ETV Bharat / bharat

Drone Spotted Over PM Modi's House: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡିଲା ଡ୍ରୋନ

author img

By

Published : Jul 3, 2023, 9:58 AM IST

Updated : Jul 3, 2023, 10:12 AM IST

ମୋଦିଙ୍କ ବାସଭବନ ଉପରେ ଉଡିଲା ଡ୍ରୋନ । ଦିଲ୍ଲୀ ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ

drone flying over PM Modis residence
drone flying over PM Modis residence

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡିଲା ଡ୍ରୋନ । ଆଜି(ସୋମବାର) ସକାଳ 5ଟା 30 ମିନିଟରେ ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ ଉଡିଥିବା ଖବର ସାମ୍ନାକୁ ଆସିଛି । ଏନେଇ ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ ଦିଲ୍ଲୀ ପୋଲିସକୁ ସୂଚନା ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ କରାଯାଇଥିଲେ ମଧ୍ୟ ମୋଦିଙ୍କ ବାସଭବନ ନିକଟରୁ ସେମିତି କୌଣସି ଡ୍ରୋନ ଠାବ ହୋଇନାହିଁ ।

ଏନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମ (ATC)କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା । ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏପର୍ଯ୍ୟନ୍ତ କୌଣସି ଡ୍ରୋନକୁ ଚିହ୍ନଟ କରିପାରି ନଥିବା ଦିଲ୍ଲୀ ପୋଲିସ ତରଫରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ନୋ ଫ୍ଳାଇଂ ଜୋନରେ ଅନ୍ତର୍ଭୁକ୍ତ । ଡ୍ରୋନ ଉଡିବା ଖବରକୁ ୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଡ୍ରୋନର ସନ୍ଧାନ ମିଳିପାରିନାହିଁ । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଚାରିପଟେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Uniform Civil Code: ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜରୁରୀ ବୈଠକ ଡାକିଲା ମୁସଲିମ ପର୍ସନାଲ ଲ’ ବୋର୍ଡ

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ‘‘ସକାଳ 5ଟା 30 ସମୟରେ ସ୍ପେଶାଲ୍ ପ୍ରୋଟେକସନ୍ ଗ୍ରୁପ୍ (SPG) ଲୋକ କଲ୍ୟାଣ ମାର୍ଗ ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ ଉଡୁଥିବା ଖବର ଆମକୁ ଦେଇଥିଲେ । ଏହାପରେ ଆମେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲୁ । ବର୍ତ୍ତମାନ ସୁଦ୍ଧା କୌଣସି ଡ୍ରୋନ ଠାବ ହୋଇନାହିଁ ।’’ ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ନୋ-ଫ୍ଲାଏ' ଜୋନ୍ ଅନ୍ତର୍ଭୁକ୍ତ । ନୋ ଫ୍ଲାଏ ଜୋନ ସୁରକ୍ଷାକୁ ଭେଦି କିପରି ଡ୍ରୋନ ଉଡିବା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଏ ଏହି ଡ୍ରୋନ ଉଡାଇଲା ସେ ନେଇ ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ସେପଟେ ଡ୍ରୋନ ଉଡୁଥିବା ସମୟରେ ପ୍ରଧାନମନ୍ତ୍ରୀ ବାସଭବନରେ ଥିଲେ ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇପାରିନାହିଁ ।

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ ଏହାର ଆଖାପାଖ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍‌ । ଏହା ସତ୍ତ୍ବେ ମଧ୍ୟ ସୁରକ୍ଷାକୁ ଭେଦ କରି କିପରି ଏକ ଡ୍ରୋନ ବାସଭବନ ଉପରେ ଉଡିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଡ୍ରୋନ ଠାବ ହୋଇନଥିବା ବେଳେ ଏହା ପଛରେ କଣ ରହିଛି ଉଦ୍ଦେଶ୍ୟ ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ତେବେ ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡିବା ଘଟଣା ଏବେ ପୋଲିସ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି ।

Last Updated : Jul 3, 2023, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.