ETV Bharat / bharat

ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ କୁସ୍ତି ମହାସଂଘର ସଭାପତି ନିର୍ବାଚିତ

author img

By ETV Bharat Odisha Team

Published : Dec 21, 2023, 4:19 PM IST

Updated : Dec 21, 2023, 5:15 PM IST

Sanjay Singh elected as President of WFI: ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ କୁସ୍ତି ମହାସଂଘର ସଭପତି ନିର୍ବାଚିତ । ଅଧିକ ପଢନ୍ତୁ

ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ କୁସ୍ତି ମହାସଂଘର ସଭପତି ନିର୍ବାଚିତ
ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ କୁସ୍ତି ମହାସଂଘର ସଭପତି ନିର୍ବାଚିତ

ନୂଆଦିଲ୍ଲୀ: ବ୍ରିଜଭୂଷଣ ଶରଣ ସିଂଙ୍କ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (WFI)ର ସଭପତି ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ସେ ଉତ୍ତର ପ୍ରଦେଶ କୁସ୍ତି ମହାସଂର ଉପସଭାପତି ଥିଲେ । ସେ କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିଲେ । ଆଜି (ଗୁରୁବାର) ହୋଇଥିବା ସଭାପତି ପଦ ପାଇଁ ନିର୍ବାଚନରେ ​​ସେ ଅନୀତା ଶୋରାନଙ୍କୁ ପରାସ୍ତ କରି WFIର ସଭପତି ନିର୍ବାଚିତ ହୋଇଛନ୍ତି । ନିକଟରେ ବ୍ରିଜଭୂଷଣଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନାର ମାମଲାର ଅଭିଯୋଗ ସତ୍ତ୍ବେ ସେ ସଭାପତି ପଦରୁ ଇସ୍ତଫା ଦେଇନଥିଲେ । ନିୟମିତ କାର୍ଯ୍ୟକାଳ ଶେଷ ହେବା ପରେ ହିଁ ନିର୍ବାଚନ ହୋଇଥିଲା ।

  • #WATCH | Former WFI chief Brij Bhushan Sharan Singh's aide Sanjay Singh elected as the new president of the Wrestling Federation of India

    "...National Camps (for wrestling) will be organised. Wrestlers who want to do politics can do politics, those want to do wrestling will do… pic.twitter.com/wUsYpFNvIT

    — ANI (@ANI) December 21, 2023 " class="align-text-top noRightClick twitterSection" data=" ">

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେ ଉପସଭାପତି ପଦ ପାଇଁ ନିର୍ବାଚନ ଲଢିଥିବା ବେଳେ ପରାଜିତ ହୋଇଛନ୍ତି । ସଭାପତି ପଦ ବ୍ୟତୀତ ଜଣେ ବରିଷ୍ଠ ଉପାଧ୍ୟକ୍ଷ, 4 ଉପାଧ୍ୟକ୍ଷ, ଜଣେ ମହାସଚିବ, ଜଣେ କୋଷାଧ୍ୟକ୍ଷ, ଦୁଇ ଯୁଗ୍ମ ସଚିବ ଓ 5 କାର୍ଯ୍ୟକାରୀ ସଚିବଙ୍କ ପଦ ପାଇଁ ଏହି ନିର୍ବାଚନ ଶେଷ ହୋଇଛି ।

ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ସହ ଜଡିତ ଥିବା ସଞ୍ଜୟ ବାରଣାସୀର ବାସିନ୍ଦା । ସେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ । ଏହି ନିର୍ବାଚନରେ ମୋଟ 47 କାର୍ଯ୍ୟକର୍ତ୍ତାଙ୍କ ଭୋଟ ମଧ୍ୟରୁ ସଞ୍ଜୟ 40 ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଅନିତାଙ୍କୁ ମାତ୍ର 7 ଖଣ୍ଡ ଭୋଟ ମିଳିଛି । ବ୍ରିଜଭୂଷଣଙ୍କ ସମର୍ଥିତ କ୍ୟାମ୍ପକୁ ସମସ୍ତ ଆସନ ଯାଇଛି । 4 ଉପସଭାପତି ପଦ ପାଇଁ ଦିଲ୍ଲୀର ଜୟପ୍ରକାଶ, ପଶ୍ଚିମବଙ୍ଗର ଅଶିତ କୁମାର ଶାହ, ପଞ୍ଜାବର କରତାର ସିଂ ଓ ମଣିପୁରର ଏନ.ଫନି ବିଜୟୀ ହୋଇଛନ୍ତି । ସେହିପରି ଉତ୍ତରାଖଣ୍ଡର ସତ୍ୟପାଲ ସିଂ ଦେଶଓ୍ବାଲ ନୂଆ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜମ୍ମୁ କାଶ୍ମୀରର ଦୁଷ୍ଯନ୍ତ ଶର୍ମାଙ୍କୁ ପରାଜିତ କରିଛନ୍ତି । ଏହି ସମସ୍ତ ନବନିର୍ବାଚିତ ସଦସ୍ୟ ବ୍ରିଜଭୂଷଣଙ୍କ ଅନୁଗତ ଭାବେ ଜଣାଶୁଣା ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟ ନିର୍ବାଚନ କମିଶନ ଓ କମିଶନର ନିଯୁକ୍ତି ବିଲ୍‌ ଲୋକସଭାରେ ପାସ୍

ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା । ସେମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିଲେ । ପରେ ସରକାର ଏକ ଏସଆଇଟି ଗଠନ କରି ଏହାର ତଦନ୍ତ କରିଥିଲେ । ମାତ୍ର କୌଣସି ପରିସ୍ଥିତିରେ ସେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କୁସ୍ତି ମହାସଂଘର ସଭାପତି ପଦ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ବ୍ରିଜଭୂଷଣ । ତେବେ କାର୍ଯ୍ୟକାଳ ଶେଷ ହେବା ପରେ ହୋଇଥିବା ସଂଘ ନିର୍ବାଚନରେ ତାଙ୍କ ଅନୁଗତ ଗୋଷ୍ଠୀର ସଦସ୍ୟମାନେ ବିଜୟ ଲାଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 21, 2023, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.