ETV Bharat / bharat

1990-କରସେବକ ଆନ୍ଦୋଳନରେ ଖାଇଥିଲେ ଗୁଳି, ଏବେ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ

author img

By ETV Bharat Odisha Team

Published : Jan 8, 2024, 9:28 PM IST

Ram Temple consecration: 1990-ରାମ ମନ୍ଦିର କରସେବକ ଆନ୍ଦୋଳନରେ ଗୁଳି ଖାଇ ଗୁରୁତର ହୋଇଥିବା ପଶ୍ଚିମବଙ୍ଗର କରସେବଙ୍କୁ ଅଯୋଧ୍ୟାରୁ ନିମନ୍ତ୍ରଣ । ଅଧିକ ପଢନ୍ତୁ

1990-ରାମ ମନ୍ଦିର ଆନ୍ଦୋଳନରେ ଖାଇଥିଲେ ଗୁଳି, ଏବେ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ
1990-ରାମ ମନ୍ଦିର ଆନ୍ଦୋଳନରେ ଖାଇଥିଲେ ଗୁଳି, ଏବେ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ

କୋଲକାତା: 1990-ରାମ ମନ୍ଦିର ନିର୍ମାଣ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ପୋଲିସ ଗୁଳିରେ ଗୁରୁତର ହୋଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥିଲେ । ହେଲେ ଏବେ 30 ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ରାମ ମନ୍ଦିର ଟ୍ରଷ୍ଟ ଏହି କରସେବକଙ୍କୁ ନିମନ୍ତ୍ରଣ ମଧ୍ୟ କରିବାକୁ ଭୁଲିନାହିଁ । ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ଆସାନସୋଲର ଅଭୟ କୁମାର ବର୍ଣ୍ଣଓ୍ବାଲ । ଏବେ ସେ ଅଯୋଧ୍ୟାରୁ ନିମନ୍ତ୍ରଣ ପାଇବା ପରେ ସେ ବେଶ ଖୁସି । ରାମ ମନ୍ଦିର ଟ୍ରଷ୍ଟକୁ ଧନ୍ୟବାଦ ଦେବା ସହ ସେ ଅଯୋଧ୍ୟା ଗସ୍ତ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଥିବା କହିଛନ୍ତି ।

ସେଦିନ ଘଟଣା ସମ୍ପର୍କରେ କ’ଣ କୁହନ୍ତି ଅଭୟ:-

1990 ମସିହାରେ ରାମ ମନ୍ଦିର ଆନ୍ଦୋଳନରେ ଅଂଶଗ୍ରହଣ କରିବା ଓ ପୋଲିସ ଗୁଳିରେ ଶିକାର ହେବାର ଅନୁଭବ ସେ ‘ଇଟିଭି ଭାରତ’ ସହ ସେୟାର କରିଛନ୍ତି । ସେତେବେଳେ ସେ ମାତ୍ର 22 ବର୍ଷର ହୋଇଥିଲେ । ଆନ୍ଦୋଳନରେ ସାମିଲ ହେବା ପାଇଁ ସେ 1990 ଅକ୍ଟୋବର 21ରେ କିଛି ସହଯୋଗୀଙ୍କ ସହ ବଙ୍ଗରୁ ଅଯୋଧ୍ୟା ଯାତ୍ରାରେ ବାହାରିଥିଲେ । 22ରେ ସେ ସେଠାରେ ପହଞ୍ଚିବା ପରେ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେତେବେଳେ ମୁଲାୟମ ସିଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । 30 ତାରିଖରେ ଯେତେବେଳେ ଆନ୍ଦୋଳନ ହିଂସକ ରୂପ ନେଲା, ପୋଲିସ କରସେବକ ଉପରକୁ ଗୁଳି ଚଳାଇଲା । ଏଥିରେ 16 ଜଣ କରସେବକଙ୍କ ମୃତ୍ୟୁ ହୋଇଥିଲା । ଅଭୟଙ୍କ ଗୋଟିଏ ଗୋଡରେ ଗୁଳି ବାଜିଥିଲା । ସେ ଅଚେତ ହୋଇ କୌଣସି ସ୍ଥାନରେ ପଡିରହିଥିଲେ । ମାତ୍ର କେହି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ଭର୍ତ୍ତି କରିଥିଲେ । ଦୀର୍ଘ 72 ଘଣ୍ଚା ପରେ ତାଙ୍କର ଚେତା ଆସିବା ପରେ ସେ ନିଜକୁ ହସ୍ପିଟାଲ ବେଡରେ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଆପ ମଧ୍ୟରେ ଆସନ ବୁଝାମଣା ଆଲୋଚନା ଆରମ୍ଭ

ଏବେ ଦୀର୍ଘ 30 ବର୍ଷ ପରେ ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ହେଉଥିବାରୁ ସେ ବେସ ଖୁସି । ତାଙ୍କର ଅବଦାନକୁ ମନେ ପକାଇ ଟ୍ରଷ୍ଟ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ସେ ମଧ୍ୟ ବେଶ ଆନନ୍ଦିତ । ସେ 22 ତାରିଖରେ ହେଉଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି । 22 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଜଜମାନ ଭାବେ ଏହି ପ୍ରାଣପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିବେ । ତାଙ୍କ ବ୍ୟତୀତ ଦେଶବ୍ୟାପୀ ସାଧୁସନ୍ଥ, ରାଜନୈତିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । କେବଳ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ପୁରା କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କୌଣସି ସାଧାରଣ ଶ୍ରଦ୍ଧାଳୁଙ୍କୁ 20ରୁ 22 ମଧ୍ଯରେ ଅଯୋଧ୍ୟା ଗସ୍ତ କରିବାକୁ ଅନୁମତି ମିଳିବ ନାହିଁ ।

ବ୍ୟୁରୋ ର୍ପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.