ETV Bharat / bharat

ଜାତି ଜନଗଣନାରୁ ଧ୍ୟାନ ହଟାଇବାକୁ ମହିଳା ସଂରକ୍ଷଣ ବିଲ୍‌ ଆଗତ କଲା ବିଜେପି: ରାହୁଲ

author img

By ETV Bharat Odisha Team

Published : Sep 22, 2023, 4:41 PM IST

ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । କହିଲେ ଜାତି ଜନଗଣନାରୁ ଧ୍ୟାନ ହଟାଇବା ଲାଗି ଆଗତ ହୋଇ ଏହି ବିଲ୍‌ । ଅଧିକ ପଢନ୍ତୁ

rahul gandhi
rahul gandhi

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍‌କୁ ଆଜି ମଧ୍ୟ ଲାଗୁ କରଯାଇପାରେ । ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସିଟ୍‌ ମହିଳାଙ୍କୁ ଦିଆଯାଇପାରେ । ଏଥିରେ କୌଣସି ଅସୁବିଧା ନାହିଁ । ହେଲେ କେନ୍ଦ୍ର ସରକାର ଏହା ଚାହୁଁ ନାହାନ୍ତି । ଜାତି ଜନଗଣନାରୁ ଧ୍ୟାନ ହଟାଇବା ଲାଗି ବିଜେପି ଏହି ବିଲ୍‌ ଆଗତ କରିଛି ।

ରାହୁଲ ଏନେଇ କହିଛନ୍ତି,"ମହିଳା ସଂରକ୍ଷଣ ଆଜି ଆଗତ ହୋଇଛି ସତ, ହେଲେ ଏହାକୁ ଆସନ୍ତା ୧୦ ବର୍ଷ ପରେ ଲାଗୁ କରାଯିବ । ୧୦ ବର୍ଷ ପରେ ଲାଗୁ କରାଯିବ କି ନାହିଁ ତାହା ମଧ୍ୟ ସନ୍ଦେହ । ଏହା କେବଳ ଧ୍ୟାନ ହଟାଇବା ଲାଗି ଏକ ଷଡ଼ଯନ୍ତ୍ର । ଜାତି ଜନଗଣନାରୁ ଧ୍ୟାନ ହଟାଇବା ଲାଗି ଏପରି କରାଯାଉଛି । ପ୍ରଧାନମନ୍ତ୍ରୀ କହୁଛନ୍ତି ସେ ଓବିସି ବର୍ଗ ଲାଗି ବହୁତ କିଛି କରୁଛନ୍ତି । ତେବେ ବିଭିନ୍ନ ସରକାରୀ ଅନୁଷ୍ଠାନରେ ଓବିସି ଅଧିକାରୀଙ୍କ ସଂଖ୍ୟା କମ କାହିଁକି ? ଏପରିକି ହାଇ ରାଙ୍କ ବ୍ୟୁରୋକ୍ରାଟିକ ପଦବୀରେ ମଧ୍ୟ ଓବିସି ବର୍ଗଙ୍କ ସଂଖ୍ୟା କମ । ୯୦ ଜଣଙ୍କ ମଧ୍ୟରେ ମାତ୍ର ୩ ଜଣ ଓବିସି କାହିଁକି ?"

ଏହା ବି ପଢନ୍ତୁ- Women's Reservation Bill: ସଂସଦର ଉଭୟ ଗୃହରେ ପାରିତ, ରାଜ୍ୟସଭାରେ ମିଳିଲା ପୂର୍ଣ୍ଣ ଭୋଟ

ରାହୁଲ ଗାନ୍ଧୀ ୟୁପିଏ ମେଣ୍ଟ ସମୟରେ ମହିଳା ସଂରକ୍ଷଣ ବିଲ୍‌ ଆଗତ କରିପାରିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସେ ସ୍ବୀକାର କରିଛନ୍ତି ଯେ ଯଦି ୨୦୧୦ରେ ଓବିସି ମହିଳା କୋଟା ଦାବିକୁ କଂଗ୍ରେସ ଗ୍ରହଣ କରିଥାନ୍ତା, ତେବେ ଏହି ବିଲ୍ ଦଶନ୍ଧି ପୂର୍ବରୁ ଆଇନରେ ପରିଣତ ହୋଇପାରିଥାନ୍ତା । ଓବିସି ମହିଳା କୋଟା ଲାଗି ପ୍ରଥମେ ସମାଜବାଦି ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଦ୍ବାରା ୨୦୧୦ରେ ଦାବି କରିଥିଲା । ହେଲେ ଏଥିଲାଗି ପୂର୍ଣ୍ଣ ସମର୍ଥନ ମିଳିନଥିବାରୁ ଏହି ବିଲ୍‌ ପାରିତ ହୋଇପାରିନଥିଲା ।

ଏହା ବି ପଢନ୍ତୁ-ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି

ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଏହି ବିଲ୍‌ ଆଗତ କରିବା ପରେ ଏହାକୁ ତୁରନ୍ତ ଲାଗୁ କରିବା ଲାଗି ବିରୋଧୀ ଦାବି କରିଛନ୍ତି । ସେପଟେ ବିଜେପିର କହିବା କଥା କେଉଁ ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରହିବ, ତାହାକୁ ତର୍ଜମା କରିବା ପରେ ଏହାକୁ ଲାଗୁ କରାଯିବ । ସୂଚନା ଥାଉ କି ମହିଳା ସଂରକ୍ଷଣ ବିଲ୍‌ ୨୦୨୪ ସାଧାରଣ ନିର୍ବାଚନରେ ଲାଗୁ ହୋଇପାରିବ ନାହିଁ । ଏହି ସଂରକ୍ଷଣ ନିୟମକୁ ନିର୍ବାଚନ ମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପରେ ହିଁ ଲାଗୁ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଜନଗଣନା ଓ ସଦ୍ୟତମ ତଥ୍ୟ ଅନୁସାରେ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ପୁନଃ ସୀମା ନିର୍ଦ୍ଧାରଣ ହେବା ଜରୁରୀ । ଏପରି ସ୍ଥିତିରେ ପରବର୍ତ୍ତୀ ଜନଗଣନା 2027 ମସିହାରେ ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.