ETV Bharat / bharat

ବ୍ରିଜଭୂଷଣଙ୍କ ସହଯୋଗୀ WFI ସଭାପତି ହେବା ପରେ କୁସ୍ତି ଛାଡ଼ିଲେ ସାକ୍ଷୀ: କାନ୍ଦିଲେ, ଟେବୁଲ ଉପରେ ଜୋତା ରଖିଲେ

author img

By ANI

Published : Dec 21, 2023, 7:17 PM IST

Sakshi Malik announces quitting wrestling : ବ୍ରିଜଭୂଷଣ ଶରଣ ସିଂଙ୍କ ସହଯୋଗୀ ଭାରତୀୟ କୁସ୍ତି ମହାସଂଘର ନୂଆ ସଭପତି ହେବା ପରେ, କୁସ୍ତିକୁ କ୍ବିଟ୍ କଲେ ଏସ୍ ରେସଲର୍ ସାକ୍ଷୀ ମଲ୍ଲିକ। ଅଧିକ ପଢ଼ନ୍ତୁ,

ବ୍ରିଜଭୂଷଣଙ୍କ ସହଯୋଗୀ WFI ସଭାପତି ହେବା ପରେ କୁସ୍ତି ଛାଡ଼ିଲେ ସାକ୍ଷୀ, ସନ୍ନ୍ୟାସ ଘୋଷଣା ବେଳେ ଭାବ ବିହ୍ବଳ
ବ୍ରିଜଭୂଷଣଙ୍କ ସହଯୋଗୀ WFI ସଭାପତି ହେବା ପରେ କୁସ୍ତି ଛାଡ଼ିଲେ ସାକ୍ଷୀ, ସନ୍ନ୍ୟାସ ଘୋଷଣା ବେଳେ ଭାବ ବିହ୍ବଳ

ନୂଆଦିଲ୍ଲୀ: ବ୍ରିଜଭୂଷଣ ଶରଣ ସିଂଙ୍କ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (WFI)ର ସଭପତି ନିର୍ବାଚିତ ହେବା ପରେ କୁସ୍ତିକୁ କ୍ବିଟ୍ କରିଛନ୍ତି ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲ୍ଲିକ । ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘର ନୂଆ ସଭାପତି ହେବା ପରେ, ଏହାକୁ ପ୍ରତିବାଦ କରି କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ସାକ୍ଷୀ । ନୂଆ ସଭାପତିଙ୍କ ନାଁ ଘୋଷଣା ପରେ ଭାଙ୍ଗି ପଡ଼ିଥିଲେ ସାକ୍ଷୀ । ସେ କାନ୍ଦି ପକାଇବା ସହିତ ସବୁଦିନ ପାଇଁ କୁସ୍ତି ଖେଳକୁ ବାଏ ବାଏ କରିଛନ୍ତି ।

ଏସ୍ ରେସଲର୍ ସାକ୍ଷୀ ମଲ୍ଲିକ ଆଜି ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କୁସ୍ତିରୁ କ୍ବିଟ୍ କରିବା ସଂପର୍କରେ ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ ସମୟରେ ଭାବବିହ୍ବଳ ହୋଇ ପଡ଼ିଥିଲେ ସାକ୍ଷୀ । ସେ ସାମ୍ବାଦିକମାନଙ୍କ ଆଗରେ ଭାଙ୍ଗି ପଡ଼ିବା ସହ କାନ୍ଦି ପକାଇଥିଲେ । ପ୍ରେସ୍ କନଫରେନ୍ସରେ ସାକ୍ଷୀ ନିଜ ଜୋତାକୁ ଟେବୁଲ ଉପରେ ରଖିବା ସହିତ କ୍ଷୋଭ ପ୍ରକାଶ କରିଥିଲେ । ପରେ ବିବ୍ରତ ଏବଂ ଭାବ ପ୍ରବଣ ହୋଇ ପ୍ରେସ କନଫରେନ୍ସରୁ ପଳାଇ ଯାଇଥିଲେ ସାକ୍ଷୀ ।

ଏହାମଧ୍ଯ ପଢ଼ନ୍ତୁ: ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ କୁସ୍ତି ମହାସଂଘର ସଭାପତି ନିର୍ବାଚିତ

ବିଜେପି ସାଂସଦ ତଥା WFIର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ମହିଳା କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ବାହାରି ଥିଲେ ସାକ୍ଷୀ ମଲ୍ଲିକଙ୍କ ସମେତ ବହୁ କୁସ୍ତିଯୋଦ୍ଧା । ସେମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିଲେ । ପରେ ସରକାର ଏକ ଏସଆଇଟି ଗଠନ କରି ଏହାର ତଦନ୍ତ କରିଥିଲେ । ମାତ୍ର କୌଣସି ପରିସ୍ଥିତିରେ ସେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କୁସ୍ତି ମହାସଂଘର ସଭାପତି ପଦ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ବ୍ରିଜଭୂଷଣ । ତେବେ କାର୍ଯ୍ୟକାଳ ଶେଷ ହେବା ପରେ ହୋଇଥିବା ସଂଘ ନିର୍ବାଚନରେ ତାଙ୍କ ଅନୁଗତ ଗୋଷ୍ଠୀର ସଦସ୍ୟମାନେ ବିଜୟ ଲାଭ କରିଛନ୍ତି ।

ଏହାମଧ୍ଯ ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ କମିଶନ ଓ କମିଶନର ନିଯୁକ୍ତି ବିଲ୍‌ ଲୋକସଭାରେ ପାସ୍

ଆଜି WFI ସଭାପତି ସମେତ ମହାସଂଘ ବିଭିନ୍ନ ପଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ସଂଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ମୋଟ 47 କାର୍ଯ୍ୟକର୍ତ୍ତାଙ୍କ ଭୋଟ ମଧ୍ୟରୁ ସଞ୍ଜୟ 40 ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଅନିତାଙ୍କୁ ମାତ୍ର 7 ଖଣ୍ଡ ଭୋଟ ମିଳିଛି । ବ୍ରିଜଭୂଷଣଙ୍କ ସମର୍ଥିତ କ୍ୟାମ୍ପକୁ ସମସ୍ତ ଆସନ ଯାଇଛି । 4 ଉପସଭାପତି ପଦ ପାଇଁ ଦିଲ୍ଲୀର ଜୟପ୍ରକାଶ, ପଶ୍ଚିମବଙ୍ଗର ଅଶିତ କୁମାର ଶାହ, ପଞ୍ଜାବର କରତାର ସିଂ ଓ ମଣିପୁରର ଏନ.ଫନି ବିଜୟୀ ହୋଇଛନ୍ତି । ସେହିପରି ଉତ୍ତରାଖଣ୍ଡର ସତ୍ୟପାଲ ସିଂ ଦେଶଓ୍ବାଲ ନୂଆ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜମ୍ମୁ କାଶ୍ମୀରର ଦୁଷ୍ଯନ୍ତ ଶର୍ମାଙ୍କୁ ପରାଜିତ କରିଛନ୍ତି । ଏହି ସମସ୍ତ ନବନିର୍ବାଚିତ ସଦସ୍ୟ ବ୍ରିଜଭୂଷଣଙ୍କ ଅନୁଗତ ଭାବେ ଜଣାଶୁଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.