ETV Bharat / bharat

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ-ଆପ ମଧ୍ୟରେ ଆସନ ବୁଝାମଣା ଆଲୋଚନା ଆରମ୍ଭ

author img

By ETV Bharat Odisha Team

Published : Jan 8, 2024, 9:07 PM IST

Updated : Jan 18, 2024, 3:49 PM IST

Cong-AAP LS seat sharing talks begin: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ- ଆମ ଆଦମୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ଆଲୋଚନା ଆରମ୍ଭ । ଦିଲ୍ଲୀ ଓ ପଞ୍ଜାବରେ କି’ଏ କାହାକୁ ଛାଡିବ କେତେ ଆସନ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ- ଆମ ଆଦମୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ ଦଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ପଞ୍ଜାବ ଓ ଦିଲ୍ଲୀ ପାଇଁ ଆସନ ବୁଝାମଣା କଥାବାର୍ତ୍ତା ଆରମ୍ଭ ହୋଇଛି । ଏହି ଆଲୋଚନା ଶୃଙ୍ଖଳାରେ ମେଣ୍ଟ ସହଯୋଗୀଙ୍କ ଦଳଙ୍କ ସହ ଆସନ ବୁଝାମଣା ପାଇଁ କଂଗ୍ରେସ ଗଠନ କରିଥିବା କମିଟି ସଦସ୍ୟ ମୁକୁଲ ଓ୍ବାଶନିକ, ଅଶୋକ ଗେହେଲଟ, ଭୂପେଶ ବଘେଲ, ସଲମାନ ଖୁର୍ସିଦ୍ଦ ପ୍ରମୁଖ ରହିଥିବା ବେଳେ ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟମନ୍ତ୍ରୀ ଅତିଶି ମାର୍ଲେନା, ସୌରଭ ଭରଦ୍ବାଜ ଓ ବରିଷ୍ଠ ନେତା ସନ୍ଦୀପ ପାଠକ ରହିଛନ୍ତି । ଉଭୟ ଦଳର କମିଟି ମଧ୍ୟରେ ଆସନ ବୁଝାମଣା ନେଇ ପ୍ରାଥମିକ ପର୍ଯ୍ୟାୟର ଆଲୋଚନା ହୋଇଛି । ସିଟ ଭାଗବଣ୍ଟା ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି ।

ତେବେ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରେ ପ୍ରମୁଖ ସହଯୋଗୀ ଦଳ । ତେବେ ଦିଲ୍ଲୀ ଓ ପଞ୍ଜାବରେ ଆମ ଆଦମୀ ପାର୍ଟିର ସରକାର ରହିଛି । ପଞ୍ଜାବରେ ମୋଟ 13ଟି ଲୋକସଭା ଆସନ ଥିବା ବେଳେ ଦିଲ୍ଲୀରେ 7ଟି ଆସନ ରହିଛି । ଗତ ନିର୍ବାଚନରେ ପଞ୍ଜାବରେ କଂଗ୍ରେସ ସର୍ବାଧିକ 8 ସଂସଦୀୟ କ୍ଷେତ୍ର ଜିତିଥିଲା । ସେହିପରି ଭାରତୀୟ ଜନତା ପାର୍ଟି 2, ଶିରୋମଣୀ ଅକାଳୀ 2 ଓ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟିର ଗୋଟିଏ ସାଂସଦ ରହିଛନ୍ତି । ଏହି କ୍ଷେତ୍ରରେ କଂଗ୍ରେସ ଅତିକମରେ 8 ରୁ ଅଧିକ ଆସନ ପାଇଁ ଦାବି କରିପାରେ ।

ରାଜ୍ୟରେ କ୍ଷମତାରେ ଥିବାରୁ ଆମ ଆଦମୀ ପାର୍ଟି ଅବଶିଷ୍ଟ ଆସନରେ ପ୍ରାର୍ଥୀ ଦେବା ପାଇଁ ସହମତ ହୋଇପାରେ । ସେହିପରି ଦିଲ୍ଲୀରେ 7 ସଂସଦୀୟ ଆସନ ମଧ୍ୟରୁ 2019ରେ ଭାରତୀୟ ଜନତା ପାର୍ଟି ସମସ୍ତ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ 4ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା । ଆମ ଆଦମୀ ପାର୍ଟି ଖାତା ଖୋଲି ପାରିନଥିଲା । ଏବେ 2024 ପାଇଁ କଂଗ୍ରେସ ଅତିକମରେ ପ୍ରାୟ 4ଟି ଆସନରେ ପ୍ରାର୍ଥୀ ପାଇଁ ଦାବି କରିବ । ହେଲେ ଆମ ଆଦମୀ ପାର୍ଟି 3 ଟି ଆସନ କଂଗ୍ରେସକୁ ଛାଡିବା ପାଇଁ ରାଜି ଥିବା ଜଣାପଡିଛି । ମାତ୍ର ଦିଲ୍ଲୀରେ ଆମ ଆଦମୀ ପାର୍ଟି କ୍ଷମତାରେ ଥିବା କାରଣରୁ କଂଗ୍ରେସର ଅଧିକ ଆସନ ପାଇବା ଆଶା ଧୂଳିସାତ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ :- ସରଗରମ ବଣାଇ ରାଜନୀତି: କାହା ମୁଣ୍ଡରେ କଳସ ଢାଳିବେ ଜନତା ?

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନରେ ମୋଦି ଲହର ବିରୋଧରେ ଏକାଠି ହୋଇଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ସମନ୍ବୟର ସହ ଶେଷ କରିବା ସବୁଠାରୁ ବଡ ଆହ୍ବାନ ହେବାକୁ ଯାଉଛି । ଏହାରି ମଧ୍ୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ଭାଗ ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ କଂଗ୍ରେସ ଏକ 5 ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ ଗଠନ କରିଛି । ଅନ୍ୟପଟେ ଦଳ ସିଟ ବୁଝାମଣା ପୂର୍ବରୁ ଦେଶର 5 ଶହ ଲୋକସଭା ଆସନରେ ସର୍ଭେ ମଧ୍ୟ କରିବାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2024, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.