ETV Bharat / bharat

Russia-Ukraine War: ୟୁକ୍ରେନରେ ବେଦନା ଭରା ଦୃଶ୍ୟ, ସୈନ୍ୟ ପିତାଙ୍କୁ ବିଦାୟ ଦେଉଛି କୁନି ଝିଅ

author img

By

Published : Feb 25, 2022, 9:38 PM IST

ତେବେ ୟୁକ୍ରେନ ମଧ୍ୟ ନିଜ ସାର୍ବଭୌମତ୍ବର ସୁରକ୍ଷା ପାଇଁ ପୁରା ଦମ ଲଗାଇ ଦେଇଛି । କୌଣସି ମତେ ଦେଶର ସୁରକ୍ଷା ପାଇଁ ପୁରା ୟୁକ୍ରେନବାସୀ ଲଢେଇ କରୁଛନ୍ତି । ଆଉ ଏହାରି ମଧ୍ୟରେ ଗୋଟିଏ ପରେ ଗୋଟିଏ ବେଦନା ଭରା ଦୃଶ୍ୟ ଆସିବାରେ ଲାଗିଛି । ଯାହା ପୁରା ମାନବ ଜାତିକୁ ଦୋହଲାଇ ଦେଉଛି । ଅଧିକ ପଢନ୍ତୁ

Russia Ukraine Conflict
Russia Ukraine Conflict

ହାଇଦ୍ରାବାଦ: ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାରେ ଲାଗିଛି ଋଷ । ଋଷ ୟୁକ୍ରେନର ରାଜଧାନୀ କିଭକୁ ଦଖଲ କରିବାକୁ ଉଦ୍ୟମ କରିବାରା ଲାଗିଛି । ସ୍ଥଳ, ଜଳ ଓ ଆକାଶ ପଥରୁ ଘନ ଘନ ଆକ୍ରମଣ କରିବାରେ ଲାଗିଛନ୍ତି ଋଷ ଯବାନ । ଋଷର ମିସାଇଲ ମାଡରେ ଧ୍ବସ୍ତ ବିଧ୍ବସ୍ତ ହେବାରେ ଲାଗିଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠାନ । ବର୍ତ୍ତମାନ ସୁଦ୍ଧା ଆକ୍ରମଣରେ ପାଖାପାଖି 200 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ସାଧାରଣ ଲୋକ ଆହତ ହେଲେଣି । ଯାହା ବେଶ ଚିନ୍ତା ଜନକ ।

ୟୁକ୍ରେନରେ ଭୟାନକ ସ୍ଥିତି, ସୈନ୍ୟ ପିତାଙ୍କୁ ବିଦାୟ ଦେଉଛନ୍ତି କୁନି ଝିଅ

ଏପରି ସ୍ଥଳେ ଛାତି ଥରା ଦୃଶ୍ୟ ୟୁକ୍ରେନରୁ ଆସିବାରେ ଲାଗିଛି । ୟୁକ୍ରେନ ପୁରା ଏକାକି ଭାବେ ଯୁଦ୍ଧ ଲଢୁଥିବା ବେଳେ, କୌଣସି ରାଷ୍ଟ୍ର ଆବଶ୍ୟକ ସହାୟତା ମଧ୍ୟ ଯୋଗାଇ ନାହାଁନ୍ତି । ୟୁକ୍ରେନ ଯେଉଁ ନାଟୋ ଓ ଆମେରିକା ଭରସାରେ ଥିଲା ଏବେ ସେମାନେ ହିଁ ୟୁକ୍ରେନକୁ ଧୋକ୍କା ଦେଇଛନ୍ତି । ଯାହା ଋଷ ପାଇଁ ବଡ ବିଜୟ ବୋଲି କୁହାଯାଉଛି । କାହିଁକି ନା ନାଟୋ କିମ୍ବା ଆମେରିକା ଆସିଥିଲେ ଋଷର ଚିନ୍ତା ବଢିଥାନ୍ତା । କିନ୍ତୁ ୟୁକ୍ରେନକୁ ଏକାକି ପରାସ୍ତ କରିବା ଋଷ ପାଇଁ କିଛି ଘଣ୍ଟାର ଲଢେଇ ।

ତେବେ ୟୁକ୍ରେନ ମଧ୍ୟ ନିଜ ସାର୍ବଭୌମତ୍ବର ସୁରକ୍ଷା ପାଇଁ ପୁରା ଦମ ଲଗାଇ ଦେଇଛି । କୌଣସି ମତେ ଦେଶର ସୁରକ୍ଷା ପାଇଁ ପୁରା ୟୁକ୍ରେନବାସୀ ଲଢେଇ କରୁଛନ୍ତି । ଆଉ ଏହାରି ମଧ୍ୟରେ ଗୋଟିଏ ପରେ ଗୋଟିଏ ବେଦନା ଭରା ଦୃଶ୍ୟ ଆସିବାରେ ଲାଗିଛି । ଯାହା ପୁରା ମାନବ ଜାତିକୁ ଦୋହଲାଇ ଦେଉଛି । ୟୁକ୍ରେନ ଯବାନ ଯୁଦ୍ଧ ପାଇଁ ଯାଉଥିବା ବେଳେ ଯବାନଙ୍କ ପ୍ରିୟ ପରିଜନ ତାଙ୍କୁ ବିଦାୟ ଦେଉଛନ୍ତି । ଆଉ ଏହି ବିଦାୟ ବେଳର ଦୃଶ୍ୟ ଏବେ ସମସ୍ତଙ୍କୁ ଭାବୁକ କରିଦେଉଛି । କାରଣ କିଏ ନିଜ ସ୍ବାମୀଙ୍କୁ ବିଦାୟ ଦେଉଛି, ତ କିଏ ନିଜ ପିତାଙ୍କୁ୍ ପୁଣି କିଏ ନିଜ ବନ୍ଧୁ ତଥା ଭାବୀ ସ୍ବାମୀଙ୍କୁ । ଯୁଦ୍ଧର ପରିଣାମ କଣ ହେବ ତାହା ୟୁକ୍ରେନବାସୀ ଜାଣନ୍ତି ନାହିଁ । ହେଲେ ଯୁଦ୍ଧ କୁ ଯିବା ପୂର୍ବରୁ ନିଜ ଲୋକଙ୍କୁ ସାହାସ, ସୁରକ୍ଷିତ ଓ ଧୈର୍ଯ୍ୟର ସହ ରହିବା ପାଇଁ ପରାମର୍ଶ ଦେଉଛନ୍ତି । ଯାହା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.