ETV Bharat / bharat

ପାରା କ୍ରିକେଟର ଅମିରଙ୍କୁ ପ୍ରଂଶସା କଲେ ମାଷ୍ଟର୍ ବ୍ଲାଷ୍ଟର

author img

By ETV Bharat Odisha Team

Published : Jan 13, 2024, 9:53 PM IST

Para Cricketer Amir Hussain: ଜମ୍ମୁ କାଶ୍ମୀର ପାରା କ୍ରିକେଟ ଦଳର ଅଧିନାୟକ ଅମିର ହୁସେନ ଲୋନଙ୍କୁ ଭେଟିବେ କ୍ରିକେଟର ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ

ପାରା କ୍ରିକେଟର ଅମିରଙ୍କୁ ପ୍ରଂଶସା କଲେ ମାଷ୍ଟର୍ ବ୍ଲାଷ୍ଟର
ପାରା କ୍ରିକେଟର ଅମିରଙ୍କୁ ପ୍ରଂଶସା କଲେ ମାଷ୍ଟର୍ ବ୍ଲାଷ୍ଟର

ପାରା କ୍ରିକେଟର ଅମିରଙ୍କୁ ପ୍ରଂଶସା କଲେ ମାଷ୍ଟର୍ ବ୍ଲାଷ୍ଟର

ଶ୍ରୀନଗର: କଥାରେ ରହିଛି ଇଚ୍ଛା ଶକ୍ତି ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି । ଜମ୍ମୁକାଶ୍ମୀରର ଜଣେ ଦିବ୍ୟାଙ୍ଗ ଯୁବକ, ଯାହାଙ୍କର ଦୁଇଟି ହାତ ନାହିଁ, ସେ ଏକ ବ୍ୟାଟ୍ ଧରି କ୍ରିକେଟ ଖେଳିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ତାଙ୍କ ନାଁ ହେଉଛି ଅମିର ହୁସେନ ଲୋନ, ବୟସ ୩୪ । ଏହି ଭିଡିଓକୁ ବର୍ତ୍ତମାନ ଭାରତୀୟ ମହାନ କ୍ରିକେଟର ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ସୋଲିଆଲ ମିଡିଆରେ ସେୟାର କରି ବହୁ ପ୍ରଂଶସା କରିଛନ୍ତି । ଏପରିକି ସଚିନ ନିଜେ ଯାଇ ଅମିରଙ୍କୁ ଭେଟିବେ ବୋଲି କହିଛନ୍ତି । ସଚିନଙ୍କ ଏଭଳି ପ୍ରଂଶସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅମିର ।

ସୂଚନାଯୋଗ୍ୟ, ଅମିର ହୁସେନ ବର୍ତ୍ତମାନ ଜମ୍ମୁ କାଶ୍ମୀର ପାରା କ୍ରିକେଟ ଦଳର ଅଧିନାୟକ ରହିଛନ୍ତି । ସେ ୨୦୧୩ ମସିହାରୁ କ୍ରିକେଟ ଖେଳ ଆରମ୍ଭ କରିଥିଲେ । ଦୁର୍ଭାଗ୍ୟବଶତଃ ୮ ବର୍ଷ ବୟସରେ ତାଙ୍କ ପିତାଙ୍କ ମିଲରେ ଦୁର୍ଘଟଣାର ଶିକାର ହୋଇଥିଲେ ସେ । ଯେଉଁଥିରେ ନିଜର ଦୁଇ ହାତ ହରାଇଥିଲେ । ନିଜର ଇଚ୍ଛା ଶକ୍ତି ଏବଂ ଚେଷ୍ଟା ବଳରେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । ସେ ଖେଳରେ ଚମତ୍କାର ବୋଲିଂ ଏବଂ ବ୍ୟାଟିଂ ପ୍ରଦର୍ଶନ କରିଥାନ୍ତି । ନିଜର ପାଦ ମାଧ୍ୟମରେ ବୋଲିଂ କରୁଥିବାବେଳେ କାନ୍ଧ ଓ ବେକ ସାହାଯ୍ୟରେ ବ୍ୟାଟିଂ କରିଥାନ୍ତି ।

ତାଙ୍କର ଏଭଳି ଆଶ୍ଚର୍ଯ୍ୟଜନକ ଖେଳ ଦେଖି ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, "ଅମିର ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । ଏହା ଦେଖି ମୁଁ ବହୁତ ଖୁସି । ଖେଳ ପ୍ରତି ତାଙ୍କର ରହିଥିବା ଭଲ ପାଇବା ଏବଂ ନିଷ୍ଠାପର ପ୍ରଦର୍ଶିତ ହେଉଛି । ଆଶା କରୁଛି ମୁଁ ଦିନେ ତାଙ୍କୁ ଭେଟି ପାରିବି ଏବଂ ତାଙ୍କ ନାମ ଥିବା ଏକ ଜର୍ସି ତାଙ୍କଠାରୁ ଆଣି ପାରିବି ।"

ଏହା ମଧ୍ୟ ପଢନ୍ତୁ .....୨ୟ ଟି୨୦ରେ ଫେରିବେ କୋହଲି, ଦଳରେ ହୋଇପାରେ ବଡ଼ ପରିବର୍ତ୍ତନ

ସେପଟେ ସଚିନଙ୍କ ପ୍ରଶଂସାରେ ଅମିର ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ମୁଁ ବହୁତ ଖୁସି, ସଚିନ ତେନ୍ଦୁଲକର ମୋତେ ପ୍ରଶଂସା କରିଛନ୍ତି ଏବଂ ମୁଁ ଆଶା କରୁଛି ଯେ ମୁଁ ଦିନେ ତାଙ୍କୁ ଭେଟିବି । ସେ ମୋର ଛୋଟବେଳୁ ପ୍ରେରଣାର ଉତ୍ସ ଅଟନ୍ତି । ସେ ମୋତେ ପ୍ରଶଂସା କରିବେ ବୋଲି ମୁଁ କେବେ ଭାବିନଥିଲି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.