତ ସନ୍ତୋଷ, ଅଙ୍ଗଦାନ କରି 4 ଜଣଙ୍କୁ ଦେଲେ ନୂଆ ଜୀବନ
ମୃତ୍ୟୁ ପରେ ବି ଜୀବିତ ସନ୍ତୋଷ, ଅଙ୍ଗଦାନ କରି 4 ଜଣଙ୍କୁ ଦେଲେ ନୂଆ ଜୀବନ

ଏହାମଧ୍ୟ ପଢନ୍ତୁ..ବ୍ରେନଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ, ମୃତ୍ୟୁ ପରେ 4 ଜଣଙ୍କୁ ଦେଇଗଲେ ନୂଆ ଜୀବନ

ଉତ୍ତରପ୍ରଦେଶର ଆଲିଗଡ଼ ଜିଲ୍ଲାର 30 ବର୍ଷୀୟ ସନ୍ତୋଷ କୁମାର ଅକ୍ଟୋବର 7 ତାରିଖ ଦିନ ଏକ ଦୁର୍ଘଟଣାରେ ଶିକାର ହୋଇ ଆଲିଗଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା । ଅନେକ ପ୍ରଚେଷ୍ଟା ପରେ ବି ଡାକ୍ତରୀ ଟିମ୍‌ ତାଙ୍କୁ ବଞ୍ଚାଇ ପାରିନଥିଲେ । ତେବେ 14 ଅକ୍ଟୋବରରେ ତାଙ୍କ ବ୍ରେନ ଡେଡ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ସୂଚିତ କରିଥିଲେ ଏମ୍ସ ଡାକ୍ତର ।

ଅନ୍ୟପଟେ ଏମ୍ସର ଅର୍ଗାନ ରିଟ୍ରିବଲ ବ୍ୟାଙ୍କିଂ ଅର୍ଗାନାଇଜେସନ(ଓଆରବିଓ) ପକ୍ଷରୁ ତାଙ୍କ ପରିବାରକୁ ଅଙ୍ଗଦାନର ମହତ୍ତ୍ବ ବିଷୟରେ ବୁଝାଯାଇଥିଲା । ତେବେ ନିଜ ପୁଅର ଅଙ୍ଗଦାନ କରିବା ଭଳି ଏକ ମହତ ନେଇ ଅଙ୍ଗଦାନ କରିବାକୁ ରାଜି ହୋଇଯାଇଥିଲେ ପରିବାର ଲୋକେ । ପରିବାର ଲୋକଙ୍କ ଏଭଳି ନିଷ୍ପତି ଯୋଗୁଁ ଜୀବନ ଯାଉ ଯାଉ 4 ଜଣଙ୍କୁ ନୂଆ ଜୀବନ ଦେଇ ଚାଲି ଯାଇଥିଲେ ସନ୍ତୋଷ ।

ଏହାମଧ୍ୟ ପଢନ୍ତୁ..ମୃତ୍ୟୁ ପରେ ବି ଅମର, ଦୁଇ ଜଣଙ୍କୁ ପୁନର୍ଜନ୍ମ ଦେଲେ ବ୍ରେନ୍ ଡେଡ୍ ଘୋଷିତ ମହିଳା

ସନ୍ତୋଷଙ୍କର ହୃତପିଣ୍ଡ, ଲିଭର, 2ଟା ଯାକ କିଡନୀକୁ ଦାନ କରାଯାଇଥିଲା । ସନ୍ତୋଷଙ୍କ ହୃତପିଣ୍ଡ, ଲିଭର, କିଡନୀକୁ ଏମ୍ସରେ ଅଙ୍ଗ ପ୍ରତିରୋପଣ ପାଇଁ ଅପେକ୍ଷା କରିଥିବା ରୋଗୀ ମାନଙ୍କୁ ଦିଆଯାଇଥିବା ବେଳେ ଅନ୍ୟ ଏକ କିଡନୀକୁ ରାମ ମନୋହରର ଲୋହିୟା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ଶରୀରରେ ପ୍ରତିରୋପଣ କରାଯାଇଥିଲା ।

ତେବେ ମୃତକ ସନ୍ତୋଷଙ୍କ ଦାଦାଙ୍କ କହିବା ଅନୁଯାୟୀ, "ଆମ ପୁଅ ବଞ୍ଚି ନଥିଲେ ମଧ୍ୟ ସେ ଅନେକ ରୋଗୀଙ୍କୁ ନୂଆ ଜୀବନ ଦେଇଛି । ସମସ୍ତଙ୍କୁ ଅଙ୍ଗଦାନ କଥା ଭାବିବା ଉଚିତ । ସନ୍ତୋଷ ଜଣେ ସିଧାସାଧା ଓ ସଚ୍ଚୋଟ ବ୍ୟକ୍ତି ଥିଲେ । ସେ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଚାଷ କରି ନିଜ ପରିବାରକୁ ଚଳାଉଥିଲେ ।" ଅନ୍ୟପଟେ ସନ୍ତୋଷ ପରିବାରଙ୍କ ଏଭଳି ନିଷ୍ପତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଭଳି ମହତକାଂକ୍ଷୀ ନିଷ୍ପତି ଯୋଗୁଁ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.